July 1, 2025
Home » ଏକ୍ସ ଆକାଉଣ୍ଟରେ ଉତ୍ତର ରଖନ୍ତୁ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

ଏକ୍ସ ଆକାଉଣ୍ଟରେ ଉତ୍ତର ରଖନ୍ତୁ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

0
WhatsApp Image 2025-05-02 at 12.50.30 PM

ସୁବର୍ଣ୍ଣପୁର– ଆଜିକାର ଦୁନିଆଁ କୁ ଡିଜିଟାଲ ଯୁଗ ବୋଲି କୁହାଯାଏ।ଆମ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଡିଜିଟାଲ ଇଣ୍ଡିଆର ନାରା ଦେଉଛନ୍ତି। ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି। ଏକ୍ସ ( ଟୁଇଟର) ରେ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିକଟକୁ ଅନେକ ଅଭିଯୋଗ ଆସୁଛି। ହେଲେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତାଙ୍କ ଏକ୍ସ ଆକାଉଣ୍ଟରେ ଦୀର୍ଘ ଦିନ ହେଲା ଯେକୌଣସି ଅଭିଯୋଗ ର ଉତ୍ତର ସଠିକ୍ ଭାବେ ଦେଉନଥିବା ଅଭିଯୋଗ ହେଉଛି l ଏ ନେଇ ସୁବର୍ଣ୍ଣପୁର ଜିଲ୍ଲାର ଟୁଇଟର ଵଏ ଭାବେ ପରିଚିତ ସାମାଜିକ କର୍ମୀ ଶ୍ରୀ ସର୍ଜନ କୁମାର ପାଣ୍ଡେ ଅଭିଯୋଗ କରିଛନ୍ତି। ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ବିଭିନ୍ନ ଅଭିଯୋଗ ଓ ସମାଧାନ ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏକ୍ସରେ ଉତ୍ତର ରଖିବାକୁ ଶ୍ରୀ ପାଣ୍ଡେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *