December 3, 2025
Home » ଉଛଳା ନଇରେ ଲାଗିଛି ଜୀବନ ବାଜି

ଉଛଳା ନଇରେ ଲାଗିଛି ଜୀବନ ବାଜି

0
WhatsApp Image 2025-10-12 at 7.10.02 PM

ବାଲିଗୁଡ଼ା :  କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ଠାରୁ ମାତ୍ର ସାତ କିଲୋମିଟର ରେ ଅବସ୍ଥିତ ସିନ୍ଦ୍ରିଗାଁ ପଞ୍ଚାୟତର ଗୁଞୁଲିପଡି ଗ୍ରାମ ।ଏହି ଗ୍ରାମରେ ପ୍ରାୟ ୧୪୦ ପରିବାର ବସବାସ କରନ୍ତି ।କିନ୍ତୁ ଏଏମାନଙ୍କ ଦୁଭାଗ୍ୟ ହେଉଛି ଖଡଗ ନଦୀ ଓ ସାନ ନଦୀ ।ବର୍ଷାଦିନ ଆସିଲେ ଏହି ନଦୀ ଗୁଡିକରେ ପ୍ରବଳ ଜଳ ପ୍ରଭାବିତ ହୋଇଥାଏ ।ଏହି ଗୁଞୁଲିପଡି ଗ୍ରାମକୁ ଯିବାକୁ ଏକମାତ୍ର ସାହା ଭରସା ହେଉଛି ଦେଶୀ ଡଙ୍ଗା ।ଏହି ଦେଶୀ ଡଙ୍ଗାରେ ଯିବାବେଳେ ପାଣି ସ୍ରୋତରେ କେହି ଭାସିଯାଇଥିବା ବେଳେ ଡଙ୍ଗା ବୁଡି ଅନେକ ଲୋକଙ୍କ ଜୀବନ ଗଲାଣି ।ବର୍ଷା ଦିନେ ଛାତ୍ରଛାତ୍ରୀମାନେ କଲେଜ,ବିଦ୍ୟାଳୟକୁ ପାଠ ପଢିବାକୁ ଯାଇପାରୁ ନାହାଁନ୍ତି

,ଜର,ରୋଗ,ଗର୍ଭବତୀ ମହିଳା ମାନଙ୍କୁ ଦେଶୀ ଡଗାଂରେ ନଦୀ ପାର କଲା ବେଳେ କେତେ ଜଣ ଜଳ ସ୍ରୋତରେ ଭାସିଯିବା ବେଳେ କିଛି ଲୋକଙ୍କ ଜୀବନ ଗଲାଣି ।ଗ୍ରାମବାସୀ ଭଲ ଡଙ୍ଗାଟିଏ ଓ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ବିଡିଓ,ଉପଜିଲ୍ଲାପାଳ,ଲୋକ ପ୍ରତିନିଧ, ଏମପି ଶୁକାନ୍ତ ପାଣିଗ୍ରାହି ମହାଶୟଙ୍କୁ ଲିଖିତ ଦେବା ସହ ବାରମ୍ବାର ଭେଟିଲେ ମଧ୍ୟ ଆଜିପଯ୍ୟନ୍ତ କିଛି ଫଳପ୍ରଦ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଆଗରୁ କନ୍ଧମାଳ ଏମପି ଶ୍ରୀ ଶୁକାନ୍ତ ପାଣିଗ୍ରାହିଙ୍କୁ କହିଥିଲୁ ଏବେ ମଧ୍ୟ ବୃକ୍ଷ ରୋପଣ କାଯ୍ୟକ୍ରମ ରେ ଆମେ ତାଙ୍କୁ ଆମ ଦୁଃଖ ଲିଖିତ ଆକାରରେ ଦେଇଛୁ ।କିନ୍ତୁ ଆଜି ପର୍ଯ୍ୟନ୍ତ ଆମ ଦୁଃଖ କିଏ ମଧ୍ୟ ବୁଝି ପାରିଲେ ନାଇଁ ।ମୋହନ ସରକର ଓ ଜିଲ୍ଲା ପ୍ରଶାସନ ନିକଟରେ ଆମର ଏତିକି ଗୁହାରୀ ଆମ ଗ୍ରାମକୁ ଏକ ପକ୍କା ପୋଲ ନତୁବା ଭଲ ଡଙ୍ଗାର ବ୍ୟବସ୍ଥା କରିବାକୁ ଆମେ ଗ୍ରାମବାସୀ ଦାବୀ କରୁଛୁ ।ଯଦି ଆମର ଏହି ଦାବୀ ପୂରଣ ନହୁଏ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେବବୋଲି ଲୋକେ ପ୍ରତିକ୍ରିୟା ରେ କହିଛନ୍ତି ।

 

ଇପିଉଇକ୍ଲି ନ୍ୟୁଜ, ରିପୋର୍ଟର ସୁରେଶ କୁମାର ପତି

Leave a Reply

Your email address will not be published. Required fields are marked *