ଓଏଲ୍ଆଇସି ପ୍ରକଳ୍ପଗୁଡ଼ିକର ଆଇଓଟି ଭିଭିକ ତଦାରଖ ଉପରେ ବୈଠକ ଅନୁଷ୍ଠିତ

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ଓଏଲ୍ଆଇସି ପ୍ରକଳ୍ପଗୁଡ଼ିକର ଆଇଓଟି ଭିଭିକ ତଦାରଖ ଉପରେ ବୈଠକ ଅନୁଷ୍ଠିତ ।
ଜଳ ସମ୍ପଦ ବିଭାଗ ଆଇଟି ବ୍ୟବହାର କରି ଉଠା ଜଳସେଚନ ପ୍ରକଳ୍ପଗୁଡିକର ସ୍ଥିତି ଅନୁଧ୍ୟାନ ଓ ପରିଚାଳନା କରିବା ପାଇଁ ସେନ୍ସର-ଆଧାରିତ ଆଇଓଟି ଡିଭାଇସ୍ ସ୍ଥାପନ କରିବ । ପ୍ରଥମ ପର୍ଯ୍ୟାୟରେ ୩୭୦୦୦ଟି ଗୋଷ୍ଠୀ ଉଠା ଜଳ ସେଚନ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ ନେଇ ପଦକ୍ଷେପ । ଭୁବନେଶ୍ବର, ୧-୦୪-୨୦୨୫ ଆଜି ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ଯକ୍ଷତାରେ ଓଡ଼ିଶା ଉଠା ଜଳ ସେଚନ ପ୍ରକଳ୍ପ( ଓଏଲ୍ଆଇସି) ଗୁଡ଼ିକର ଆଇଓଟି ଭିଭିକ ତଦାରଖ ବ୍ୟବସ୍ଥା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଳ ସମ୍ପଦ ବିଭାଗ ତରଫରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ଓ ଜଳ ସୁପରିଚାଳନା ପାଇଁ ସେନ୍ସର ଭିଭିକ ଆଇଓଟି ଉପକରଣ ସ୍ଥାପନ କରିବାକୁ ପଦକ୍ଷେପ ନିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ୩୭,୦୦୦ ଉଠା ଜଳସେଚନ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯିବାକୁ ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି । ଅନୁଷ୍ଠିତ ଏହି ବୈଠକରେ ଓଏଲ୍ଆଇସିର ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରର ମୁଖ୍ୟ କାର୍ଯ୍ୟ
ନିର୍ବାହୀ ଅଧୁକାରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ ଏବଂ ଓଏଲ୍ଆଇସିର ଅନ୍ୟ ଅକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।