November 13, 2025
Home » ଋଣ୍ଡିମହୁଲ ପଂଚାୟତ ଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଋଣ୍ଡିମହୁଲ ପଂଚାୟତ ଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

0
WhatsApp Image 2025-10-30 at 5.06.00 PM

 

ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଋଣ୍ଡିମହୁଲ ପଂଚାୟତ ଠାରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି l ଦୁର୍ନୀତି ନିବାରଣ ବିଭାଗ ବୌଦ୍ଧ ଶାଖା ର ଉପ ଆରକ୍ଷୀ ଅଧିକ୍ଷକ ଜଗବନ୍ଧୁ ଅଙ୍କରିଆଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଡ଼ିଓ ସାମୀ ଜୟଶ୍ରୀ ରେଡ୍ଡୀ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପଞ୍ଚାନନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, କନିଷ୍ଠ ଯନ୍ତ୍ରୀ ଇଂ. ସୁଭାଶିଷ ରଥ ଯୋଗ ଦେଇଥିଲେ | ଶିକ୍ଷା ହିଁ ସଚେତନ ର ମୁଖ୍ୟ ମାଧ୍ୟମ, ନିଜ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହେବା, ନାଗରିକ ର ଅଧିକାର ଓ ତାର କର୍ତ୍ତବ୍ୟ, ଶିକ୍ଷା ସହ ନିଜ ମାନସିକତାର ପରିବର୍ତ୍ତନ,ଦୁର୍ନୀତି କୁ ନିଜ ମନରୁ ଦୁରେଇ ରଖିବା ଏବଂ ଦୃଢ଼ ସ୍ୱରରେ ତାର ପ୍ରତିବାଦ କରିବା,ମିଛ ଅଭିଯୋଗ କଲେ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ, ମାଆ ମାନଙ୍କ ମlଧ୍ୟମ ରେ ଏହି ବାର୍ତ୍ତା ର ପ୍ରଚାର, ପ୍ରସାର ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ପଂଚାୟତର ୱାର୍ଡ ସଭ୍ୟ, ସଭ୍ୟା,ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସିଆରପି, ଏମବିକେ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଋଣ୍ଡିମହୁଲ ପଂଚାୟତ ର ଜନସାଧାରଣ ଯୋଗ ଦେଇ ନିଜ ନିଜର ମତାମତ ରଖିଥିଲେ | ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସ୍ୱାଗତ ଭାଷଣ ଦେବାସହିତ  କାର୍ଯ୍ୟକ୍ରମକୁପରିଚାଳନା କରିଥିଲେ l ପଂଚାୟତ ନିର୍ବାହୀ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନକରିଥିଲେ l ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମସ୍ତ ଙ୍କୁ ସଚେତନତା ର ଶପଥ ପାଠ କରାଇବା ସହ ଧନ୍ୟବାଦ ଜ୍ଞlପନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *