ଏସଭିନିର୍ତ୍ତାର ଓଲଟପୁର ଭୌତିକ ଚିକିତ୍ସା କରିବାରେ ଏସିଆ ମହାଦେଶରେ ଦିତୀୟ

କଟକ ଜିଲା ଓଲଟପୁର ଠାରେ ୫୦ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ସ୍ୱାମୀ ବିବେକାନନ୍ଦ ଜାତୀୟ ଭିନ୍ନକ୍ଷମ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସଂନ୍ଧାନ କେନ୍ଦ୍ର ଏସିଆ ମହାଦେଶର ଏକ ଅଦିତୀୟ ଭୌତିକ ଚିକିତ୍ସା କେନ୍ଦ୍ର।କେବଳ ଓଡିଶା ନୁହେଁ ପଶ୍ଚିମ ବଙ୍ଗ ଛତିଶଗଡ଼ ଅଞ୍ଚଳର ରୋଗୀ ମାନେ ଏଠାକୁ ଆସି ଚିକିତ୍ସିତ ହୁଅନ୍ତି ।ଭୌତିକ ଚିକିତ୍ସା ପାଇଁ ଏଠାରେ ଚାରି ବର୍ଷିଆ ପାଠ୍ୟକ୍ରମରେ ପ୍ରାୟ ୬ଶହରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।ବାହାର ରାଜ୍ୟର ଛାତ୍ର ଛତ୍ରୀମାନେ ପ୍ରକ୍ଟିକାଲ କରିବାକୁ ବହୁ ସଂଖ୍ୟାରେ ଏଠାକୁ ଆସନ୍ତି।ଏଠାରେ ଅନ୍ତଃ ବିଭାଗରେ ୨୦୦ରୋଗୀ ରହିବାର ବ୍ୟବସ୍ଥା ଅଛି।ଡାଃ ପତିତପାବନ ମହାନ୍ତି ଏହାର ନିର୍ଦ୍ଦେଶକ ଅଛନ୍ତି। ସେ ନିଜେ ରୋଗୀମାନଙ୍କୁ ଭୌତିକ ଚିକିତ୍ସା କରାନ୍ତି।ବାକଶକ୍ତି ବିଭାଗ ରେ ଡା ଜୟ ଶଙ୍କର ପଣ୍ଡା, ସୁଭଶ୍ରୀ ମିଶ୍ର,ଧୃତିସୁନ୍ଦର ସାହୁ ପ୍ରମୁଖ ଅନ୍ୟ ଚିକିତ୍ସକ ମାନେ ଚିକିତ୍ସା କରନ୍ତି।ସେହିଭଳି ଭୌତିକ ଚିକିତ୍ସା ବିଭାଗରେ ଡାକ୍ତର କିଶୋର ମହାପାତ୍ର, ପବିତ୍ର କୁମାର ସାହୁ,କେ ସତ୍ୟନାରାୟଣ ରାଓ,ନିବେଦିତା ଦାସ ଦୀପକ କୁମାର ସିଂ, ପ୍ରମୋଦ କୁମାର ପରିଡା,ସୁଧାକର ପ୍ରଧାନ ,ନରେନ୍ଦ୍ର କୁମାର ବେହେରାଙ୍କ ଭଳି ଡାକ୍ତରମାନେ ରୋଗୀ କୈନ୍ଦ୍ରିକ ଚିକିତ୍ସା କରୁଅଛନ୍ତି। ଦିବ୍ୟାଙ୍ଗମାନଙ୍କୁ ବୋଝ ନ ଭାବିବା ପାଇଁ ନିରାମୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପ୍ରତିବର୍ଷ ଏକ ଲକ୍ଷ ଟଙ୍କାର ସହାୟତା ବ୍ୟବସ୍ଥା ରହିଛି ବୋଲି ବିଚିତ୍ର କୁମାର ସାହୁ ସୂଚନା ଦେଇଛନ୍ତି।ଏହାର ପ୍ରିମିୟମ ସରକାର ବହନ କରୁଛନ୍ତି।ସେହିଭଳି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଆଲମିକୋ ପକ୍ଷରୁ ହୁଇଲ ଚେୟାର ,ୱାକର,ଆଶାବାଡି, ବେଲ୍ଟ ଇତ୍ୟାଦି ଅନେକ ଉପକରଣ ବିପିଏଲ କାଟେ ଗୋରୀ ଏବଂସାମାଜିକ ସୁରକ୍ଷା ଭତ୍ତାଧାରୀମାନଙ୍କୁ ଯୋଗାଇ ଦିଆଯାଉଥିବା ଜିତେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି। ଦିବ୍ୟାଙ୍ଗମାନଙ୍କୁ ରୋଜଗାର କ୍ଷମ କରାଇବା ପାଇଁ ୪-୫ଟି ଟ୍ରେଡରେ ଧନ୍ଦାମୂଳକ ତାଲିମ ପ୍ରଦାନ ସହ ଏକ ଉତ୍ପାଦନ କେନ୍ଦ୍ର ପରିଚାଳିତ ହେଉଛି। ଏହି କେନ୍ଦ୍ରର ବରିଷ୍ଠ ବିଶେଷଜ୍ଞ ମାନଙ୍କ ନିଷ୍ଠାପର ରୋଗୀସେବା ଅନ୍ୟମାନଙ୍କ ପାଇଁ ପ୍ରରଣାର ଉତ୍ସ।ଓଲଟପୁର ଗୋଟିଏ ଛୋଟ ଗ୍ରାମ।ବହୁସଂଖ୍ୟାରେ ରୋଗୀ ବାହାରୁ ଆସୁଥିବାରୁ ଅନୁଷ୍ଠାନ ପକ୍ଷରୁ ଅଧିକ ଡରମିଟୋରି ନିର୍ମାଣ କରି,ଶୁଳ୍କ ନେଇ ରହିବା ବ୍ୟବସ୍ଥା ଯୋଗାଇଦେବା ଆବଶ୍ୟକ।କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ ହୋଇଥିଲା ବେଳେ ଏଠାରେ କୌଣସି ବିମା କାର୍ଯ୍ୟ କରୁନାହିଁ ।ବାହାରେ ପାର୍କ ଓପନ ଜିମ ମରାମତି ଅଭାବରୁ ଶୋଚନୀୟ ହୋଇଗଲାଣି। ମୁଖ୍ୟ ରାସ୍ତା ଠାରୁ ଅନୁଷ୍ଠାନ ପର୍ଯ୍ୟନ୍ତ ଆଲୋକ ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ।ଏସିଆ ମହାଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ହୋଇଥିବାରୁ ଏହାର ସୁନାମ ବଜାଇ ରଖିବାକୁ ଚିକିତ୍ସକଙ୍କ ଠାରୁ ଆରମ୍ଭ କରି ନର୍ସ,ପାରାମେଡିକାଲ ଷ୍ଟାଫ ଏବଂ ଉଭୟ ସରକାର ଗୁରୁତ୍ୱ ଦେବା ଆବଶ୍ୟକ।