October 24, 2025
Home » ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

0
WhatsApp Image 2025-07-09 at 5.30.54 PM

କଟକ: ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଓଡିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ -୨୦୨୫ ପାଳନ ଅବସରରେ କଟକ ଜିଲ୍ଲାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱରାଜ ଆଶ୍ରମ ପରିସରରେ ଜିଲ୍ଲାସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଆବୃତି, ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ତଥା କଟକ ମହାନଗର ନିଗମରୁ ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଯୋଗ ଦେଇ ପ୍ରତିଯୋଗିତାରେ ବିଜେତା ହେବା ଅପେକ୍ଷା ଅଂଶଗ୍ରହଣ କରିବା ଛାତ୍ରଛାତ୍ରୀମାନଙ୍କ ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ବୋଲି ମତ ଦେଇଥିଲେ ।
ପ୍ରବନ୍ଧ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଲକ୍ଷ୍ମୀପ୍ରିୟା ନାୟକ ,ରାମଚନ୍ଦ୍ର ପଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଙ୍କୀ ବକ୍ତୃତା ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଅଭିଲିପ୍ସା ଆଞ୍ଜେଲ ବେହେରା , ଓଡିଶା ଆଦର୍ଶ ବିଦ୍ୟାଳୟ ଗୋବିନ୍ଦପୁର , ଡ଼ମପଡା, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ସୋମ ପ୍ରୟାଶ ମହାରଣା , ସେକେଣ୍ଡlରୀ ବୋର୍ଡ ହାଇସ୍କୁଲ, କବିତା ଆବୃତି ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଆଦ୍ୟାଶା ମହାଭୋଇ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଚମ୍ପେଶ୍ଵର ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ସେହିପରି ବରିଷ୍ଠ ବର୍ଗରେ ପ୍ରବନ୍ଧ ପ୍ରତିଯୋଗିତାରେ ସସ୍ମିତା ରାଉତ , ପଦ୍ମପୁର ଉଚ୍ଚ ବିଦ୍ୟାଳୟ, ବକ୍ତୃତା ପ୍ରତିଯୋଗିତାରେ ପ୍ରତୀକ ପାତ୍ର , ସାଲେପୁର ସରକାରୀ ଉଚ୍ଚବିଦ୍ୟାଳୟ, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଭୁ ସାରଥୀ ନାୟକ ,ସେକେଣ୍ଡlରୀ ବୋର୍ଡ ହାଇସ୍କୁଲ, କବିତା ଆବୃତି ପ୍ରତିଯୋଗିତାରେ ଆକାଂକ୍ଷା ଦାସ,ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କଟକ ଜିଲ୍ଲାକୁ ପ୍ରତିନିଧିତ୍ଵ କରିବେ। ପ୍ରତିଯୋଗିତା ପରିଚାଳନାରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ତରଫରୁ ଶ୍ରୀମତୀ ସବିତା ତ୍ରିପାଠୀ, ପ୍ରତିଭା ବେହେରା, ଗଗନ ମହାନ୍ତି, ପ୍ରଦ୍ୟୁମ୍ନ ବେହେରା, ସର୍ଫରାଜ୍ ଖାନ, ଗୟାଧର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।
ପରିଶେଷରେ କୃତୀପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା ଏବଂ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ବିଚାରକ ଭାବେ ପ୍ରତିମା ଶତପଥୀ, ବୈଜୟନ୍ତୀ ମିଶ୍ର, ବିପିନ ବିହାରୀ ଶତପଥୀ, ରାଜୀବ ଷଡ଼ଙ୍ଗୀ, ଜ୍ଞାନପ୍ରିୟ କାନୁନଗୋ, ନୃସିଂହ ଚରଣ ପଣ୍ଡା, ଆଦିତ୍ୟ ପ୍ରତାପ ଧଳ ପ୍ରମୁଖ ଯୋଗ ଦେଇଥିଲେ।

cuttack ru lalita das nka report epa news

Leave a Reply

Your email address will not be published. Required fields are marked *