July 4, 2025
Home » ଏମ୍.କେ.ସି.ଜି.କଲେଜ୍ କୁ ଜମ୍ମୁଲା ସତ୍ୟନାରାୟଙ୍କ ମୃତ୍ୟୁପରେ ଶରୀର ଦାନ

ଏମ୍.କେ.ସି.ଜି.କଲେଜ୍ କୁ ଜମ୍ମୁଲା ସତ୍ୟନାରାୟଙ୍କ ମୃତ୍ୟୁପରେ ଶରୀର ଦାନ

0
WhatsApp Image 2025-03-19 at 12.17.38 PM

ବ୍ରହ୍ମପୁର : ବ୍ରହ୍ମପୁରର ବଡ଼ବଜାର ଗୌଡ଼ସାହି ବାସିନ୍ଦା ଜମ୍ମୁଲାସତ୍ୟନାରାୟନଙ୍କ ଭୋର ଘ ୨.୧୦ ମିନିଟ ସମୟରେ ଦେହାନ୍ତ ହୋଇଯାଇଛି।ମୃତ୍ୟୁପରେ ସେ ତାଙ୍କର ଚକ୍ଷୁ ଓ ଶରୀର ଦାନ କରିବା ପାଇଁ ଜଣାଇ ଥିବା ତାଙ୍କ ସ୍ତ୍ରୀ ଜମ୍ମୁଲା ଲଳିତ କୁମାରୀ, ପୁଅ ଜମ୍ମୁଲା ବଂଶୀ,ଝିଅ,ବର୍ଷା ବଡଭାଇ ଜେ.ସନମୁଖ ରାଓ, ସାନ ଭାଇ ଜମ୍ମୁଲା ସୁରେଶ ଓ ଜେ ଶ୍ରୀନିବାସ ରାଓ ଜଣାଇଥିଲେ। ଉଲ୍ଲେଖ ଯୋଗ୍ୟ ଜେ.ସୁରେଶ ଓ ଜେ.ସତ୍ୟ ନାରାୟଣ ମାନବବାଦୀ ହେତୁବାଦୀ ସଙ୍ଗଠନର ସଦସ୍ୟ ଅଛନ୍ତି। ତାଙ୍କ କଥା ରକ୍ଷାକରି ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ , ବ୍ରହ୍ମପୁର ଓ ମାନବବାଦୀ ହେତୁବାଦୀ ସଂଗଠନସହଯୋଗରେ ପ୍ରଥମେ ଚକ୍ଷୁ ଦୁଇଟିଏମ୍.କେ.ସି.ଜି. ହସ୍ପିଟାଲର ଚକ୍ଷୁବିଭାଗକୁ ଦାନ କରାଯାଇଥିଲା। ମଧ୍ୟାହ୍ନ ୧ ଘଣ୍ଟା ସମୟରେଏମ୍.କେ.ସି.ଜି.ମେଡିକାଲ କଲେଜର ଆନାଟୋମି ବିଭାଗର ମୁଖ୍ୟ ପ୍ରଫେସର ଜେ.ସାଗର ପୃଷ୍ଟିଙ୍କ ଉପସ୍ଥିତିରେ ମରଶରୀରକୁ ଦିଆଯାଇଥିଲା।ପ୍ରତିବର୍ଷ ମେଡିକାଲ କଲେଜକୁ ପିଲାମାନଙ୍କୁ ପାଠ ପାଇଁ ୨୫ ଟି ମୃତ ଶରୀରର ଆବଶ୍ୟକତା ଥିବା ଜଣାଇ ଥିଲେ।ଜେ.ସତ୍ୟନାରାୟନଙ୍କର ଏକମାତ୍ର ପୁଅ ବଂଶୀ ଓ ଏକମାତ୍ର ଝିଅ ବର୍ଷା ଅଛନ୍ତି। ତାଙ୍କର ଚାରି ଭାଇ ଓ ପାଞ୍ଚ ଭଉଣୀ ବି ଅଛନ୍ତି। ଚକ୍ଷୁଦାନ ଓ ଶରୀର ଓ ଅଙ୍ଗ ଦାନ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଶହଶହ ବନ୍ଧୁ ବାନ୍ଧବ , ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଓ ମାନବବାଦୀ ହେତୁବାଦୀ ସଂଗଠନର ସଭ୍ୟମାନଙ୍କୁ ନେଇ ଏକ ଶୋଭାଯାତ୍ରା କରାଯାଇ ଥିଲା ।
ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ସଭାପତି ଏମ୍.ବିଦ୍ୟାସାଗର, ସମ୍ପାଦକ, ସତ୍ୟକମ ପାତ୍ର ,ଏସ.ଦୁର୍ଗା ପ୍ରସାଦ, ଇ.ରଘୁନାଥମ, ଇ.ଜଗଡ଼ିଶ୍ୱର ରାଓ, ଦେବଦତ୍ତ ମହାନ୍ତି ବି.ଲଷ୍ମୀନାରାୟଣ ପାତ୍ର, ମୁରଲୀ ସୁନ୍ଦର ମାନବବାଦୀ ହେତୁବାଦୀ ସଙ୍ଗଠନର ସଭାପତି ଇ.ଟି.ରାଓ, ସମ୍ପାଦକ କେ.ନନ୍ଦେଷୁ ସେନାପତି, କିଶୋର ଚନ୍ଦ୍ର ମିଶ୍ର , ପ୍ରତାପ ପ୍ରଧାନ, କେ.ବାସବା ରାଜୁ ଓ ସତ୍ୟନାରାୟାନଙ୍କୁ ଭଲପାଉଥିବା ଶହଶହ ବନ୍ଧୁ ବାନ୍ଧବ ଦିଲ୍ଲୀପ ସୁବୁଦ୍ଧି, କେ.ସୁଦର୍ଶନ ପାତ୍ର, ପ୍ରସଂନକୁମାର ପାତ୍ର, କେ ରାମ ଗୋପାଳ,ଇ.ରବି କୁମାର, ବ.ସନ୍ତୋଷ କୁମାର ବି.ସୂର୍ଯ୍ୟ ରାଓ, ଟି.ନଗେଶ୍ୱର ରାଓ, ଡ.ଟି.ପ୍ରକାଶ ରାଓ, ଏସ.ଶେଷଗିରି ରାଓ, ଏପରି ସୁବାଷ, କେ.ସୂର୍ଯ୍ୟପ୍ରକାଶ, ଯେ.ମଧୁକର, ଜେ.ବୈସ୍ୟା ଏମ୍.କ୍ରୀଷ୍ଣାୟ୍ୟା, ଜେ.ବଳ ପ୍ରସାଦ ରାଓ ଯୋଗଦେଇ ଶୋକ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *