ଇମ୍ପେରିଆଲ୍ କଲେଜର ୧୭ତମ ବାର୍ଷିକ ଉତ୍ସବ ମହାସମାରହରେ ପାଳିତ

ବ୍ରହ୍ମପୁର ଗଞ୍ଜାମ କଳା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ସନ୍ଧ୍ୟାରେ ଇମ୍ପେରିଆଲ୍ କଲେଜର ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ପାଢ଼ୀ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ସାରଦା ପ୍ରସାଦ ସାହୁ, ଯୁବୋଦୟ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଚେୟାରମ୍ୟାନ୍ ଅଭିରାମ ଦାଶ ଏବଂ ଡକ୍ଟର ଜଗନ୍ନାଥ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। କଲେଜର ଏହି ସଫଳତା ପାଇଁ ଉପସ୍ଥିତ ଅତିଥି ମାନେ କଲେଜ କତୃପକ୍ଷଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇବା ସହ ପିଲାମାନଙ୍କ ପାଠପଢ଼ା ଓ ଭବିଷ୍ୟତକୁ ନେଇ ବିଭିନ୍ନ ଉପଦେଶମାନ ପ୍ରଦାନ କରିଥିଲେ।
କଲେଜର ଅଧ୍ୟକ୍ଷ ସତ୍ୟ ନାରାୟଣ ସାହୁ ଏବଂ ଉପାଧ୍ୟକ୍ଷ ଶ୍ରଦ୍ଧାଞ୍ଜଳି ସାହୁଙ୍କ ତତ୍ତ୍ବବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଦର୍ଶନ ଅଗସ୍ତି, ଜଗନ୍ନାଥ ପାଣି, ଦୀପକ ଚୌଧୁରୀ, ଦୁଷ୍ମନ୍ତ ପାଢି, ରଞ୍ଜିତା ପାଣିଗ୍ରାହୀ, ଗୀତାଞ୍ଜଳି ବେହେରା ଏବଂ ପପିତା ମହାରାଣାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ । ସଭାକାର୍ଯ୍ୟ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ ପ୍ରଦର୍ଶନ ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ନୃତ୍ୟ ପରିବେଷଣ, ପ୍ରାଣକୃଷ୍ଣ ସଂଗୀତ ପରିବେଷଣ ଏବଂ ଡ୍ରାମା ଉପସ୍ଥାପନା ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲା।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )