November 13, 2025
Home » ଉମରକୋଟ ପୌରପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଉମରକୋଟ ପୌରପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

0
WhatsApp Image 2025-09-02 at 11.56.26 PM

 

ଉମରକୋଟ ପୌରପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବର ରେ ପାଳିତ ହୋଇଛି। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ପୌରଧକ୍ଷା ରାଧା ଭତ୍ରା ଜାତୀୟ ପତକାକୁ ଉତ୍ତୋଳନ କରିଥିଲେ। ଏହାପରେ ରାମ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଭାଷଣକୁ ଟିଭି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିଙ୍କ ଦ୍ଵାରା ଆଜିର ଦିବସର ବିଶେଷତ୍ଵ ନେଇ କହିଥିଲେ।
ସ୍ୱାୟତ୍ତ ଶାସନ ଦିବସ୨୦୨୫ ଅବସରରେ ରାମ ଧ୍ଵନ ସଙ୍ଗୀତ ବଜେଇ ପରିଷଦର କର୍ମଚାରୀମାନେ ଭୋର ସକାଳେ ସହର ପରିକ୍ରମା କରିଥିଲେ। ଏହା ପରେ ସହରରେ ବିଭିନ୍ନ ସ୍ଥାନରେ ସ୍ତିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏଥ୍ ସହ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ଅବସରରେ ୩୦ ତାରିଖରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ବିଜେତା ବିଦ୍ୟାର୍ଥୀଙ୍କ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ।
ମୁଖ୍ୟତଃ ଉମରକୋଟର ସହର ଗଠନ ସହ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ପୂର୍ବତନ ଅଧ୍ୟକ୍ଷ,ଅଧ୍ୟକ୍ଷା, ସମସ୍ତ କାଉନସିଲାରଙ୍କୁ ଅତିଥିମନଙ୍କ ଦ୍ଵାରା ସମ୍ବର୍ଦ୍ଧନା କରାଯାଇଥିଲା ।ଏଥିସହ କେବିସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଓଏଭିର ଦଶମ ଶ୍ରେଣୀର ଛାତ୍ର ଶାଶ୍ବତ କୁମାର ପଟ୍ଟନାୟକଙ୍କୁ ପୌର ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବିଦ୍ୟାଳୟର କିଛି ବିଦ୍ୟାର୍ଥୀଙ୍କୁ ମଧ୍ୟ ପୌରପରିଷଦ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି,ସାଂସଦଙ୍କ ପ୍ରତିନିଧି , ଅଧ୍ୟକ୍ଷା,ଉପାଧ୍ୟକ୍ଷ, ୧୪ଟି ୱାର୍ଡର କାଉନସିଲର,ପୌର ପରିଷଦର ନିର୍ବାହୀ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଦିବସର ଅନ୍ତିମ କାର୍ଯ୍ୟକ୍ରମରେ ଇଂଜିନିୟର ଚନ୍ଦନା ମଲିକ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଅଂଶଗ୍ରହଣ କରି ଆୟୋଜିତ କାର୍ଯ୍ୟକ୍ରମର ବେଶ୍ ଉପଭୋଗ କରିଥିଲେ ।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *