ଓଡ଼ିଶା ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟ ର (OAV) ଅଧ୍ୟକ୍ଷ
ଆଜି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ର ଅଧ୍ୟକ୍ଷ ସୀତାକାନ୍ତ ରଣା, ଚଳିତ ବର୍ଷ ୨୦୨୬-୨୭ରେ ସଫେଇ କାର୍ଯ୍ୟ ବାବଦକୁ ୩ ମାସର ବକେୟା ବିଲ୍ ଛାଡ଼ିବା ପାଇଁ ଜଣେ ଏସଏଚଜି (SHG) କର୍ମକର୍ତ୍ତାଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ମାଗି ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି। ଗତ କିଛି ଦିନ ହେବ ସମ୍ପୃକ୍ତ କର୍ମକର୍ତ୍ତା ଜଣକ ବକେୟା ବିଲ୍ ପାସ୍ କରିବା ପାଇଁ ଅଭିଯୁକ୍ତ ଶ୍ରୀ ରଣାଙ୍କୁ ଅନୁରୋଧ କରିଆସୁଥିଲେ। ମାତ୍ର, ବିଲ୍ ମଞ୍ଜୁର କରିବା ପାଇଁ ଶ୍ରୀ ରଣା ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ଦେବାକୁ ଅସମର୍ଥ ହୋଇ ଏସଏଚଜି କର୍ମକର୍ତ୍ତା (ଅଭିଯୋଗକାରୀ) ଶ୍ରୀ ରାଣାଙ୍କ ହଇରାଣ ହରକତ ସମ୍ପର୍କରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ।
ଏହି ଅଭିଯୋଗ ଆଧାରରେ, ଆଜି ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଚଢ଼ଉ କରି ଅଭିଯୋଗକାରୀଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶ୍ରୀ ରାଣାଙ୍କୁ କାବୁ କରିଥିଲେ। ଅଭିଯୁକ୍ତ ଶ୍ରୀ ରାଣାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା (୧୦,୦୦୦/-) ଜବତ କରାଯାଇଛି।
ଏହି ଟ୍ରାପ୍ ପରେ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ରାଣାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକାସାଙ୍ଗରେ ଚଢ଼ଉ ଜାରି ରହିଛି।
ଏନେଇ କୋରାପୁଟ ଭିଜିଲାନ୍ସ ଥାନା କେସ୍ ନଂ ୧୭/୨୦୨୬, ଧାରା ୭ PC (ସଂଶୋଧିତ) ଆକ୍ଟ, ୨୦୧୮ (୨୦୨୮)* ଅଧୀନରେ ମାମଲା ରୁଜ୍ଜୁ କରାଯାଇଛି। ଅଭିଯୁକ୍ତ ଅଧ୍ୟକ୍ଷ ସୀତାକାନ୍ତ ରଣାଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରହିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
