March 15, 2026
Home » ଓମେନ୍ସ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

ଓମେନ୍ସ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

0
WhatsApp Image 2026-03-13 at 2.59.20 PM (1)

ନାରୀ ସଂଗଠନ ଓମେନ୍ସ ପକ୍ଷରୁ ବିଶ୍ୱ ମହିଳା ଦିବସ ଶୈଳଶ୍ରୀ ବିହାର ସ୍ଥିତ ଉତ୍କଳ ବିଦ୍ୟାମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାନେତ୍ରୀ ସରୋଜୀନି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉପଦେଷ୍ଟା ସୁଧାଂଶୁ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ।

ଏଥିରେ ଅତିଥି ଭାବରେ ସମାଜସେବୀ ରେଖା ପ୍ରଧାନ, ରଂଜିତା ମହାନ୍ତି, ଶୁଭାସିନୀ ବିଶ୍ୱାଳ, ଶିକ୍ଷାବିତ୍ ରବୟା ବେଗମ୍‌, କଳିଙ୍ଗ ମହାସଙ୍କିର୍ତ୍ତନ ମଣ୍ଡଳୀର ଉପଦେଷ୍ଟା କୃଷ୍ଣଚନ୍ଦ୍ର ବାରିକ ଓ ସଂଗଠକ ଗୌରାଙ୍ଗ ଚରଣ ଦାଶ ପ୍ରମୁଖ ଯୋଗଦେଇ ନାରୀ ପ୍ରଗତିର ସବୁଠୁ ବଡ ଆବଶ୍ୟକତା ଏବଂ ଏଥିପାଇଁ ମାତୃଜାତି ଏକତ୍ର ହେବା ନିହାତି ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ସୋନାଲ ମୋନାଲିସା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶିଷ୍ଠ ନାରୀ ସଂଗଠିକା ଓ ସମାଜସେବୀଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *