August 26, 2025
Home » ଏକଶହ ପରିବାରକୁ 250ରୁ ଉର୍ଦ୍ଧ ବିଭିନ୍ନ କିସମର ଫଳ ଚାରା ଆବଣ୍ଟନ

ଏକଶହ ପରିବାରକୁ 250ରୁ ଉର୍ଦ୍ଧ ବିଭିନ୍ନ କିସମର ଫଳ ଚାରା ଆବଣ୍ଟନ

0
WhatsApp Image 2025-08-25 at 12.32.45 PM

ଛତ୍ରପୁର : ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ବଉଳାଗାଁ ଗ୍ରାମପଞ୍ଚାୟତ ନିମାପଲ୍ଲୀ ଗ୍ରାମର କୋଠଘର ଠାରେ ଗ୍ରାମର ଏକଶହ ପରିବାରକୁ 250ରୁ ଉର୍ଦ୍ଧ ବିଭିନ୍ନ କିସମର ଫଳ ଚାରା ଆବଣ୍ଟନ କରାଯାଇଅଛି I ଏହି କାର୍ଯ୍ୟକ୍ରମରେ ଯଶୋଦା ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ଶ୍ରୀମତୀ ସାଗରୀକା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ଚୌଧୁରୀ, ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ, ବଉଳଗାଁ ସରପଞ୍ଚ ପ୍ରତିମା ଦାସ, ଭ୍ରମର ଦାସ, ସନ୍ତୋଷ ଶତପଥୀ, ପୁଷ୍ପା ସାହୁ, ସୁଦେଷ୍ଣା ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚାରା ଆବଣ୍ଟନ କରିଥିଲେ l

Leave a Reply

Your email address will not be published. Required fields are marked *