August 22, 2026
Home » ଏସ୍.ପି.ସି.ଏ ଅଲଇଣ୍ଡିଆ ଅଧ୍ଯକ୍ଷ ବିକାଶ କୁମାରଙ୍କ ଓଡିଶା ଗ୍ରସ୍ତ ରାଇରଙ୍ଗପୁର

ଏସ୍.ପି.ସି.ଏ ଅଲଇଣ୍ଡିଆ ଅଧ୍ଯକ୍ଷ ବିକାଶ କୁମାରଙ୍କ ଓଡିଶା ଗ୍ରସ୍ତ ରାଇରଙ୍ଗପୁର

0
WhatsApp Image 2024-10-01 at 5.30.26 PM

 

ରାଇରଙ୍ଗପୁର ଲିସେନସି ହୋଟେଲ ଠାରେ ଏସ୍.ପି.ସି.ଏ ( ସୋସାଇଟି ଫର ପ୍ରିଭେନସନ୍ ଅଫ୍ କ୍ରୁଏଲଟି ଟୁ ଏନିମଲସ୍ ) ଅଲ ଇଣ୍ଡିଆ ଅଧ୍ଯକ୍ଷ ବିକାଶ କୁମାର ଦୁଇଦିନ ପାଇଁ ମୟୂରଭଞ୍ଜ ଗ୍ରସ୍ତରେ ଆସି ରାଇରଙ୍ଗପୁର ଠାରେ ପହଞ୍ଚିଥିଲେ | ଓଡିଶା ରାଜ୍ଯରେ ପଶୁମାନଙ୍କ ଉପରେ ହେଉଥିବା ବର୍ବର ଅତ୍ଯାଚାର ଉପରେ ଅନୁଧ୍ଯାନ କରିଥିଲେ | ଏହି କାର୍ଯ୍ଯକ୍ରମ ସମୟରେ ଏସ୍.ପି.ସି.ଏ ଅଲ ଇଣ୍ଡିଆ ଓଡିଶା ରାଜ୍ଯ ଅଧ୍ଯକ୍ଷା ସରସ୍ବତୀ ଟୁଡୁ, ଏସ୍.ପି.ସି.ଏ ଅଲ ଇଣ୍ଡିଆ ଝାଡଖଣ୍ଡ ରାଜ୍ଯ ଅଧ୍ଯକ୍ଷ ରାଜୁ କୁମାର ସାମନ୍ତ ଓ ଏସ୍.ପି.ସି.ଏ ଅଲ ଇଣ୍ଡିଆ ଓଡିଶା ରାଜ୍ଯ ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଏଥି ନିମନ୍ତେ ପଶୁମାନଙ୍କ ଉପରେ ହେଉଥିବା ଅତ୍ଯାଚାର ସହ ଅନ୍ଯାୟ ଭାବେ ଚୋରା ଗୋଚାଲାଣ ବନ୍ଦ କରିବା ନିମନ୍ତେ କେନ୍ଦ୍ରିୟ ଅଧିକାରୀ ଶ୍ରୀଯୁକ୍ତ ବିକାଶ କୁମାର ଗୁରୁତ୍ବାରୋପ କରିଥିଲେ | ଗୋଚାଲାଣ ସମୟରେ ଉଦ୍ଧାର ହେଉଥିବା ଗୋରୁଗୁଡିକୁ ରଖିବାକୁ ବିପୁଳ ଭାବେ ଗୋଶାଳା ଖୋଲାଯିବା ଉପରେ ଓଡିଶା ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଙ୍କ ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କୁ କିପରି ବିଧିବ୍ଯବସ୍ଥା ଉପରେ ଥଇଥାନ କରାଯାଇପାରିବ , ସେ ସଂପର୍କରେ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ | ଗତ ୨୩/୦୯/ ୨୪ ରିଖ ଦିନ ମୁଖ୍ଯମନ୍ତ୍ରୀଙ୍କ ମୟୂରଭଞ୍ଜ କାର୍ଯ୍ଯକ୍ରମ ପାଇଁ ପୁଲିସ ବିଭାଗ ବ୍ଯସ୍ତ ଥିବା ସମୟରେ ୨ଟି କଣ୍ଟେନର ରୁ ୧୦୩ଟି ଗାଈବଳଦ ଅମାନୁଷିକ ଭାବେ ଭର୍ତ୍ତି କରି ନେଉଥିବା ସମୟରେ ପୁଲିସ ସନ୍ଦେହ କରି ତଲାସି କରିଥିଲେ | ଏହା କେନ୍ଦୁଝର ଜିଲ୍ଲା ପାଲଲ ହଡା ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା | ପରେ ସେମାନଙ୍କୁ ଉଦ୍ଧାର କରି ରଖିବା ନିମନ୍ତେ ମୟୂରଭଞ୍ଜ ର ଥିବା ଗୋଶାଳାରେ ସ୍ଥାନାଭାବ ଯୋଗୁଁ ବାଲେଶ୍ବର ଗୋଶାଳାକୁ ବିଶୋଇ ପୁଲିସ ଓ ମ୍ଯାଜିଷ୍ଟେଟ୍ ଙ୍କ ହେପାଜଟ୍ ରେ ପଠାଯିବା ସମୟରେ ୩୬ଟି ଗୋରୁ ମରିଥିବାର ଜଣାପଡିଥିଲା | ଏକକାଳୀନ ଏତେ ସଂଖ୍ଯକ ଗୋରୁ ମରିବା ଏହା ପ୍ରଥମ ଘଟଣା | ପ୍ରକାଶଥାଉ କି, ଏହି ଘଟଣା ପୂର୍ବରୁ ରାଇରଙ୍ଗପୁର ଏସ୍.ପି.ସି.ଏ ଅଲ ଇଣ୍ଡିଆ ଓଡିଶା ରାଜ୍ଯ ଅଧ୍ଯକ୍ଷ ସରସ୍ବତୀ ଟୁଡୁ ଓ ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ ରାଇରଙ୍ଗପୁର ଏସ୍.ଡି.ପି.ଓ ଗୋକୁଳାନନ୍ଦ ସାହୁଙ୍କୁ ସାକ୍ଷାତ କରି ଚୋରା ଗୋଚାଲାଣ ସଂପର୍କରେ ଅବଗତ କରାଇଥିଲେ | ପରିଶେଷରେ ଏସ୍.ଡି.ପି.ଓ ଶ୍ରୀ ସାହୁଙ୍କ ଅଧ୍ଯକ୍ଷତାରେ ଚୋରା ଗୋଚାଲାଣ ଧରପକଡକୁ ଏସ୍.ପି.ସି.ଏ ଅଲ ଇଣ୍ଡିଆ ଅଧିକାରୀମାନେ ଭୂୟସୀ ପ୍ରଶଂସା କରିଥିଲେ | ଓଡିଶାରେ ପଶୁମାନଙ୍କ ପ୍ରତି ଏଭଳି ଅତ୍ଯାଚାର କୁ ରାଷ୍ଟ୍ରୀୟ ଅଧ୍ଯକ୍ଷ ବିକାଶ କୁମାର ଘୋର ଅସନ୍ତୋଷ ପ୍ରକାଶ କରିଥିଲେ | ଏସ୍.ପି.ସି.ଏ ର ଓଡିଶା ରାଜ୍ଯ ଅଧ୍ଯକ୍ଷା ସରସ୍ବତୀ ଟୁଡୁ କହନ୍ତି ଯେ ଓଡିଶାର ୩୦ଟି ଜିଲ୍ଲାରେ ଏହି କାର୍ଯ୍ଯକ୍ରମ କୁ ବ୍ଯାପକ କରାଯିବ | ଏସ୍.ପି.ସି.ଏ କେନ୍ଦ୍ରୀୟ ଅଧ୍ଯକ୍ଷ ବିକାଶ କୁମାର ଝାଡଖଣ୍ଡ ରାଜ୍ଯ ଟାଟା ଠାରେ ଏକ ବୈଠକରେ ଯୋଗ ଦେଇ ରାଇରଙ୍ଗପୁର ଠାରେ ପ୍ରଶାସନସ୍ତରୀୟ ଆଲୋଚନା କରିଥିଲେ | ପରେ ମୟୂରଭଞ୍ଜ, କେନ୍ଦୁଝର ଓ ସମ୍ବଲପୁର ର ଏସ୍.ପି.ସି.ଏ ଅଲ ଇଣ୍ଡିଆ ସବ୍ ଇନିସପେକ୍ଟର (ଏସ୍. ଆଇ.) ଙ୍କ ସହ ବୈଠକରେ ମାର୍ଗଦର୍ଶନ କରିଥିଲେ |

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।