July 6, 2025
Home » ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା

ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା

0
WhatsApp Image 2025-04-04 at 3.48.02 PM

କଟକ : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି କଟକ ଜିଲ୍ଲା ପ୍ରଶାସନ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ଓଡ଼ିଆରେ ନାମଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଛି । କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦଯାତ୍ରାର ଶୁଭାରମ୍ଭ କରିବା ସହିତ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ବ୍ୟବସାୟୀମାନେ ନିଜ ନିଜ ଅନୁଷ୍ଠାନରେ ଓଡିଆରେ ନାମଫଳକ ଲେଖିବାକୁ ଶ୍ରୀ ସେଠୀ ପରାମର୍ଶ ଦେଇଥିଲେ।
ଜିଲ୍ଲାରେ ଓଡିଆ ଭାଷାରେ ନାମଫଳକ ଲିପିବଦ୍ଧ ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ନିଜ ଦୋକାନ ଏଵଂ ବାଣିଜ୍ୟ ପ୍ରତିଷ୍ଠାନରେ ନାମଫଳକ ଓଡ଼ିଆରେ ଲେଖି ଓଡ଼ିଆ ଭାଷାକୁ ସମ୍ମାନ ଦେବା ପାଇଁ ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ସଚେତନତା କାର‌୍ୟ୍ୟକ୍ରମରେ ଓଡ଼ିଶା ଦୋକାନ ଓ ବାଣିକ୍ୟକ ପ୍ରତିଷ୍ଠାନ ଆଇନ୍ ଅନୁଯାୟୀ ଓଡ଼ିଆ ଭାଷାରେ ନାମ ଫଳକ ଲେଖା ସମ୍ବନ୍ଧରେ ବିଭିନ୍ନ ପ୍ଲାକାର୍ଡ , ପାମ୍ପଲେଟ, ବ୍ୟାନର ଇତ୍ୟାଦି ପ୍ରଦର୍ଶନ କରାଯାଇଥିଲା ।
ଏହି ଶୋଭାଯାତ୍ରାରେ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀମତୀ କଳ୍ପନା ମିଶ୍ର, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ହରପ୍ରିୟା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପ୍ରୀତିବନ୍ଧନ ଘଡେଇଙ୍କ ସମେତ ସମସ୍ତ ସହକାରୀ ଶ୍ରମ ଅଧିକାରୀ, ଶ୍ରମ କାର‌୍ୟ୍ୟାଳୟର କର୍ମଚାରୀ, ଟ୍ରେଡ ଯୁନିଅନ କର୍ମଚାରୀ ଓ ଶ୍ରମିକ, କର୍ମଚାରୀମାନେ ସାମିଲ ହୋଇ ସଚେତନତା କରାଇଥିଲେ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *