October 22, 2024
Home » ଓଡ଼ିଶା ରାଜ୍ୟ ସବ-ଜୁନିଅର ମହିଳା ହକି ଚମ୍ପିୟାନସିପ୍ ରେ ଜଗତସିଂହପୁର ଜିଲ୍ଲା ୨ – ୧ ଗୋଲ୍‌ରେ ବଲାଙ୍ଗିର୍ କୁ ପରାସ୍ତ କରି ବିଜୟୀ

ଓଡ଼ିଶା ରାଜ୍ୟ ସବ-ଜୁନିଅର ମହିଳା ହକି ଚମ୍ପିୟାନସିପ୍ ରେ ଜଗତସିଂହପୁର ଜିଲ୍ଲା ୨ – ୧ ଗୋଲ୍‌ରେ ବଲାଙ୍ଗିର୍ କୁ ପରାସ୍ତ କରି ବିଜୟୀ

0

ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ପରିସରରେ ଆୟୋଜିତ ତୁତୀୟ ସଂସ୍କରଣ ଓଡିଶା ରାଜ୍ୟ ସବ-ଜୁନିଅର ମହିଳା ହକି ପ୍ରତିଯୋଗତାରେ ଜଗତ୍‌ସିଂହପୁର ମହିଳା ହକି ଦଳ ତାର ପ୍ରଥମ ମ୍ୟାଚକୁ ୨-୦ ଗୋଲ୍ ବ୍ୟବଧାନରେ ବଲାଙ୍ଗୀର ଜିଲ୍ଲାର ସବ ଜୁନିୟର ମହିଳା ହକି ଦଳକୁ ପରାସ୍ତ କରିଛି ବିଜୟୀ ହୋଇଛି। ପ୍ରଥମାର୍ଦ୍ଧରେ ଉଭୟ ଦଳ ୧-୧ ଗୋଲ୍ ସ୍କୋର କରିଥିବା ବେଳେ ଜଗତସିଂହପୁର ଦଳର ଫର୍ୱାଡ୍ ଖୋଳାଳୀ ତ୍ରୀଷ୍ଣା ତନୟା ବାରିକ୍ ଏକ ଚିତାକର୍ଷକ ଗୋଲ୍ ସ୍କୋର କରି ଜଳକୁ ବିଜୟୀ କରିଥିଲେ। ଏହି ମ୍ୟାଚରେ ଦଳ ପାଇଁ କିର୍ତୀମୟୀ କଣ୍ଡାକେଲ୍ ପ୍ରଥମ ଗୋଲ ସ୍କୋର କରିଥିଲେ।

ଏହି ଜଗତସିଂହପୁର ସବଜୁନିୟର ମହିଳା ଦଳରେ କିର୍ତୀମୟୀ କଣ୍ଡାକେଲ୍ (ଅଧିନାୟକ), ତ୍ରୀଷ୍ଣା ତନୟା ବାରିକ , ଅନୁଷ୍କା ଆଞ୍ଜୋଲିନା, ଟୁଇକିଲ ମହାପାତ୍ର, ପ୍ରଜ୍ଞ୍ୟା ପ୍ରୀୟଦର୍ଶନି ଦାସ, ସମିକ୍ଷ୍ୟା ଦାସ, ରାଜଶ୍ରୀ ବେହେରା, ଶୁଭଲକ୍ଷମୀ ମହାପାତ୍ର, ଅରଚିତା ସେଠୀ, ବର୍ଷା ପ୍ରୀୟଦର୍ଶନୀ ରାଉତ, ସଂଙ୍ଗିତା ମଣ୍ଡଳ, କଳ୍ପନା ବାରିବ, ସାଇ ସ୍ମିତା ବେହେରା, ଅଙ୍କିତା ମଲ୍ଲିକ, ସୌଭାଜିନୀ ମଣ୍ଡଳ, ରୋଜାଲିନ୍ ଦାସ ଭାଗନେଇ ଛନ୍ତି । ଜଗତ୍‌ସିଂହପୁରର ଏହି ହକି ଦଳର ସମସ୍ତ ଖେଳାଳୀ ଡିଏଭି, ପିପିଏଲ୍ ପାରାଦ୍ବୀପର ଗ୍ରାସ୍ ରୁଟ୍ ହକି ସେଣ୍ଟରର ଖେଳାଳୀ ଅଟନ୍ତି । ଏହି ସମସ୍ତ ଖେଳାଳୀ ତୃତୀୟ ସଂସ୍କରଣ ଓଡିଶା ରାଜ୍ୟ ହକି ପ୍ରତୀଯୋଗିତାରେ ଜାହା ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ପରିସରରେ ଆୟୋଜିତ ହେଉଛି ଏଥିରେ ଅଶଂଗ୍ରହକ କରିଥିଲେl ଏହି ଦଳରେ କୋଚ ଭାବରେ ମମତା କିଣ୍ଡୋ ଓ ଜିଲ୍ଲା ହକି ଦଳର ମୁଖ୍ୟ ପରିଚାଳକ ଭାବରେ ଶ୍ରୀ ଶାଶ୍ୱତ କୁମାର ଭାରତୀୟ ଅଂଶଗ୍ରହଣ କରିଥିଲେ। ଏହି ବିଜୟ ପରେ ଜଗତ୍‌ସିଂହପୁର ଜିଲ୍ଲାର କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵବିଜୟୀନି ନାୟକ, ପିପିଏଲ ପାରାଦ୍ବୀପର ମୁଖ୍ୟ ମାନକ ସମ୍ବଳ ଅଧିକାରୀ ଶ୍ରୀ ସୁମିତ୍ ସେନାପତି, ଡିଏଭି ପିପିଏଲ୍ ର ଅଧ୍ୟକ ଶ୍ରୀ ସଂଜ୍ଜିବ କୁମାର ସାହୁ ଓ ଅଧିକାରୀ ଶ୍ରୀ ସଂଞ୍ଜୟ କେତନ ସେଠୀ ଓ ଅନ୍ୟମାନେ ଖେଳାଳୀମାନଙ୍କୁ ଶୁଭେଛା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *