July 7, 2025
Home » ଓଡ଼ିଆରେ ନାମ ଫଳକ ଅଭିଯାନ ନେଇ ସଚେତନତା ଶୋଭା ଯାତ୍ରା

ଓଡ଼ିଆରେ ନାମ ଫଳକ ଅଭିଯାନ ନେଇ ସଚେତନତା ଶୋଭା ଯାତ୍ରା

0
WhatsApp Image 2025-04-05 at 11.10.15 AM

ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ତା.୪.୪.୨୦୨୫ ରିଖ ଶୁକ୍ରବାର ଦିନ ସକାଳ ୮.୩୦ ମି ସମୟରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ଉକ୍ତ ଓଡ଼ିଆରେ ନାମ ଫଳକ ଅଭିଯାନର ଏକ ସ୍ୱତନ୍ତ୍ର ସଚେତନତା ପଦଯାତ୍ରାରେ ବାହାରିଥିଲା । ଜିଲ୍ଲାପାଳ କିର୍ତିଭାସନ୍ ଭି ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏ ଡି ଏମ, ଡି ସି ଓ,ଜିଲ୍ଲା ଶ୍ରମ ଅଧିକାରୀ ସମେତ ଜିଲ୍ଲାର ଜିଲ୍ଲା ସ୍ତରୀୟ ପଦାଧିକାରୀ ସମେତ ବିଦ୍ୟାଳୟର ବିଦ୍ୟାର୍ଥିମାନେ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *