‘ଉଲ୍ଲାସ’ କାର୍ଯ୍ୟକ୍ରମ ରେ ପରୀକ୍ଷା ଦେଲେ ବୌଦ୍ଧ ଜିଲ୍ଲା ରେ ୬୫୧୬ ଜଣ
ସୁବର୍ଣ୍ଣପୁର —କେନ୍ଦ୍ର ସରକାରଙ୍କ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ “ଉଲ୍ଲାସ” ଅନ୍ତର୍ଗତ ଶିକ୍ଷାବର୍ଷ ୨୦୨୫-୨୬ ର ଦ୍ଵିତୀୟ ପର୍ଯ୍ୟାୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାୟନ ପରୀକ୍ଷା ବୌଦ୍ଧ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପରୀକ୍ଷା ପାଇଁ ଜିଲ୍ଲାର ୧୫ରୁ ଉର୍ଦ୍ଧ୍ୱ ବୟସର ୬୭୬୫ ଜଣ ନବ ସାକ୍ଷରମାନଙ୍କୁ ଉଲ୍ଲାସ ପୋର୍ଟାଲ ରେ ନାମ ପଞ୍ଜିକରଣ କରାଯାଇଥିଲା l ତନ୍ମଧ୍ୟରୁ ଗତକାଲି ତା ୧୫-୦୩-୨୦୨୬ରିଖ ରେ ଜିଲ୍ଲାର ପ୍ରାୟ ୬୦୦ରୁ ଉର୍ଦ୍ଧ୍ୱ ପରୀକ୍ଷା କେନ୍ଦ୍ରରେ ପୂର୍ବାହ୍ନ ୧୦ଟା ରୁ ସନ୍ଧ୍ୟା ୫ଘଣ୍ଟା ସମୟ ମଧ୍ୟରେ ୨୮୧୮ ଜଣ ପୁରୁଷ ଓ ୩୬୯୮ ଜଣ ମହିଳାଙ୍କ ସମେତ ସମୁଦାୟ ୬୫୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ବ୍ଲକର ୧୫୫୩, କଣ୍ଟାମାଳ ବ୍ଲକର ୨୦୮୪ ଓ ବୋୖଦ୍ଧ ବ୍ଲକର ସର୍ବାଧିକ ୨୮୭୯ ଜଣ ନବ ସାକ୍ଷର ଅଂଶଗ୍ରହଣ କରିଥିଲେ । ଉକ୍ତ ପରୀକ୍ଷାର ସୁପରିଚାଳନା ନିମନ୍ତେ ଜିଲ୍ଲା ସ୍ତରରେ ଦୁଇଟି ଓ ବ୍ଲକ ସ୍ତରରେ ଗୋଟିଏ ଲେଖାଏଁ ସ୍କ୍ୱାର୍ଡ ଗଠନ କରାଯାଇଥିଲା l ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଚୂଡ଼ାମଣି ବାରିକ, ଉକ୍ତ କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ ଅଧିକାରୀ ଜୟନ୍ତ କୁମାର ପ୍ରଧାନ, ବୌଦ୍ଧ ବି ଇ ଓ ଉପେନ୍ଦ୍ର କୁମାର ପ୍ରଧାନ, ବୌଦ୍ଧ ବ୍ଲକ ନୋଡାଲ ଅଧିକାରୀ ପ୍ରବୀର କୁମାର ରଥ, ହରଭଙ୍ଗା ବି ଇ ଓ ହାଡିବନ୍ଧୁ ବେହେରା, ହରଭଙ୍ଗା ବ୍ଲକ ନୋଡାଲ ଅଧିକାରୀ କାର୍ତ୍ତିକେଶ୍ୱର ନାୟକ, କଣ୍ଟାମାଳ ବି ଇ ଓ ଅଶୋଭ ରଞ୍ଜନ ମାଲି, କଣ୍ଟାମାଳ ବ୍ଲକ ନୋଡାଲ ଅଧିକାରୀ ନୀଳମଣି ପଣ୍ଡା ଏବଂ ସମସ୍ତ ଏ ବି ଇ ଓ ପରୀକ୍ଷା କେନ୍ଦ୍ର ଗୁଡିକ ବୁଲି ଦେଖିଥିଲେ l ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ମାନେ ପରୀକ୍ଷା ପରଚାଳନା କରିଥିବା ବେଳେ ସମସ୍ତ ସି ଆର୍ ସି ସି ଆଂଚଳିକ ସ୍ତରରେ ସଂଯୋଜନା କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
