July 1, 2025
Home » ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରିଡା ପ୍ରତିଯୋଗିତାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବାଜିମାତ୍

ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରିଡା ପ୍ରତିଯୋଗିତାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବାଜିମାତ୍

0
WhatsApp Image 2025-02-13 at 6.56.24 PM

ଭୁବନେଶ୍ୱର- ତା.୧୩.୦୨.୨୦୨୫- ଲୋକସେବା ଭବନ ପରିସରରେ ୧୦ ଦିନ ଧରି ଚାଲିଥିବା କେଏନ କପ ପୁରୁଷ ବିଭାଗ ଭଲିବଲ ଓ ମହିଳା ବିଭାଗ ଥ୍ରୋ ବଲ ପ୍ରତିଯୋଗିତା ଶେଷ ହୋଇଛି । ପୁରୁଷ ଭଲିବଲ ଫାଇନାଲ ମ୍ୟାଚରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ୨-୧ ସେଟ୍ ରେ ହରାଇ ଚମ୍ପିୟାନ ହୋଇଛି । ସେହିଭଳି ମହିଳା ଥ୍ରୋ ବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ରାଜସ୍ବ ବିଭାଗକୁ ୨-୦ ସେଟରେ ହରାଇ ବିଜେତା ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏହି ସଫଳତା ପାଇଁ ବିଭାଗୀୟ ଅଧିକାରୀ ମାନେ ଅଭିନନ୍ଦନ ଜଣାଇଥିଲେ । ଏଥିସହ ଉକ୍ତ ବିଭାଗ ଭଲିବଲ ଓ ଥ୍ରୋବଲ ପ୍ରତିଯୋଗିତାରେ ନିଜର ବିଜୟ ଧାରା ବଜାୟ ରଖିବାରେ ସଫଳ ହୋଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ବିଭାଗ ଯୋଗ ଦେଇ ସେମାନଙ୍କ କ୍ରୀଡା ଦକ୍ଷତା ପ୍ରଦର୍ଶିତ କରିଥିଲେ ।

Leave a Reply

Your email address will not be published. Required fields are marked *