July 5, 2025
Home » ଏଜେଓ ଉଚ୍ଚ ବିଦ୍ୟାଳୟ ରେପ୍ରବାସୀ ଭାରତୀୟ ଦିବସ ସମ୍ପର୍କରେ ପ୍ରତିଯୋଗିତା ଅନୁଷ୍ଠିତ

ଏଜେଓ ଉଚ୍ଚ ବିଦ୍ୟାଳୟ ରେପ୍ରବାସୀ ଭାରତୀୟ ଦିବସ ସମ୍ପର୍କରେ ପ୍ରତିଯୋଗିତା ଅନୁଷ୍ଠିତ

0
WhatsApp Image 2025-01-15 at 6.47.19 PM

ଓଡିଶାର ଭୁବନେଶ୍ୱର ଠାରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଏଜେଓ ଉଚ୍ଚ ବିଦ୍ୟାଳୟ ଠାରେ ଜିଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି।ଏଥିରେ ଚିତ୍ରକଳା, ବକ୍ତୃତା, ପ୍ରବନ୍ଧ, କୁଇଜି ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଅନୁଷ୍ଠିତ ଜିଲାସ୍ତରୀୟ ପ୍ରତିଯୋଗିତାରେ ଅତିରିକ୍ତ ଜିଲାପାଳ ଅଶୋକ କୁମାର ଭୋଇ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ,ଏଜେଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପାୟଲ ପଟନାୟକ, ବ୍ଲକ ଶିକ୍ଷା ଧିକାରୀ ରଞନ କହଁର ,ବିଞାନ ସୁପରଭାଇଜର ଅଶୋକ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରବାସୀ ଭାରତୀୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ,ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ ସମେତ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ସମ୍ପର୍କରେ ଭାବର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ରହିଛି।ଜିଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗିମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପ୍ରଥମସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗିମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ବ୍ୟବସ୍ଥା ରହିଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା।

Leave a Reply

Your email address will not be published. Required fields are marked *