ଓ ଶ୍ରୀଶ୍ରୀ ନୂତନ ଲକ୍ଷ୍ମୀନୃସିଂହ ମନ୍ଦିରର ରନ୍ତ୍ରମୁଦ ସ୍ଥାପନ

_ ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ବ୍ଲକ ର କଇ଼ଁଝର ପଞ୍ଚାୟତ,ରତାଖଣ୍ଡି ଠାରେ ଭୁତ ପୂର୍ବରୁ ପୂଜାର୍ଚ୍ଚନା ପାଇଁ ଆସୁଥିବା ଓ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିରର ଉନ୍ନତି ପାଇଁ ପୂର୍ବ ବି ଜେ ଡି ସରକାର ଅମଳରେ କିଛି ଆର୍ଥିକ ସାହାଯ୍ୟ ମିଳିଥିଲା ମନ୍ଦିର କାର୍ଯ୍ୟ ଚାଲିଛି ରନ୍ତ୍ରମୁଦ ସ୍ଥାପନ ପାଇଁ ମନ୍ଦିର କମିଟି ସଭାପତି ଶ୍ରୀ କୁବେର ସାହୁ ଙ୍କ ନେତୃତ୍ବରେ ଗ୍ରାମ୍ୟ କମିଟି ର ନିଷ୍ପତ୍ତି ପ୍ରକାରେ ନିମନ୍ତ୍ରିତ ପାଇଁ ନିମନ୍ତ୍ରଣ ପତ୍ର ପ୍ରେରଣ କରାଗଲା ,
ନିର୍ଦ୍ଧାରିତ ଦିନ ତା ୬.୨.୨୫. ରିଖ ସମୟ ପ୍ରକାରେ ଓ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିରର ପୂଜାରୀ ଶ୍ରୀଯୁକ୍ତ ପ୍ରନ୍ନ ନନ୍ଦଙ୍କ ପୋରହିତରେ ଗାଁ ମନ୍ଦିର ଠାରୁ ଆବାଳବୃଦ୍ଧବନିତା ଙ୍କ ସମେତ ପତିଙ୍ଗିଆ ର ମିଥୁନ ମଲିକ ଙ୍କ ସଙ୍ଗକିତ୍ରନ ମଣ୍ଡଳୀ ଓ ରତାଖଣ୍ଡି ର ସଙ୍ଗକିତ୍ରନ ମଣ୍ଡଳୀ ର ସହଯୋଗ ରେ ପଦଯାତ୍ରା ରେ କଇ଼ଁଝର ଗାଁ ର ଶ୍ରୀ ବୀପିନି ବିହାରି ପାତ୍ର ଙ୍କ ଘର ପଛ ପଟେ ଥିବା ଇନ୍ଦ୍ରଇନ୍ଦ୍ରାଣୀ ବା ସାହାଡ଼ା ବାହାଡା ବୃକ୍ଷମୂଳରେ ପୂଜା ଛର୍ଣ୍ଣା କରାଯାଇ ପ୍ରତ୍ୟାବର୍ତ୍ତନ କଲାବେଳେ ଓ ଗଲାବେଳେ ରାସ୍ତାରେ ଥିବା ସମସ୍ତ ଦେବଦେବୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ରତାଖଣ୍ଡି ରେ ପ୍ରବେଶ କରିଥିଲେ,
ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୀଲିପ କହଁର, ସମ୍ମାନିତ ଅତିଥି ଭାବରେ କଇ଼ଁଝର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀ ପ୍ରକାଶ କହଁର, ପୂର୍ବତନ ସରପଞ୍ଚ ଶ୍ରୀ ଯଶେଫ ମଲିକ, ସତ୍ୟବାନ୍ କହଁର,ଲବ ମଲିକ,ଦାଉଦ୍ ପ୍ରଧାନ, ବରୁଣ ବିଷୋୟୀ,ଅଜିତ ମଲିକ,ଲଲିତ ନାୟକ,ଜାନକିବଲଭ ପଟ୍ଟନାୟକ, ଜଗମୋହନ ପଟ୍ଟନାୟକ, ସୁଶାନ୍ତ ପ୍ରଧାନ,ଲଙ୍କେଶ୍ଵର ବିଷୋୟୀ, ପ୍ରଫୁଲ୍ଲ ବିଷୋୟୀ, ଦିନବନ୍ଧୁ ବିଷୋୟୀ,ମଦନ ବାଘ, ଜଗନ୍ନାଥ ବିଷୋୟୀ, କୃଷ୍ଣ ସାମଲ, ରାମଚନ୍ଦ୍ର ସାହୁ,ଆକାଶ ପ୍ରଧାନ, ଜିତେନ୍ଦ୍ର ବିଷୋୟୀ ସମେତ ଆଖପାଖ ଅଂଚଳର ଗ୍ରାମବାସୀମାନେ ଯୋଗଦେଇଥିଲେ ସମସ୍ତ ଙ୍କର ପ୍ରିୟ ଦାବି ଙ୍କ ଶଙ୍ଖ ପୁଙ୍ଖାନାଦରେ କମ୍ପୁଥିଲା ରତାଖଣ୍ଡି ।
କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ