July 1, 2025
Home » ଓଡ଼ିଶା ଗୋ-ହତ୍ୟା ନିଷେଧ ଓ ଗୋ-ସଂରକ୍ଷଣ ବିଲକୁ ରାଜ୍ୟ ସରକାର ତୁରନ୍ତ ପାରିତ କରନ୍ତୁ – ବିଶ୍ବହିନ୍ଦୁ ପରିଷଦ

ଓଡ଼ିଶା ଗୋ-ହତ୍ୟା ନିଷେଧ ଓ ଗୋ-ସଂରକ୍ଷଣ ବିଲକୁ ରାଜ୍ୟ ସରକାର ତୁରନ୍ତ ପାରିତ କରନ୍ତୁ – ବିଶ୍ବହିନ୍ଦୁ ପରିଷଦ

0
WhatsApp Image 2025-03-21 at 9.02.11 PM

ଓଡ଼ିଶା ବିଧାନସଭାରେ ଶାସକ ଦଳ ବିଧାୟକଙ୍କ ଦ୍ଵାରା ଆଗତ “ଓଡ଼ିଶା ଗୋହତ୍ୟା ନିଷେଧ ଓ ଗୋ ସଂରକ୍ଷଣ ବିଲ୍ – ୨୦୨୪” କୁ ତୁରନ୍ତ ପାରିତ କରିବା ପାଇଁ ଭୁବନେଶ୍ୱରର ଲୋୟର ପି.ଏମ.ଜି ଠାରେ ବିଭିନ୍ନ ଧାର୍ମିକ, ଆଧ୍ୟାତ୍ମିକ ସଂସ୍ଥାନ, ସନାତନୀ ସଂଗଠନ, ସାମାଜିକ ଅନଷ୍ଠାନ ଓ ଗୋ ସେବା ସଂସ୍ଥାନ, ଗୋ ପ୍ରେମୀ ତଥା ଗୋ ଭକ୍ତ ମାନଙ୍କୁ ନେଇ ଏକ ମିଳିତ ଗୋରକ୍ଷା ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ଗୋ ପ୍ରେମୀ ସନାତନୀ ହିନ୍ଦୁ ହାତରେ ଗେରୁଆ ପତାକା ଧରି ଜୋର୍ ଜୋରରେ ଶ୍ରୀରାମଙ୍କ ନାରା ଲଗାଇ ବିଭିନ୍ନ ଦିଗରୁ ଆସି ଏକତ୍ରିତ ହୋଇଥିଲେ ।
ମହାରାଷ୍ଟ୍ର ସରକାରଙ୍କ ପରି ଓଡ଼ିଶାରେ ଗୋ ମାତାଙ୍କୁ “ରାଜ୍ୟ ମାତା” ର ମାନ୍ୟତା ସହ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଓଡ଼ିଶା ପ୍ରଦେଶକୁ ଗୋ ହତ୍ୟା କଳଙ୍କରୁ ମୁକ୍ତ କରି ସମ୍ପୂର୍ଣ୍ଣ ଗୋ ହତ୍ୟା ନିଷେଧ, ଗୋ ଚାଲାଣ/ଗୋ ମାଂସ ଚାଲାଣ ଉପରେ ଅଙ୍କୁଶ ଲଗାଇବା ସହ ଓଡ଼ିଶା ଗୋ ସେବା ଆୟୋଗର ଗଠନ, ଗୋ ଅନୁକୂଳ ଶାସକୀୟ ନୀତି ପ୍ରଣୟନ ପୂର୍ବକ ଏହି ବିଲଟିକୁ ଅଗ୍ରାଧିକାର ଦେଇ ବିଧାସଭାରେ ଅତି ଶୀଘ୍ର ପାରିତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆଜି ଗୋ ସୁରକ୍ଷା ମିଳିତ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।
ବର୍ତ୍ତମାନ ଓଡିଶାରେ ପ୍ରଚଳିତ ଗୋ ହତ୍ୟା ନିବାରଣ ଆଇନ୍ – ୧୯୬୦ ରେ ଥିବା ଦଣ୍ଡ ବିଧାନ ଅତ୍ୟନ୍ତ ଦୁର୍ବଳ ଏବଂ ଏଥିରେ ବେଆଇନ ଗୋ ଚାଲାଣ ଓ ଗୋ ମାଂସ ଚାଲାଣ ନିମନ୍ତେ ସେଭଳି କୌଣସି କଠୋର ଦଣ୍ଡ ବିଧାନ ନାହିଁ । ଗୋ ବଂଶ ପ୍ରତି ଅନୁକୂଳ ଶାସକୀୟ ନୀତି ଏବଂ ଦୃଢ଼ ସଶକ୍ତ ଆଇନର ଅଭାବ ଯୋଗୁଁ ତିଗିରିଆର ବାରମାଣ ଜଙ୍ଗଲରେ ଘଟିଥିବା ଲକ୍ଷ ଲକ୍ଷ ଗୋ ବଂଶଙ୍କ ହତ୍ୟା ଓ କୁଢ଼ କୁଢ଼ ହାଡ଼ ଗଦା ତଥା ସାକ୍ଷୀ ଗୋପାଳ ଓ ପୁରୀର କିଛି ଭୋଜନାଳୟରେ ଛେଳି ମାଂସ ବଦଳରେ ଗୋ ମାଂସର ବ୍ୟବହାର ଓଡ଼ିଶାର କଳଙ୍କିତ ଇତିହାସ ସୃଷ୍ଟି କରିଛି ।
ଶାସକ ଦଳ ନିଜ ନିର୍ବାଚନ ଇସ୍ତାହାରରେ ଓଡିଶାରେ ସମ୍ପୂର୍ଣ୍ଣ ଗୋ ହତ୍ୟା ଓ ଗୋ ଚାଲାଣ ନିଷେଧ ପାଇଁ ପ୍ରସଙ୍ଗ ରଖିଥିଲେ ଏବଂ କ୍ଷମତାକୁ ଆସିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଆଇନ୍ ମନ୍ତ୍ରୀ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ମଧ୍ୟ ଏକ ସଶକ୍ତ ଗୋ ହତ୍ୟା ନିଷେଧ ଆଇନ୍ ଆଣିବେ ବୋଲି ଚଳିତ ବର୍ଷ ଗୋ ନବରାତ୍ର ସମୟରେ ବିଭିନ୍ନ ମଞ୍ଚରେ ଉଦ୍ଘୋଷଣା କରିଥିଲେ । ହେଲେ ଏ କ୍ଷେତ୍ରେରେ ନୂତନ ସରକାରଙ୍କ କାଳକ୍ଷେପଣ ନୀତି ଯୋଗୁଁ ଦିନକୁ ଦିନ ଗୋ ହତ୍ୟା, ଗୋ ଚାଲାଣ, ଗୋ ମାଂସ ଚାଲାଣ ଭଳି ଅପରାଧ ମାତ୍ରାଧିକ ବୃଦ୍ଧି ପାଇଛି । ଏଣୁ “ଓଡ଼ିଶା ଗୋହତ୍ୟା ନିଷେଧ ଓ ଗୋ ସଂରକ୍ଷଣ ବିଲ୍ – ୨୦୨୪ କୁ ସମର୍ଥନ ଦେଇ ବିଧାନସଭାରେ ତୁରନ୍ତ ପାରିତ କରିବା ଉଦ୍ଦେଶ୍ୟରେ ଆଜିର ଏହି ସମାବେଶ ।
ଆଜିର ଏହି ସମାବେଶରେ ଯୋଗ ଦେଇଥିବା ପ୍ରମୁଖ ବ୍ୟକ୍ତି ମାନଙ୍କ ଭିତରେ ବିଶ୍ଵ ହିନ୍ଦୁ ପରିଷଦର ରାଜ୍ୟ ସଭାପତି ଡ଼. ପ୍ରଫୁଲ୍ଲ ମିଶ୍ର, ରାଜ୍ୟ ସମ୍ପାଦକ ପଣ୍ଡିତ ମହେଶ ସାହୁ, ଇସ୍କନ ଓଡ଼ିଶାର ଉପ ସଭାପତି ତୁଲାରାମ ଦାସ, ମହିମା ଧର୍ମ ଗବେଷଣା ପରିଷଦର ବାବା ରମେଶ ଚନ୍ଦ୍ର ଦାସ, ଯୋଗ ବେଦାନ୍ତ ସେବା ସମିତିର ସ୍ବାମୀ ଓଁକାର ନନ୍ଦଜୀ, ପତଞ୍ଜଳି ଯୋଗ ସମିତିର ସୁନିଲ ଶର୍ମା, ସ୍ବାମୀ ନାରାୟଣ ମନ୍ଦିର ଟ୍ରଷ୍ଟ-ପୁରୀ ର ଅଚ୍ୟୁତ ଦାସ, ହିନ୍ଦୁ ମହାସଂଘର ଜୟନ୍ତ ସୂର୍ଯ୍ୟବଂଶୀ, ସଚ୍ଚିଦାନନ୍ଦ ଦାସ, ବ୍ରହ୍ମଚାରୀ ବିଶେଷ ଚୈତନ୍ୟ ମହାରାଜ, ପ୍ରଭାସ ଭୂଷଣ ତ୍ରିପାଠୀ, ଶାନ୍ତନୁ ସ୍ୱାଇଁ ଲଲାଟ କେଶରୀ ନାୟକ ପ୍ରମୂଖ ।

Leave a Reply

Your email address will not be published. Required fields are marked *