July 5, 2025
Home » ଓଡିଆ ପକ୍ଷ ” ପାଳନ ଅବସରରେ ଶନିବାର ଦିନ ସକାଳେ ଏକ ଗଣଦୌଡର କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ପକ୍ଷ ” ପାଳନ ଅବସରରେ ଶନିବାର ଦିନ ସକାଳେ ଏକ ଗଣଦୌଡର କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-04-05 at 6.10.38 PM

ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଦିବସ (୧ ଏପ୍ରିଲ ) ଠାରୁ ମହାବିଷୁବ ସଙ୍କ୍ରାନ୍ତି (୧୪ ଏପ୍ରିଲ ) ପର୍ଯ୍ୟନ୍ତ ସମୟକୁ “ଓଡିଆ ପକ୍ଷ ” ଭାବେ ପାଳନ ଅବସରରେ ୦୫.୦୪.୨୦୨୫ ତାରିଖ ଶନିବାର ଦିନ ସକାଳେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କ୍ରୀଡା ଓ ଯୁବ ସଚେତନତା ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ କୋରାପୁଟ ସ୍ପୋର୍ଟ୍ କମ୍ପେକ୍ସ ପର୍ଯ୍ୟନ୍ତ ସକାଳ ୬.୧୫ ରୁ ୭.୧୫ ଘଟିକା ସମୟରେ ଏକ ଗଣଦୌଡର ଆୟୋଜନ କରାଯାଇଥିଲା । ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଡି ଆଇ ପି ଆର ଓ , ଡି ସି ଓ ଙ୍କ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଆଦିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଇ ଗଣଦୌଡର ମୁଖ୍ୟ ଉଦ୍ଦେଶ୍ୟ ଓ ଉପକାରିତା ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ ।
ଉକ୍ତ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବସକାଳ ୫.୩୦ ରୁ ୬.୦୦ ଘଟିକା ମଧ୍ୟରେ ଅଂଶଗ୍ରହଣକାରୀଙ୍କ ପଞ୍ଜିକରଣ ପରେ ଅତିଥୁମାନକ ଅଭିଭାଷଣ ପ୍ରଦାନ କରିଥିଲେ । ଅତିଥିଙ୍କ ଅଭିଭାଷଣ ପ୍ରଦାନ ପରେ କାର୍ଯ୍ୟକ୍ରମ ସକାଳ ୬.୦୦ ରୁ ୬.୧୫ ଘଟିକା ମଧ୍ୟରେ ଉଦଘାଟନ ହେବା ପରେ ସକାଳ ୬.୧୫ ଘଟିକା ଐତିହ ଗଣ ଦୌଡ (ୱାକାଥନ) ପ୍ରାରମ୍ଭ ହୋଇଥିଲା । ଏହି ଗଣ ଦୌଡ଼ରେ
ଅଂଶଗ୍ରହଣକାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ କୋରାପୁଟ ସ୍ପୋର୍ଟ୍ କମ୍ପେକ୍ସ ପର୍ଯ୍ୟନ୍ତ ଗଣଦୌଡ କରିଥିଲେ। ତାପରେ ସକାଳ ୭.୧୫ ଘଟିକା ସମୟରେ ଉତ୍ସବଟି ଉଦଯାପନ ସହ ସମସ୍ତ ଅଂଶଗ୍ରହଣକାରୀ ସକାଶେ ଜଳପାନର ବ୍ୟବସ୍ଥା କରାଯାଇଥିଲା ।।
ଉକ୍ତ ଗଣଦୌଡର କାର୍ଯ୍ୟକ୍ରମରେ ସମସ୍ତ ଡେପୁଟି କଲେକ୍ଟ୍ରୋର, ସହକାରୀ ଜିଲ୍ଲାପାଳ, ଡିଆଇପିଆରଓ , ଡିସିଓ ,କ୍ରୀଡାବିତ୍,ବୁଦ୍ଧିଜୀବୀ,ଜନସାଧାରଣ, ମହାବିଦ୍ୟାଳୟର ବିଦ୍ୟାର୍ଥିମାନେ ଯୋଗଦାନ କରିଥିଲେ ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *