December 30, 2025
Home » ଓଡ଼ିଆ ଜାତି ର ଗର୍ବ ପଖାଳ କୁ ମିଳୁ G I Tag ,

ଓଡ଼ିଆ ଜାତି ର ଗର୍ବ ପଖାଳ କୁ ମିଳୁ G I Tag ,

0
WhatsApp Image 2025-03-20 at 7.31.13 PM

ବିଶ୍ଵ ପଖାଳ ଦିବସ ରେ ସ୍ୱର ଉଠାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ*********।ଓଡ଼ିଆ ଜାତିର ଖାଦ୍ୟ ପରମ୍ପରାରେ ପଖାଳର ସ୍ୱତନ୍ତ୍ର ପରିଚୟ ରହିଛି l କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନାଥଙ୍କ ପ୍ରିୟ ଷାଠିଏ ପଉଟି ଭୋଗ ନୈବେଦ୍ୟ ମଧ୍ୟରେ ପଖାଳ ଅନ୍ୟତମ l ଏମିତି ଦେଖିବାକୁ ଗଲେ ବର୍ଷକ ବାର ମାସରେ ପଖାଳ ଘରେ ଘରେ ଏକ ଲୋକପ୍ରିୟ ଖାଦ୍ୟ l ତେଵେ ଗ୍ରୀଷ୍ମଋତୁରେ ଯେତେବେଳେ ଗରମ ପଡେ ସେତେବେଳେ ଓଡ଼ିଆ ପରିବାର ପଖାଳ ଖାଦ୍ୟକୁ ଅଧିକ ଭାବରେ ଖାଇଥାନ୍ତି l ଚାଉଳରୁ ପ୍ରସ୍ତୁତ ଏହି ପଖାଳ ଖାଦ୍ୟ ଆଜି କେବଳ ଓଡିଶା ମଧ୍ୟରେ ନୁହେଁ,ପଶ୍ଚିମବଙ୍ଗ, ଆସାମ, ଛତିଶଗଡ଼,ବିହାର ଭଳି ବିଭିନ୍ନ ରାଜ୍ୟରେ ଲୋକପ୍ରିୟ ହୋଇସାରିଛି l ଏବେ ସୁଦୂର ଦେଶ ବିଦେଶରେ ଏହି ଖାଦ୍ୟର ଚାହିଦା ବଢିଛି l ସ୍ୱଳ୍ପ ଖର୍ଚ୍ଚରେ ପ୍ରସ୍ତୁତ ହୋଇପାରୁଥିବା ଏହି ଲୋକ ପ୍ରିୟ ଓଡ଼ିଆ ଖାଦ୍ୟ କେବଳ ସୁସ୍ୱାଦ୍ୟ ନୁହେଁ ଏହାର ଔଷଧୀୟ ଗୁଣକୁ ଆଜି ଚିକିତ୍ସା ବିଜ୍ଞାନ ମାନି ସାରିଛି l କରୋନା ସଂକ୍ରମଣ ସମୟରେ ପଖାଳ ଖାଇବା ଦ୍ୱାରା ରୋଗରୁ ଅନେକ ପରିମାଣରେ ଦୁରେଇ ରହିବା ସମ୍ଭବପର ହୋଇପାରିଥିଲା l କେବେ ଗରିବ ଓଡ଼ିଆ ଚଷାପୁଅର ଖାଦ୍ୟ ମେନୁସହ ଯୋଡି ହୋଇ ରହିଥିବା ଏହି ପଖାଳ ଖାଦ୍ୟ ଏବେ ସମସ୍ତ ସୀମା ସରହଦ ଅତିକ୍ରମ କରି ସମସ୍ତ ବର୍ଗର ଖାଦ୍ୟ ଚଳଣିରେ ଏକ ଲୋକପ୍ରିୟ ଖାଦ୍ୟରେ ରୂପାନ୍ତରିତ ହୋଇସାରିଛି l

ପଖାଳ ଖାଦ୍ୟ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମାର୍ଚ୍ଚ ମାସ କୋଡିଏ ତରିଖରେ ପାଳନ କରାଯାଉଛି ବିଶ୍ୱ ପଖାଳ ଦିବସ l ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୁଣା ମେଡିକାଲ ଛକ ନିକଟସ୍ଥ ମା ହୋଟେଲରେ ବିଶ୍ୱ ପଖାଳ ଦିବସକୁ ଏକ ନିଆରା ପର୍ବ ଭାବରେ ପାଳନ କରାଯାଇଥିଲା l ଯେଉଁଥିରେ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇଥିଲେ l ପଖାଳ ସହ ବହୁ ଓଡ଼ିଆ ନିରାମିଷ ବ୍ୟଞ୍ଜନ ପରସା ଯାଇଥିଲା l ବାଇଗଣ ଭଜା, ପୋଟଳ ଭଜା,ଗୋଟି କଲରା, ଆଳୁ ଭରଟା, ଛୁଇଁ ଆଳୁ, ଚଟଣି, ସାଗଭଜା ସହ ଚଟଣି, ପିଆଜ ଭଳି ଭଳିକି ଭଳି ଷାଠିଏ ପ୍ରକାର ଲୋକ ପ୍ରିୟ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନର ମଜା ଉଠାଇଥିଲେ ପଖାଳ ପ୍ରେମୀ l ଓଡ଼ିଆ ପଖାଳର ଚାହିଦାକୁ ଦୃଷ୍ଟିରେ ରଖି ଓଡିଶା ଏହାର ଉତ୍ପତିସ୍ଥଳ ତଥା ଓଡ଼ିଆ ସଂସ୍କୃତି ସହ ଏହି ଖାଦ୍ୟର ମୂଳଭିତ୍ତି ଜଡିତ ଥିବାରୁ ଏହାକୁ ଜି ଆଇ ଟ୍ୟାଗ ପ୍ରଦାନ କରିବା ପାଇଁ ଶ୍ରୀ ଜଗନାଥ ଚାରିଟେବୁଲ ଟ୍ରଷ୍ଟର କାର୍ଯ୍ୟକର୍ତା ମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି। ଆଜି ର କାର୍ଯ୍ୟକ୍ରମ ରେ ସାମିଲ ଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କ ସମେତ ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ, ସତ୍ୟବ୍ରତ ପ୍ରଧାନ, ମଳୟ ବାରିକ, ମଦନ କୁମାର ଦାସ, କେଦାର ସ୍ବାଇଁ, ଗୋପିନାଥ ସ୍ବାଇଁ, ବିଭୂତି ପ୍ରଧାନ, ସଂଗ୍ରାମ କୁମାର ଦାସ, ଲିଟୁ ମହାଳିକ, ଛୋଟୁ ଦାସ, ନଳିନୀକାନ୍ତ ବେହେରା, ପ୍ରଫୁଲ୍ଲ ଦାସ ଓ ନିହାର ରଞ୍ଜନ ସାହୁ।

Leave a Reply

Your email address will not be published. Required fields are marked *