July 4, 2025
Home » ଓଡ଼ିଶାରେ ଦୂରସଞ୍ଚାର ଭିଭିଭୂମି ବିକାଶର ସମୀକ୍ଷା କଲେ ବିଏସଏନଏଲ ବୋର୍ଡର ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି

ଓଡ଼ିଶାରେ ଦୂରସଞ୍ଚାର ଭିଭିଭୂମି ବିକାଶର ସମୀକ୍ଷା କଲେ ବିଏସଏନଏଲ ବୋର୍ଡର ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି

0
WhatsApp Image 2025-02-16 at 2.12.23 PM

ବିଏସଏନଏଲ ବୋର୍ଡର ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏ ରବର୍ଟ ଜେ ରବି ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ପୂର୍ବାହ୍ନରେ ସେ ବିଏସଏନଏଲ ଭବନରେ ଓଡ଼ିଶାର ପ୍ରଦର୍ଶନକୁ ନେଇ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ବିଏସଏନଏଲର ମୁଖ୍ୟ ମହାପ୍ରବନ୍ଧକ ଏବଂ ବରିଷ୍ଠ
ଅଧୂକାରୀମାନେ ଉପସ୍ଥିତ ଥୁବଲେ। ଅଧ୍ଯକ୍ଷ ଶ୍ରୀ ରବି ଓଡ଼ିଶା ପରିମଣ୍ଡଳରେ ରାଜସ୍ବ ବୃଦ୍ଧି, ଭାରତ ଫାଇବର ବିକାଶ, ଏଜି ସମ୍ପୂର୍ଣ୍ଣତା ପ୍ରକଳ୍ପର ବିସ୍ତୃତ ସମୀକ୍ଷା କରିଥୁଲେ। ଏହି ଗସ୍ତ ଅବସରରେ ବିଏସଏନଏଲ ସିଏମଡି ସ୍କାଇପ୍ରୋ ସହଭାଗିତାରେ ବିଏସଏନଏଲ ଓଡ଼ିଶା ପରିମଣ୍ଡଳର ଏଫଟିଟିଏଚ ଗ୍ରାହକଙ୍କ ପାଇଁ ଆଇଏଫଟିଭି (ଇଣ୍ଟରନେଟ୍‌ ଫାଇବର ଟିଭି) ସେବାକୁ ଉଦଘାଟନ କରିଥ୍ବଲେ। ଏହି ସେବା ଜରିଆରେ ବିଏସଏନଏଲ ଓଡ଼ିଶା ପରିମଣ୍ଡଳର ଏଫଟିଟିଏଚ ଗ୍ରାହକଙ୍କୁ ପାଖାପାଖ୍‌ ୫୫୦ ଲାଇଭ୍‌ ଟିଭି ଚାନେଲ ଦେଖବା ପାଇଁ ନିଃଶୁଳ୍କ ସେବା ଯୋଗାଇ ଦିଆଯିବ। ବିଏସଏନଏଲ ଗ୍ରାହକଙ୍କ ପାଇଁ ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ ଡିଜିଟାଲ ମନୋରଞ୍ଜନକୁ ଅଧୂକ ସୁଲଭ କରିବ। ବିଏସଏନଏଲ ସିଏମଡି ଗଣମାଧ୍ଯମକୁ ସୂଚନା ଦେଇ କହିଥୁଲେ, ବିଏସଏନଏଲ ବିଆଇଟିଭି ବ୍ରାଣ୍ଡ ନାମରେ ବିଏସଏନଏଲ ମୋବାଇଲ ଗ୍ରାହକଙ୍କ ପାଇଁ ମାଗଣା ଟିଭି ଦେଖ୍ଵବାର ସେବା ଆରମ୍ଭ
କରିଛି। ବିଏସଏନଏଲ ଓଡ଼ିଶା ପରିମଣ୍ଡଳ ଡିଜିଟାଲ ଭାରତ ନିଧ୍ଵ ପ୍ରକଳ୍ପ ଅଧୀନରେ ବିଭିନ୍ନ ଜିଲ୍ଲାର ଉପାନ୍ତ ଇଲାକାରେ ପୂର୍ବରୁ ୭୮୬ ନୂଆ ଫୋର୍‌ ଜି ଟାୱୀର୍‌ ପ୍ରତିଷ୍ଠା କରିଛି। ଓଡ଼ିଶା ୨୬୯୫ ମୋବାଇଲ ଟାୱାରକୁ ଥ୍ରୀଜିରୁ ଫୋର୍‌ଜି ସେବାକୁ ଉନ୍ନତିକରଣ କରିଛି। ଯାହାଫଳରେ
ବିଏସଏନଏଲ ଗ୍ରାହକଙ୍କୁ ସାରା ରାଜ୍ୟରେ ହାଇସ୍ପିଡ୍‌ ମୋବାଇଲର ତକ୍କାଳ ସୁବିଧା ମିଳିବ।

Leave a Reply

Your email address will not be published. Required fields are marked *