July 1, 2025
Home » ଓଡ଼ିଆ ଦମ୍ପତ୍ତି ଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ

ଓଡ଼ିଆ ଦମ୍ପତ୍ତି ଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ

0
WhatsApp Image 2024-08-09 at 12.21.35 PM

 

ରାୟଗଡ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଆଜି ଗୋଟିଏ ପୁତ୍ର ସନ୍ତାନକୁ ଓଡ଼ିଆ ଦମ୍ପତ୍ତି ଙ୍କୁ ହସ୍ତାନ୍ତର କରିଛନ୍ତି । ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଅନୁସନ୍ଧାନ ପ୍ରାଧିକରଣ (କାରା) କର୍ତ୍ତୁପକ୍ଷଙ୍କ ନିକଟରେ ଆବେଦନ କରିଥିବା ଓଡ଼ିଆ ଦମ୍ପତ୍ତି ଙ୍କ ଆଶା ପୂରଣ ହୋଇଛି l ଚାରିବର୍ଷର ଅପେକ୍ଷା ପରେ ଗତ ଚାରିମାସ ଧରି ସରକାରଙ୍କ ଦ୍ୱାରା ଲାଳନ ପାଳନ ହେଉଥିବା ଶିଶୁ ପୁତ୍ରକୁ ପାଇବାର ସୋଭାଗ୍ୟ ଅର୍ଜନ କରିଛନ୍ତି ଏହି ଓଡ଼ିଆ ଦମ୍ପତ୍ତି । ଶିଶୁଟିକୁ ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ ପାଇବା ମାତ୍ରେ ଉଭୟ ବେଶ ଆତ୍ମ ହରା ହୋଇ ପଡିଛନ୍ତି । କାରା କର୍ତ୍ତୁ ପକ୍ଷଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲାପାଳ ଶ୍ରୀ ମହାଜନ ଉକ୍ତ ଶିଶୁ ପୁତ୍ରଟିକୁ ହସ୍ତାନ୍ତର କରିଥିଲେ । ଏହି ଶିଶୁଟିର କୌଣସି ଆଇନ ଗତ ଅଭିଭାବକ ନ ଆସିବାରୁ ଉକ୍ତ ଶିଶୁକୁ ଆଇନ ଗତ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ କାରା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିଥିଲେ ।


ଏହି ଶିଶୁଟି ଆଇନ ଗତ ଭାବେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଓଡ଼ିଆ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରାଯାଇଥିଲା ଶିଶୁଟିକୁ ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ କମିଟିର ୨ ସଦସ୍ୟ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପାଳ ଏବଂ ଶ୍ରୀଯୁକ୍ତ ଗାଗାରିନ ଶବର ସମେତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ବିଚିତ୍ରା ସେଠି, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମଚାରୀ, ଆଇ.ଡ଼ି.ଏସ ସ୍ବେଛା ସେବୀ ସଂସ୍ଥାର ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣ ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ କୁମାର ଦାଶ ସମେତ ଅନ୍ୟ କର୍ମ ଚାରିମାନେ ଉପସ୍ଥିତ ଥିଲେ । ଆଜି ମଧ୍ଯ ଅନ୍ୟ ଏକଓଡ଼ିଆ ଦମ୍ପତ୍ତି ଯିଏକି ପୂର୍ବରୁ ତା ୨୫/୦୬/୨୪ ରିଖ ଦିନ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, (ଆଇଡିଏସ)ରାୟଗଡରୁ ଏକ କନ୍ୟା ସନ୍ତାନକୁ ଗ୍ରହଣ କରିଥିଲେ ସେହି ଶିଶୁ କନ୍ୟାଟିର ଆଜି ଶେଷ ପୋଷ୍ୟ ସନ୍ତାନ ଗ୍ରହଣ ଶୁଣାଣି କରି ଜିଲ୍ଲାପାଳ ଶ୍ରୀ ମହାଜନ ଚୁଡାନ୍ତ ପୋଷ୍ଯ ସନ୍ତାନ ଗ୍ରହଣ ଅର୍ଡର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *