August 26, 2025
Home » ଏଲ୍.ଭି. ପ୍ରସାଦ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ସେବା !

ଏଲ୍.ଭି. ପ୍ରସାଦ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ସେବା !

0
WhatsApp Image 2025-07-31 at 10.11.14 PM

ଛତ୍ରପୁର ସହରାଞ୍ଚଳ ରିକାପଲ୍ଲୀ ସାହି କମ୍ୟୁନିଟ୍ ହଲ୍ ରେ ୧୨ ନମ୍ବର ୱାର୍ଡ କାଉନସିଲର ପ୍ରତିନିଧି
ବି. ଗୋପାଳ ସ୍ବାମୀଙ୍କ ନେତ୍ତୃତ୍ତ୍ଵରେ ଅଗ୍ରଣୀ ସଂଗଠନ ବ୍ରହ୍ମପୁର ସ୍ଥିତ ଏଲ୍.ଭି. ପ୍ରସାଦ ଅନୁଷ୍ଠାନ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ଭିଜନ ଟେକନିସିୟାନ୍ ପି. ଜିତେନ୍ଦ୍ର ରେଡ୍ଡୀ ସଫଳ ଚକ୍ଷୁ ପରୀକ୍ଷଣ କରି ସମାଜରେ ବେଶ୍ ଜନାଦୃତ ହୋଇ ଆସିଛନ୍ତି ବୋଲି କୁହାଯାଏ । ଉକ୍ତ ଅନୁଷ୍ଠାନ ପକ୍ଷରୁ ମଗଣାରେ ଘରକୁ ଘର ବୁଲି ଏହି ମଗଣା ଚକ୍ଷୁ ଚିକିତ୍ସା ସେବା ସେବା ଯୋଗାଇ ଆସୁଥିବା ବେଳେ ରୋଗୀ ମାନଙ୍କୁ ସହଜସାଧ୍ୟ ଭାବେ ଚିକିତ୍ସା ସେବା ଯୋଗାଇ ଦିଆଯିବା ନେଇ ରିକାପଲ୍ଲୀ ସାହି କମ୍ୟୁନିଟ୍ ହଲ୍ ରେ ଏହି ବ୍ୟସ୍ଥାପନା କରାଯାଇଥିଲା । ୧୨ ନମ୍ବର ୱାର୍ଡ କାଉନସିଲର ପ୍ରତିନିଧି ଉଦ୍ୟମ କରିଥିବା ନେଇ ସମସ୍ତେ ବି. ଗୋପାଳ ସ୍ବାମୀଙ୍କୁ ଲୋକେ ସାଧୁବାଦ ଜଣାଇଛନ୍ତି ।

ଏହି ଅଞ୍ଚଳର ଯୁବ ସମାଜସେବୀ ଭି. ମଙ୍ଗଳେଶ୍ୱର ରାଓ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଆସିଛନ୍ତି । ଏ ନେଇ ଏହି ଜନମଙ୍ଗଳ ସେବାରେ ଯେପରି ସମସ୍ତ ଗରୀବ ଲୋକମାନେ ଯାହାକି ବରିଷ୍ଠ ନାଗରିକ ମହିଳା ଓ ପୁରୁଷ ଲୋକମାନେ ଏହି ସେବାରେ ଉପକୃତ ହୋଇ ପାରିବେ ସେ ଦିଗରେ ଆଗମୀ ଦିନରେ ମଧ୍ୟ ଆଉ ଏକ ଚିକିତ୍ସା ସେବା ଯୋଗାଇ ଦିଆଯିବା ର ବ୍ୟବସ୍ଥା କରାଯାଉଛି ବୋଲି ଏଲ୍.ଭି. ପ୍ରସାଦ ଅନୁଷ୍ଠାନର ଅଫିସ୍ ଆଡମିନ ସ୍ମିତା ରାଉଳ ଏହି ସେବାରେ ଆସି ଏ ସମ୍ପର୍କରେ ଗଣମାଧ୍ୟମ କୁ କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ଅନ୍ଧତ୍ବ ଦୁରୀକରଣ ପ୍ରକ୍ରିୟା ଭାବେ ସଫଳ ରୂପାୟନ ଅଣାଯିବାରେ ଏଲ୍.ଭି. ପ୍ରସାଦ ଅନୁଷ୍ଠାନର ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କୁହାଯାଇଛି ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *