ଏପ୍ରିଲ ମାସରେ ବିଏମ୍ ସିରୁ ଅବସର ନେଲେ 16 ଜଣ କର୍ମଚାରୀ

ଭୁବନେଶ୍ୱର::ଚଳିତ ମାସରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ରୁ ଅବସର ଗ୍ରହଣ କଲେ 16 ଜଣ କର୍ମଚାରୀ । ସେମାନଙ୍କ ମଧ୍ୟରୁ 12 ଜଣ ନିୟମିତ କର୍ମଚାରୀ ହୋଇଥିବା ବେଳେ 2 ଜଣ ଡିଏଲ୍ଆର୍ ଏବଂ 2 ଜଣ ସିଏଲ୍ଆର୍ । ଏହି ଉପଲକ୍ଷେ ଆଜି ଭୁବନେଶ୍ୱର ମହାନଗର ନିଗମ ରିକ୍ରେସନ କ୍ଲବ ପକ୍ଷରୁ ଏକ ଅବସର କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆୟୁକ୍ତ ଶ୍ରୀ ଶୁଭେନ୍ଦୁ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଅଧିକାରୀ ଓ ସମସ୍ତ କର୍ମଚାରୀ ଯୋଗଦେଇଥିଲେ ।
ସମୟ କ୍ରମେ କର୍ମଚାରୀମାନେ ଅବସର ଗ୍ରହଣ କରୁଛନ୍ତି । ନୂତନ ନିଯୁକ୍ତି ହୋଇନାହିଁ । ଫଳରେ ଲୋକମାନଙ୍କୁ ସଠିକ୍ ସମୟରେ ଆବଶ୍ୟକ ସେବା ଯୋଗାଇ ଦେବା ଅନେକ ସମୟରେ ସମ୍ଭବ ହେଉନାହିଁ । ତେଣୁ ନୂତନ ନିଯୁକ୍ତି ପାଇଁ ସରକାରଙ୍କୁ ଖୁବ୍ ଶୀଘ୍ର ଅନୁରୋଧ କରାଯିବ। ଅପରପକ୍ଷେ ଦୀର୍ଘ ଦିନ ଲୋକମାନଙ୍କ ସେବା କରି ଅବସର ନେଉଥିବା କର୍ମଚାରୀଙ୍କ ଦୀର୍ଘ, ସୁସ୍ଥ ଓ ନିରାୟମ ଜୀବନ ଯାପନ କାମନା କରିଛନ୍ତି ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ।
ଏପ୍ରିଲ ମାସରେ ଅବସର ଗ୍ରହଣ କରିଥିବା କର୍ମଚାରୀମାନେ ହେଲେ-ସଂଯୁକ୍ତା ପଣ୍ଡା-ଗୋଷ୍ଠୀ ସଂଗଠିକା, କେଦାରେଶ୍ୱର ପରିଡା- ବରିଷ୍ଠ ସହାୟକ, ବିକ୍ରମ କୁମାର ସାମନ୍ତରାୟ-କନିଷ୍ଠ ସହାୟକ, ଅଭିମନ୍ୟୁ ପତି-ଡ୍ରାଇଭର, ମାଧବାନନ୍ଦ ଶତପଥି-ପିଅନ, ଶ୍ରୀଧର ସାହୁ-ପ୍ରୋସେସ୍ ସର୍ଭେୟର, ମହେଶ୍ୱର ପ୍ରଧାନ- ଓ୍ୱାଚ୍ ମ୍ୟାନ, ହରମୋହନ ମହାପାତ୍ର-ପିଅନ, ଚନ୍ଦ୍ରଶେଖର ମହାପାତ୍ର-ହେଲପର, ଭୋଳାନାଥ ପାଇକରାୟ- ହେଲପର, ଉପେନ୍ଦ୍ର ନାଏକ- ସ୍ୱଚ୍ଛକର୍ମୀ, ସୁବଳ ନାଏକ- ସ୍ୱଚ୍ଛ କର୍ମୀ, ଗଙ୍ଗାଧର ବଳିଆରସିଂହ- କନିଷ୍ଠ ସହାୟକ, ଦୁରୁଜା ନାଏକ- ସ୍ୱଚ୍ଛକର୍ମୀ, କୃଷ୍ଣ ନାଏକ- ସ୍ୱଚ୍ଛକର୍ମୀ, ଓ ଶକୁନ୍ତଳା ଦେଇ- ସ୍ୱଚ୍ଛକର୍ମୀ । ଅବସର ଗ୍ରହଣ କରିଥିବା ଏହି କର୍ମଚାରୀମାନଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଅବସର ଗ୍ରହଣ କରୁଥିବା ଯୋଗ୍ୟ କର୍ମଚାରୀମାନଙ୍କୁ ସଂଗେ ସଂଗେ ପ୍ରୋଭିଜନାଲ ପେନସନ ପ୍ରଦାନ କରାଯାଇଥିଲା ।
30 ବର୍ଷରୁ ଉର୍ଦ୍ଧ୍ୱକାଳ ଭୁବନେଶ୍ୱର ମହାନଗର ନିଗମ ପାଇଁ କାର୍ଯ୍ୟକରି ଲୋକମାନଙ୍କୁ ସେବା ଯୋଗାଇ ଥିବାରୁ ସେମାନଙ୍କର ଦୀର୍ଘ, ନିରମୟ ଓ ନିରୋଗ ଜୀବନ ଯାପନ କାମନା କରିଥିଲେ ଅତିରିକ୍ତ ଆୟୁକ୍ତ ଶ୍ରୀ ଶୁଭେନ୍ଦୁ କୁମାର ସାହୁ ।
ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ଓ ମଂଚ ପରିଚାଳନା କରିଥିଲେ ବିଏମ୍ ସି ରିକ୍ରେସନ କ୍ଲବର ସାଧାରଣ ସଂପାଦକ ଶ୍ରୀ ଶୁଭକାନ୍ତ ପାଢୀ ଏବଂ ସହଯୋଗ କରିଥିଲେ ସନ୍ତୋଷ କୁମାର ମହାନ୍ତି, ଅକ୍ଷୟ କୁମାର ସ୍ୱାଇଁ ଓ ସସ୍ମିତା ନାୟକ ପ୍ରମୁଖ