November 28, 2025
Home » ଓଡ଼ିଶା ସଂଗୀତ ନାଟକ ଏକାଡେମୀର ପକ୍ଷରୁ ଗୌରବଜନକ ସମ୍ମାନ

ଓଡ଼ିଶା ସଂଗୀତ ନାଟକ ଏକାଡେମୀର ପକ୍ଷରୁ ଗୌରବଜନକ ସମ୍ମାନ

0
WhatsApp Image 2025-11-27 at 2.25.38 PM (1)

 

ଭୁବନେଶ୍ୱର:ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ପ୍ରତିଷ୍ଠିତ “ସୁନନ୍ଦା ପଟ୍ଟନାୟକ ସମ୍ମାନ – ୨୦୨୫” ଏ ବର୍ଷ ଡା. ଚନ୍ଦନ କୁମାର ଜେନାଙ୍କୁ ପ୍ରଦାନ କରାଯାଇଛି।
ଡା. ଜେନା ବର୍ତ୍ତମାନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ବିଭାଗର ମୁଖ୍ୟ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି।

ସଙ୍ଗୀତ ଶିକ୍ଷା ଓ ଶିଳ୍ପୀ ଗଢ଼ାରେ ତାଙ୍କ ଅଦ୍ୱିତୀୟ ଅବଦାନ ଓ ନିରନ୍ତର ପ୍ରୟାସ ପାଇଁ ଏହି ସମ୍ମାନ ତାଙ୍କୁ ଦିଆଯାଇଛି।ସଙ୍ଗୀତ ଜଗତରେ ଡା. ଜେନାଙ୍କ ନାମ ଏକ ଅଲଗା ଅସ୍ତିତ୍ୱ ନେଇଛି।

ତାଙ୍କ ଶିକ୍ଷଣ ରେ ସଂଗୀତର ଗଭୀରତା, ରାଗ ଓ ରସର ସୁକୌଶଳ ଶିଖି ଅନେକ ଶିଷ୍ୟ ଏବେ ଦେଶ ଓ ବିଦେଶର ବିଭିନ୍ନ ମଞ୍ଚରେ ଓଡ଼ିଶାର ଗୌରବକୁ ଉନ୍ନତ କରୁଛନ୍ତି। ତାଙ୍କ ହାତରେ ଗଢ଼ିଥିବା ଶିଳ୍ପୀଙ୍କ ସଂଖ୍ୟା ଗଣନାରେ ଆସିବା ଅସମ୍ଭବ — ସେ ନିଜେ ଏକ ସଂସ୍ଥା ଭଳି, ଯିଏ ସଂଗୀତରେ ନୂଆ ପିଢିକୁ ନିର୍ମାଣ କରୁଛନ୍ତି।

 

Eastern press agency report

Leave a Reply

Your email address will not be published. Required fields are marked *