May 4, 2026
Home » ଓଡିଶା ମାଧ୍ୟମିକ ବୋର୍ଡ଼ ପରୀକ୍ଷା ରେ କିସ, କଳାହାଣ୍ଡି ର ଶତପ୍ରତିଶତ ଛାତ୍ରୀ କୃତକାର୍ଯ୍ୟ।

ଓଡିଶା ମାଧ୍ୟମିକ ବୋର୍ଡ଼ ପରୀକ୍ଷା ରେ କିସ, କଳାହାଣ୍ଡି ର ଶତପ୍ରତିଶତ ଛାତ୍ରୀ କୃତକାର୍ଯ୍ୟ।

0
WhatsApp Image 2026-05-04 at 12.04.25 PM (1)

 

କଳାହାଣ୍ଡି ସ୍ଥିତ କିସ ଆବାସିକ ବିଦ୍ୟାଳୟ, ବାଦଲି ର ପ୍ରଥମ ବର୍ଷ ଦଶମ ପରୀକ୍ଷା ରେ ଶତ ପ୍ରତିଶତ ପାସ କରି ସ୍କୁଲ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଛାତ୍ରୀମାନେ l ପ୍ରକାଶ ଥାଉ କି, ଏହି ବିଦ୍ୟାଳୟଟି ଏକ ହଜାର ରୁ ଅଧିକ କେବଳ ଆଦିବାସୀ ଛାତ୍ରୀ ମାନଙ୍କ ପାଇଁ ନିଶୁଳ୍କ ଓ ଆବାସିକ ବିଦ୍ୟାଳୟ ଅଟେ l ଚଳିତ ବର୍ଷ ୪୭ ଜଣ ଛାତ୍ରୀ ଙ୍କ ମଧ୍ୟରୁ ସମସ୍ତେ ଦଶମ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ବେଳେ A1 ରେ ୨୨ ଜଣ ଓ ଦୁଇ ଜଣ A2 ଗ୍ରେଡ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ସର୍ବାଧିକ ୮୦ପ୍ରତିଶତ ନମ୍ବର ରଖିଥିବା ପଦ୍ମାବତୀ ମହାଳିଙ୍ଗ ଓ ମନୀଷା ଧରୁଆ ସ୍କୁଲ ପାଇଁ ଆଣି ଦେଇଛନ୍ତି ଗର୍ବ ଓ ଗୌରବ। ପଦ୍ମାବତୀ ମହାଳିଙ୍ଗ ପିତା ସୁଶାନ୍ତ ମହାଳିଙ୍ଗ ଓ ମାତା ରୀନା ମହାଲିଙ୍ଗ ଙ୍କ ଚାରି ଟା ସନ୍ତାନ ମଧ୍ୟରୁ ପ୍ରଥମ ସନ୍ତାନ ଅଟନ୍ତି ପଦ୍ମା,ଜେଜେମା ଜେଜେବାପା ଙ୍କ ସମେତ ଘରେ ଆଠ ଜଣ ସଦସ୍ୟ l କେସିଙ୍ଗା ବ୍ଲକ ଅନ୍ତର୍ଗତ ସିଙ୍ଗାରୀବାହାଲ ଗ୍ରାମର ଏ ଗରିବ ଓ ସରଳ ଝିଅଟି ଦିନେ ଆଇ.ପି.ଏସ ହେବାର ହେବାର ସ୍ବପ୍ନ ଦେଖୁଥିବା ବେଳେ ବାଧା ସାଜିଥିଲା ପରିବାରର ବୋଝ ସାଙ୍ଗକୁ ଉପଯୁକ୍ତ ଶିକ୍ଷା। ସାଧାରଣ ଚାଷ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଉଥିବା ବାପାଙ୍କ ମୁଣ୍ଡରେ ସବୁବେଳେ ଚିନ୍ତା ଯେ ଝିଅଟିର ସ୍ବପ୍ନ କେମିତି ପୂରଣ କରିବି। ଏହି ସମୟରେ ଗାଁ ର ଜଣେ ସମ୍ପର୍କୀୟ ବଡବାପାଙ୍କ ଠାରୁ କଳାହାଣ୍ଡି ର କିସ ବିଦ୍ୟାଳୟ ବିଷୟ ରେ ଜାଣିବାକୁ ପାଇ ଗାଁ ରେ ଷଷ୍ଠ ପର୍ଯନ୍ତ ପଢିଥିବା ଝିଅ ଟି ୨୦୨୨ ମସିହାରେ ସପ୍ତମ ଶ୍ରେଣୀ ରେ ନାମ ଲେଖାଇଥିଲେ।

ପାଠ ପଢା ବ୍ୟତୀତ ମାର୍ଚିଂ, ଖେଳକୁଦ, ବକୃତା, ରଚନା ଲିଖନ, ଚିତ୍ର, ଓ ଅଭିନୟ ଅତି ଉଚ୍ଚ କୋଟିର ଥିଲା।ଲଗାତାର ତିନି ବର୍ଷ କମାଣ୍ଡର ଭାବେ ବେଷ୍ଟ ଗାଇଡ଼ ପୂରସ୍କାର ଜିଲ୍ଲା ସ୍ତରରେ ପାଇବାର ସୁଯୋଗ ପାଇଛନ୍ତି ପଦ୍ମାବତୀ । ଉଚ୍ଚ ଗୁଣବତ୍ତା ସମ୍ପନ୍ନ ପାଠପଢା ସମେତ ରହିବା ଖାଇବା ସମ୍ପୂର୍ଣ ନିଶୁଳ୍କ ବିଦ୍ୟାଳୟ ଟି ଭାଗ୍ୟ ବଦଳାଇ ଦେଇଥିଲା ଏ ଝିଅଟିର l ଅନ୍ୟ ଏକ ୮୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ରୀ ମନୀଷା ଧରୁଆ ପିତା ସ୍ବର୍ଗତ ଶରତ ଚନ୍ଦ୍ର ଧରୁଆ ମାତା ଦେବକୀ ଧରୁଆ ନର୍ଲା ବ୍ଲକ ସ୍ଥିତ କାରୁଙ୍ଗପଦର ର ବାସିନ୍ଦା ଅଟନ୍ତି l ମାତ୍ର ୩ ବର୍ଷ ରୁ ପିତାଙ୍କ ସ୍ନେହରୁ ବଞ୍ଚିତ ହୋଇଥିବା ଏ ଝିଅଟି ଆଗକୁ ବଡହୋଇ ଡାକ୍ତର ହୋଇ ଗରିବ ନିରୀହ ଲୋକଙ୍କ ସେବା କରିବାର ଦୃଢଲକ୍ଷ୍ୟ ରଖିଥିଲେ l ବାପା ଙ୍କ ଅନ୍ତେ ମା ଦେବକୀ ଧରୁଆ ଦୁଇ ଝିଅ ଓ ଗୋଟେ ପୁଅ ଙ୍କୁ କେମିତି ମଣିଷ କରିବେ ସର୍ବଦା ଚିନ୍ତାରେ ଥିବାବେଳେ ମଧୁପୁର ସରକାରୀ ବାଳିକା ବିଦ୍ୟାଳୟରେ ସପ୍ତମ ପର୍ଯନ୍ତ ପଢାସାରି ନିଜର ଲକ୍ଷ୍ୟ କୁ ଶତପ୍ରତିଶତ ପୂରଣ କରିବା ଉଦ୍ଦେଶ୍ୟ ରେ ୨୦୨୩ ମସିହାରେ ଅଷ୍ଟମ ଶ୍ରେଣୀ ରେ ନାମ ଲେଖାଇଲେ କିସ ଆବାସିକ ବିଦ୍ୟାଳୟ କଳାହାଣ୍ଡିରେ।ପାଠପଢା ସାଙ୍ଗକୁ ନିଖୁଣ ନୃତ୍ୟ, ଅଭିନୟ, ବକୃତା, ରଚନା ଲିଖନ ଖେଳକୁଦ ଓ ମାର୍ଚିଂ ରେ ଭାଗନେଇ ସ୍କୁଲ କୁ କରିଛନ୍ତି ଗର୍ବିତ। ଆଜି ଏହି ୪୭ଜଣ ଛାତ୍ରୀଙ୍କ ର ଭାଗ୍ୟବିଧାତା ଓ ଯାହାଙ୍କ ପ୍ରଚେଷ୍ଟାରେ ହଜାର ହଜାର ଆଦିବାସୀ ଛାତ୍ର ଛାତ୍ରୀ ଆଜି ସମାଜର ଶୀର୍ଷ ସ୍ଥାନ ରେ ପହଂଚି ପାରିଛନ୍ତି ତାହା କେବଳ ସଫଳ ହୋଇଛି କୀଟ ଓ କିସ ର ପ୍ରତିଷ୍ଠାତା ଡ଼ ଅଚୁତ ସାମନ୍ତ ଙ୍କ ଉଦ୍ୟମ ରେ ତାଙ୍କର ଆଶୀର୍ବାଦ ସର୍ବଦା ଏ ଛାତ୍ର ଛାତ୍ରୀଙ୍କ ଉପରେ ରହିଛି ଓ ରହିବ l ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ମାନଙ୍କ ସଦଇଚ୍ଛା ଓ କଠିନ ପରିଶ୍ରମ ହେତୁ ଏହିପରି ସଫଳତା ହୋଇପାରିଛି l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *