April 2, 2026
Home » ଏପ୍ରିଲ ୧ କୁ ସୁବର୍ଣ୍ଣପୁରୀ ଦିନ ଭାବରେ ପାଳନ କଲେ ସୁବର୍ଣ୍ଣପୁର ବାସୀ l

ଏପ୍ରିଲ ୧ କୁ ସୁବର୍ଣ୍ଣପୁରୀ ଦିନ ଭାବରେ ପାଳନ କଲେ ସୁବର୍ଣ୍ଣପୁର ବାସୀ l

0
WhatsApp Image 2026-04-01 at 12.45.57 PM

ସୁବର୍ଣ୍ଣପୁର —ଓଡ଼ିଶାରେ ସୁବର୍ଣ୍ଣପୁର ଜିଲ୍ଲା ଆନୁଷ୍ଠାନିକ ଭାବରେ ଗଠିତ ହୋଇଥିଲା ଏବଂ ୧ ଏପ୍ରିଲ ୧୯୯୩ ରେ କାର୍ଯ୍ୟକ୍ଷମ ହୋଇଥିଲା। ମାର୍ଚ୍ଚ ୧୯୯୩ ରେ ଏକ ସରକାରୀ ବିଜ୍ଞପ୍ତି ପରେ ଏହାକୁ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରୁ ଅଲଗା କରାଯାଇଥିଲା ଏବଂ ଏହାର ମୁଖ୍ୟାଳୟ ସୁବର୍ଣ୍ଣପୁରରେ ଅବସ୍ଥାପିତ ହେଲା।୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ମାତ୍ର ସୁବର୍ଣ୍ଣପୁର ରେ ଏହି ଦିନ କୁ ସୁବର୍ଣ୍ଣପୁରି ଦିନ ଭାବ ରେ ପାଳନ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲା ର ବୁଦ୍ଧିଜୀବୀ, ସଚେତନ ନାଗରିକ , ଯୁବଗୋଷ୍ଠୀ, ବରିଷ୍ଠ ନାଗରିକ, ବିଭିନ୍ନ ମହିଳା ସଙ୍ଗଠନ ମିଳିତ ଭାବରେ ସକାଳ ୮ ଟା ରୁ ୧୧ ଟା ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠା ରେ ଏକାଠି ରହି ସବୁର୍ଣ୍ଣପୁରୀ ଦିନ ପାଳନ କରୁଥିବା ଦେଖିବାକୁ ମିଳିଛି। ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସୁବର୍ଣ୍ଣପୁର ର ଉନ୍ନତି ଦିଗ ରେ ଭାଷଣ ଦେଇଥିଲେ। ପୂର୍ବ ଓଡ଼ିଶା ତୁଳନା ରେ ପଶ୍ଚିମ ଓଡ଼ିଶା ଆଶାତୀତ ଉନ୍ନତି ହୋଇ ନ ଥିବାବେଳେ ଶିକ୍ଷା, ସ୍ଵାସ୍ଥ୍ୟ , ଗମନାଗମନ କ୍ଷେତ୍ର ରେ ବିଶେଷ ଉନ୍ନତି ହୋଇ ପାରି ନ ଥିବା କହି ବୁଦ୍ଧିଜୀବୀ ମତ ବ୍ୟକ୍ତ କରିଥିଲେ। ଆଗାମୀ ଦିନ ରେ କିପରି ଅଧିକ ସଂଖ୍ୟକ ସୁବର୍ଣ୍ଣପୁର ବାସୀ ଏହି ଉତ୍ସବ ପାଳନ ରେ ସାମିଲ ହେବେ ସେ ନେଇ ଗଣ ମାଧ୍ୟମ ଜରିଆରେ ସାଧାରଣ ଜନତା ଙ୍କୁ ଆହ୍ବାନ ଦେଇଥିଲେ। ସୁବର୍ଣ୍ଣପୁର ର ଭାଷା ସଂସ୍କୃତି ତଥା ସର୍ବୋପରି ସୁବର୍ଣ୍ଣପୁର ର ଉନ୍ନତି ପାଇଁ ଏହି ଉତ୍ସବ ପାଳନ କରାଯାଉଥିବା ବେଳେ ଭାଇଚାରା କୁ ସୁଦୃଢ଼ କରିବା ଦିଗରେ ସହାୟ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ଉପସ୍ଥିତ ବୁଦ୍ଧିଜୀଵୀ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *