ଉପ-ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ସୁବର୍ଣ୍ଣପୁର ର ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ବସ ଷ୍ଟାଣ୍ଡ ଠାରେ ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଉପ-ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଛି। ଏହି ଶିଳାନ୍ୟାସ ସମୟରେ ମାନ୍ୟବର ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହ ଦେଓ,ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ, ସୋନପୁର ପୌର ପରିଷଦର ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ ଓ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ବେଣୁଧର ଦାଶ ଉପସ୍ଥିତ ଥିଲେ । ସମସ୍ତ ମଞ୍ଚାସୀନ ଅତିଥି ଓ ଉପସ୍ଥିତ ଜନସାଧାରଣ ଓ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ସ୍ଵାଗତ ଜଣାଇଥିଲେ। ସାଧାରଣ ସଭାରେ ମାନ୍ୟବର ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସାଂସଦ ସଂଗୀତା କୁମାରୀ ସିଂହ ଦେଓ ସମବେତ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ। ଏହି ବସ ଷ୍ଟାଣ୍ଡ ନିର୍ମାଣ ପାଇଁ 58,36,51620 ଟଙ୍କା ବ୍ୟୟ ଅଟକଳ ହୋଇଥିବା ଜଣାପଡିଛି l ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ପରିଚାଳିକା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଜୟଶ୍ରୀ ଲକ୍ଷ୍ମୀ, ଶ୍ରୀ ଶୁଭ୍ରଜିତ ଦାଶ, ବ୍ଲକ ସୂପରଭାଇଜର, ରାଜ୍ୟ ସଡ଼କ ପରିବହନ ନିଗମ, ଅଧିକ୍ଷଣ ଯନ୍ତ୍ରୀ,ଓଡ଼ିଶା ବ୍ରିଜ ନିର୍ମାଣ ନିଗମ ଶ୍ରୀ ସୁନା ମୁର୍ମୁ, କନିଷ୍ଠ ଯନ୍ତ୍ରୀ ଶ୍ରୀ ଅନିଲ କୁମାର ସାହୁ ଓ ଶ୍ରୀ ଅବନୀ ଶଙ୍କର ନାୟକ ଉପସ୍ଥିତ ରହିଥିଲେ। ଶ୍ରୀ ପ୍ରଦ୍ମ୍ୟୁମ୍ନ କୁମାର ସାହୁ ସଭା ପରିଚାଳନା କରିଥିଲେ ଓ ସଭା ଶେଷରେ ଜିଲ୍ଲାପାଳ ମଞ୍ଚାସୀନ ସମସ୍ତ ଅତିଥି, ଉପସ୍ଥିତ ଜନସାଧାରଣ ଓ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..