ଓଡିଶା ଓବିସି ମଞ୍ଚ, ବୌଦ୍ଧ ଜିଲ୍ଲା ଶାଖା ତରଫରୁ ଦାବିପତ୍ର ପ୍ରଦାନ
ସୁବର୍ଣ୍ଣପୁର: ଓଡିଶା ଓବିସି ମଞ୍ଚ, ବୌଦ୍ଧ ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳ, ବୌଦ୍ଧଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରତିନିଧି ମଣ୍ଡଳୀଙ୍କ ଦ୍ୱାରା ଦାବିପତ୍ର ପ୍ରଦାନ କରାଯାଇଛି l ଓଡିଶା ସରକାର ଏସଇବିସି ମାନଙ୍କୁ ଯେଉଁ ସଂରକ୍ଷଣ ଦେଉଛନ୍ତି ତାହା ମଣ୍ଡଳ କମିଶନଙ୍କ ରିପୋର୍ଟ ପ୍ରକାରେ ଓବିସି ମାନେ ସଂରକ୍ଷଣ ପାଇପାରୁନାହାନ୍ତି l ଓଡିଶାରେ ଏସିଇବିସି ମାନଙ୍କୁ ଦେଉଥିବା ସଂରକ୍ଷଣ ଓବିସି ସଂରକ୍ଷଣ ନୁହେଁ, ଏଣୁ ମଣ୍ଡଳ କମିଶନ ରିପୋର୍ଟ ପ୍ରକାରେ 200ପଛୁଆ ଜାତିକୁ 27% ସବୁ କ୍ଷେତ୍ରରେ ସଂରକ୍ଷଣ ଦେବାକୁ ସଂଘ ତରଫରୁ ଦୃଢ ଦାବୀ କରାଯାଇଛି l ମଣ୍ଡଳ କମିଶନ ରିପୋର୍ଟ ପ୍ରକାରେ ଶିକ୍ଷା ଓ ଚାକିରୀରେ କେନ୍ଦ୍ର ସରକାର ଓବିସି ମାନଙ୍କୁ 27% ସଂରକ୍ଷଣ ଦେଉଥିବାବେଳେ ଓଡିଶା ସରକାର ଏସ ଇ ବି ସି ନାମରେ 11.25% କେବଳ ଚାକିରୀରେ ଲାଗୁ କରିବା ଦ୍ୱାରା ପ୍ରକୃତ ପଛୁଆ ବର୍ଗ ଏଥିରୁ ବାଦ ପଡୁଛନ୍ତି l ଆସନ୍ତା ଦିନରେ ଜାତି ଆଧାରୀତ ଜନଗଣନା ତୁରନ୍ତ କରି ସଂଖ୍ୟା ଆଧାରୀତ ସବୁ କ୍ଷେତ୍ରରେ ଯଥା ଶିକ୍ଷା, ଚାକିରୀ, ରାଜନୀତି, କୃଷି, ବ୍ୟବସାୟରେ ଯେତିକି ସଂଖ୍ୟାକୁ ସେତିକି ସଂରକ୍ଷଣ ଦେବାକୁ ମଞ୍ଚ ଦାବୀ କରିଛି l ଯେତେ ଦିନ ପର୍ଯ୍ୟନ୍ତ ଜାତି ଆଧାରୀତ ଜଣ ଗଣନା ନ ହୋଇଛି ଅନ୍ତତଃ ଓଡିଶା ରେ ପ୍ରକୃତ ପଛୁଆ ବର୍ଗ ମାନଙ୍କୁ 27%ସଂରକ୍ଷଣ ଦେବାକୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ଅନୁରୋଧ କରିଛି l ଆଜି ବୌଦ୍ଧ ଜିଲ୍ଲା ଶାଖା ତରଫରୁ ରାଜ୍ୟ ଓବିସି ମଞ୍ଚର ସହ- ସମ୍ପାଦକ କୃତ୍ତିବାସ ପଲିଆ ଓ ଜିଲ୍ଲା ସଂଯୋଜକ ସ୍ବାଧୀନ କୁମାର ପ୍ରଧାନ ଓ ବିକାଶ ଚନ୍ଦ୍ର ମହାକୁଳଙ୍କ ନେତୃତ୍ୱରେ ଦାବିପତ୍ର ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଜିଲ୍ଲାପାଳ ଙ୍କ ଅନୁପସ୍ଥିରେ ଅଫିସ ସୁପିରିଟେଡ଼େଣ୍ଡଙ୍କୁ ପ୍ରଦାନ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
