ଏନଫୋର୍ସମେଣ୍ଟ ଟିମ ର ଚଢ଼ାଉ, 7 ଟି ହାଇୱା ଜବତ l

ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା ଚାରିଛକ ଠାରେ ଆଜି ଏନଫୋର୍ସମେଣ୍ଟ ଟିମ ତରଫରୁ ଚଢ଼ାଉ କରାଯାଇଛି l ଚଢ଼ାଉ ରେ 7 ଟି ହାଇୱା ଗାଡି ଜବତ ହୋଇଥିବା ସୂଚନା ମିଳିଛି l ଆଜି ସକାଳୁ ରାଜସ୍ବ ଓ ମଇନିଙ୍ଗ ବିଭାଗ ର ମିଳିତ ଏନଫୋର୍ସମେଣ୍ଟ ଟିମ ର ଚଢ଼ାଉ ରେ ବେଆଇନ ଭାବରେ ଚିପସ ଓ ଡଷ୍ଟ ବୋଝେଇ 7 ଟି ହାଇୱା ଗାଡି କୁ ଜବତ କରାଯାଇଛି l ARSS ଠିକା ସଂସ୍ଥା ଦ୍ୱାରା ବ୍ୟବହୃତ 7 ଟି ହାଇୱା ଗାଡି କୁ ଜବତ କରି ପୁରୁଣାକଟକ ଥାନା ରେ ରଖିଥିବା ସୂଚନା ମିଳିଛି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର