October 23, 2025
Home » ଉଲୁଣ୍ଡା କୁ ଏନଏସି ଘୋଷଣା ଦାବିରେ ଏନଏସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ଉଲୁଣ୍ଡା କୁ ଏନଏସି ଘୋଷଣା ଦାବିରେ ଏନଏସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

0
WhatsApp Image 2025-09-16 at 9.09.04 AM

 

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କୁ ଏନଏସି ମାନ୍ୟତା ଦାବିରେ ଉଲୁଣ୍ଡା ରେ ସୋମବାର ୧୨ ଘଣ୍ଟିଆ ବନ୍ଦ ପାଳନ ସଂପୂର୍ଣ୍ଣ ସଫଳ ହୋଇଛି। ସମସ୍ତ ସରକାରୀ, ବେସର କାରୀ ସ୍କୁଲ, କଲେଜ, ଦୋକାନ, ବଜାର, ଯାନ ବାହାନ ଚଲା ଚଳ ବନ୍ଦ ରହିଥିଲା l ଫଳରେ ଉଭୟ ପଟରେ ଶହ ଶହ ଯାନାବାହାନ ଅଟକି ରହିଥିଲା l ତତ୍କାଳୀନ ସରକାର ଉଲୁଣ୍ଡାକୁ ଏନଏସି ଘୋଷଣା କରିଥିଲେ l ହେଲେ ବର୍ତ୍ତମାନର ସରକାର ନିକଟ ବୀରମହାରାଜପୁର କୁ ଏନଏସି ଘୋଷଣା କରିଥିବା ବେଳେ ଉଲୁଣ୍ଡା କୁ ଏନଏସି ଘୋଷଣା କରି ନ ଥିଲେ l ଏନେଇ ଏନଏସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ମଧ୍ୟ ଦିଆଯାଇଥିଲା l ତା ସତ୍ତ୍ୱେ ମଧ୍ୟ ସରକାର ଉଲୁଣ୍ଡା କୁ ଏନଏସି ଘୋଷଣା କାଲେ ନାହିଁ l ଏଣୁ ତାର ପ୍ରତିବାଦ ସ୍ୱରୂପ ଏନଏସି କ୍ରିୟାନୁଷ୍ଠନ କମିଟି ପକ୍ଷରୁ ଉଲୁଣ୍ଡାରେ ବନ୍ଦ ପାଳନ କରାଯାଇଛି l ଯଦି ସରକାର ଦାବି ପୂରଣ ନ କରନ୍ତି ଆଗାମୀ ଦିନରେ ଆହୁରି ଆନ୍ଦୋଳନ ତୀବ୍ରତର ହେବ ବୋଲି ଆନ୍ଦୋଳନ କାରୀ ମାନେ ଚେତାବନୀ ଦେଇଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *