October 24, 2025
Home » ଉଛୁଳା ଭରା ନଇରେ ଷ୍ଟ୍ରେଚର୍ ରେ ବୁହାହେଲା ଗର୍ଭବତୀ ମହିଳା ।

ଉଛୁଳା ଭରା ନଇରେ ଷ୍ଟ୍ରେଚର୍ ରେ ବୁହାହେଲା ଗର୍ଭବତୀ ମହିଳା ।

0
WhatsApp Image 2025-09-06 at 8.15.34 PM

ବାଲିଗୁଡ଼ା (ଇପିଇଏ ଉଇକ୍ଲି ନ୍ୟୁଜ, ରିପୋର୍ଟର ସୁରେଶ କୁମାର ପତି) -କନ୍ଧମାଳ ଜିଲ୍ଲାରେ ଲାଗିରହିଛି ବର୍ଷା ।ବର୍ଷାରେ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଛି ।ଗାଁ କୁ ରାସ୍ତା ଓ ପୋଲ ନଥିବାରୁ ଜଣେ ଗର୍ଭବର୍ତୀଙ୍କୁ କିଭଳି ଭରା ନଇରେ ଷ୍ଟ୍ରେଚର୍ ରେ ଲୋକେ ବୋହୁଛନ୍ତି ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କନୂଆଗାଁ ବ୍ଳକର ଗୁଞିବାଡୀ ପଞ୍ଚାୟତର ଗୁଡରିପଡି ମୁରଡି ଗ୍ରାମ ନଇରେ ।ଦୀର୍ଘଦିନ ଦାବୀପରେ ମଧ୍ୟ ଗୁଦୁରିପଡି ଗ୍ରାମକୁ ଯିବାକୁ ନାଅଛି ରାସ୍ତା ନା ଅଛି ପୋଲ ।ସେଥିପାଇଁ ଗୁଡୁରିପଡି ଗ୍ରାମର ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଏହି ନଦୀ ପାର ହେବାକୁ ବାଧ୍ୟ ହେଉଛନ୍ତି ।ନନ୍ଦିନୀ ପ୍ରଧାନ ନାମକ ଜଣେ ମହିଳା ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସେଠାକାର ଆଶାଦିଦୀ କନୂଆଗାଁ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରକୁ ଫୋନ କରିଥିଲେ ।ଡାକ୍ତର ଟିମ ସଂଗେସଂଗେ ନଦୀ କୂଳରେ ପହଁଚିଥିଲେ। ନଦୀରେ ପାଣିର ପ୍ରଖର ବେଗ ଥିବାରୁ ଡାକ୍ତର ଟିମକୁ ଅସୁବିଧାରେ ପକାଇଥିଲା ।ଶେଷରେ ବାଧ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଲୋକେ ଷ୍ଟ୍ରେଚରେ ନଦୀ ପାର କରିଥିଲେ ।ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନନ୍ଦିନୀ ପ୍ରଧାନ ସୁସ୍ଥ ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *