July 4, 2025
Home » ଓମଫେଡ଼ କେନ୍ଦୁଝର ଦୁଗ୍ଧ କାରଖାନାରେ ଏନଏସଏସ ପକ୍ଷରୁ ପ୍ରଶିକ୍ଷଣ କର୍ମଶାଳା

ଓମଫେଡ଼ କେନ୍ଦୁଝର ଦୁଗ୍ଧ କାରଖାନାରେ ଏନଏସଏସ ପକ୍ଷରୁ ପ୍ରଶିକ୍ଷଣ କର୍ମଶାଳା

0
WhatsApp Image 2025-02-23 at 9.44.15 PM

କେନ୍ଦୁଝର,ତା୨୩/୨- ସ୍ଥାନୀୟ ସିଲିସୁଆଁସ୍ଥିତ ଓମଫେଡ଼ ଦୁଗ୍ଧ କାରଖାନା ଠାରେ ଆଞ୍ଚଳିକ ନିର୍ଦ୍ଦେଶାଳୟ ରାଷ୍ଟ୍ରୀୟ ସେବା ଯୋଜନା,ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭୁବନେଶ୍ବର ଶାଖା ଓ ଓମଫେଡ଼ର ମିଳିତ ସହଭାଗିତାରେ କେନ୍ଦୁଝର ଡ଼େରୀ ପରିସର ଠାରେ ସୋଆ ବିଶ୍ବବିଦ୍ୟାଳୟ ଭୁବନେଶ୍ବର ଓ ଧରଣୀଧର ବିଶ୍ବବିଦ୍ୟାଳୟ , କେନ୍ଦୁଝରର ୧୦୦ ଜଣ ସ୍ୱେଛାସେବୀଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାକୁ ଜାତୀୟ ସେବା ଯୋଜନାର ଯୁବ ଅଫିସର ଶ୍ରୀ ଅଜିତ କୁମାର ମୁଖ୍ୟ ଅତିଥି ଭାବେ କେନ୍ଦୁଝରର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଉଦଘାଟନ କରିଥିଲେ । କାରଖାନାର ପରିଚାଳକ ଶ୍ରୀ ନିଶୀଥ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ବକ୍ତା ଭାବେ ଏନଏସଏସ ପ୍ରୋଗ୍ରାମ ଅଫିସର ଶ୍ରୀ ହରିହର ଦାସ ଯୋଗଦାନ କରିଥିଲେ । ଧରଣୀଧର ବିଶ୍ବବିଦ୍ୟାଳୟର ଏନଏସଏସ ସଂଯୋଜିକା ଡାଃ ସରିତା ନାୟକଙ୍କ ସହ ସୋଆ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମ ସଂଚାଳକ ଡାଃ ଦେବେନ୍ଦ୍ର ନାଥ ବିଶ୍ବାଳ ଓ ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ଅନ୍ୟତମ ଅତିଥ୍ୟ ଭାବେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଶ୍ରୀ ସୁଶୀଲ କାନୁନଗୋ ଓମଫେଡ଼ ପକ୍ଷରୁ ସମସ୍ତ ଅତିଥି ଓ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିଥିଲେ।କର୍ମଶାଳାରେ ଯୋଗଦାନ କରିଥିବା ଉଭୟ ବିଶ୍ବବିଦ୍ୟାଳୟର ସ୍ୱେଚ୍ଛାସେବୀ ମାନଙ୍କୁ ଓମଫେଡ଼ ଓ ଏହାର ଉତ୍ପାଦ ବିଷୟରେ କାରଖାନାର କନିଷ୍ଠ ପରିଚାଳକ ଶ୍ରୀ ଜନାର୍ଦ୍ଦନ ରାଉତ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନ କରିଥିଲେ । ଏନଏସଏସର ସ୍ୱେଚ୍ଛାସେବୀମାନେ କେନ୍ଦୁଝର ଦୁଗ୍ଧ କାରଖାନା ବୁଲି ଦେଖିବା ସହିତ ପ୍ରତ୍ୟକ୍ଷ ଜ୍ଞାନ ଲାଭ କରିଥିଲେ । ଓମଫେଡ କାରଖାନାର ସମସ୍ତ କର୍ମଚାରି ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏନଏସଏସ ପକ୍ଷରୁ ଡିପିଓ ଶ୍ରୀ ସୁନୀଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଧରଣୀଧର ବିଶ୍ବବିଦ୍ୟାଳୟ ପକ୍ଷରୁ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଦିନେଶ ମହାରଣା , ଶ୍ରୀ ଜୟକାର ରାଠୋର ଓ ଲୀପସା ରାଣୀ ମହାନ୍ତି ଯୋଗଦାନ କରିଥିଲେ । ଆଗାମୀ ଦିନରେ
ଛାତ୍ରଛାତ୍ରୀଙ୍କୁ ମୋ ଭରତ ପୋର୍ଟାଲରେ ଅଧିକରୁ ଅଧିକ ଅଂଶଗ୍ରହଣ କରିବାକୁ ଏହା ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *