July 5, 2025
Home » ଓଡ଼ିଶା ଗ୍ରାମ୍ଯବ୍ଯାଙ୍କ ସ୍ଥାନାନ୍ତରକୁ ନେଇ ଗ୍ରାହକଙ୍କ ପ୍ରତିବାଦ

ଓଡ଼ିଶା ଗ୍ରାମ୍ଯବ୍ଯାଙ୍କ ସ୍ଥାନାନ୍ତରକୁ ନେଇ ଗ୍ରାହକଙ୍କ ପ୍ରତିବାଦ

0
puri bank

ପୁରୀ: ଓଡିଶା ଗ୍ରାମ୍ୟବ୍ଯାଙ୍କ ନବକଳେବର ଶାଖା ବଡଶଙ୍ଖ ଗ୍ରାଣ୍ଡ ରୋଡ ସ୍ଥିତ ଏଚଆର ଲଜର ପ୍ରଥମ ମହଲାରେ ଦୀର୍ଘ ବର୍ଷ ଧରି କାର୍ଯ୍ଯକ୍ଷମ ହୋଇଆସୁଛି । ବଡଶଙ୍ଖ ଅଞ୍ଚଳର ଛୋଟ ବଡ ମଧ୍ଯମ ବ୍ଯବସାୟୀ ମାନେ ଏହି ବ୍ଯାଙ୍କରେ ଖାତା ଖୋଲି ଗ୍ରାହକ ସେବା ପାଇ ଆସୁଥିଲେ । ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଏହି ବ୍ଯାଙ୍କରେ ଆକାଉଣ୍ଟ ଖୋଲିଥିଲେ । ଏହା ସହ ଅବକାଶ ଲେନ, କୁମ୍ଭାରପଡା, ବଡଶଙ୍ଖ, ସଂଗ୍ରାମ କ୍ଲବ ଗଳି ସମେତ ଆଖପାଖ ସାହିବାସିନ୍ଦା ମାନେ ବ୍ଯାଙ୍କରେ ଟଙ୍କା ଜମା ଓ ଉଠାଣ କରି ଆସୁଥିଲେ । ବ୍ଯାଙ୍କ କର୍ତ୍ତୃପକ୍ଷ ଏହି ବ୍ଯାଙ୍କଟିକୁ ସିଂହଦ୍ଵାର ଅଞ୍ଚଳରେ ଖୋଲିବା ପାଇଁ ମସୁଧା ଚାଲିଥିବାରୁ ଗ୍ରାହକ ମାନେ ଅସନ୍ତୋଷ ବ୍ୟକ୍ତ କରି ବୁଧବାର ପୂର୍ବାହ୍ନରେ ବ୍ଯାଙ୍କ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସହ ବ୍ଯାଙ୍କ ପରିଚାଳକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ବ୍ଯାଙ୍କ ଉଠିଯିବାର ରାସ୍ତା ଧରିଲେ ଗ୍ରାହକ ମାନେ ଆନ୍ଦୋଳନର ରାସ୍ତା ଧରିବେ ବୋଲି ଆନ୍ଦୋଳନକାରୀ ମାନେ ଚେତାବନି ଦେଇଛନ୍ତି । ବଡଶଙ୍ଖ ବ୍ଯବସାୟୀ ସଂଘର ସଭାପତି ହରିହର ପାଢୀଙ୍କ ନେତୃତ୍ବରେ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଓଡିଶା ପୁରୀ ସଭାପତି ତଥା ସାମ୍ବାଦିକ ପ୍ରସନ୍ନ କୁମାର ଲେଙ୍କା, ରାଧାଶ୍ୟାମ ସାହୁ, ବସନ୍ତ ପ୍ରଧାନ, ସୁକାନ୍ତ ବେହେରା, ନାରାୟଣ ପ୍ରଧାନ, ପ୍ରଦୀପ କୁମାର ଦାସ, ଭବାନି ଶଙ୍କର ସାହୁଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଗ୍ରାହକ ମାନେ ଏହି ବିକ୍ଷୋଭ ଓ ପ୍ରତିବାଦରେ ଯୋଗ ଦେଇଥିଲେ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *