October 23, 2025
Home » ଓରମାସ ପକ୍ଷରୁ ଦିପାବଳୀ ଉତ୍ସବ ୨୦୨୫ ଦୀପଷ୍ଟଲ ଉଦଘାଟିତ

ଓରମାସ ପକ୍ଷରୁ ଦିପାବଳୀ ଉତ୍ସବ ୨୦୨୫ ଦୀପଷ୍ଟଲ ଉଦଘାଟିତ

0
WhatsApp Image 2025-10-19 at 1.22.15 PM (1)

ପାରାଦ୍ଵୀପ: ପାରାଦ୍ଵୀପ ବାଲିଯାତ୍ରା ପଡିଆ ରେ ଓରମାସ ପକ୍ଷରୁ “ଦିପାବଳୀ ଉତ୍ସବ ୨୦୨୫ “ଦୀପଷ୍ଟଲ କୁ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ବାଳ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଛନ୍ତି। ଏହି ଷ୍ଟଲ ରେ ଉତ୍ପାଦକ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ହାତ ତିଆରି ଟେରାକୋଟା ଦୀପ ଯଥା ବୋହୂ ଦୀପ, କଳସ ଦୀପ, ଷ୍ଟାଣ୍ଡ ଦୀପ, ଝାଡୁ , କାଇଁଚ ତିଆରି ଜିନିଷ, ତାଳପତ୍ର ତିଆରି ଗୃହସଜ୍ଜା ଉପକରଣ ଆଦି ବିକ୍ରୟ କରାଯାଉଛି।

ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମଧ୍ୟ ଏହି ଦୀପ ଷ୍ଟଲ ଟିକୁ ଯାଇ ଦୀପ କିଣିବା ସହ ଉତ୍ପାଦକ ମାନଙ୍କ ଆର୍ଥିକ ଉନ୍ନତି ରେ ସହାୟକ ହେବାପାଇଁ ଜିଲ୍ଲାବାସୀ ଙ୍କୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଡେପୁଟି ସି ଇ ଓ ଓରମାସ ଶ୍ରୀମତୀ ମଧୁସ୍ମିତା ସାହୁ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା , ଓରମାସ ତଥା ପୌର ପରିଷଦର କର୍ମକର୍ତ୍ତା, ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବ ର ଋତୁ ରେ ସୁନ୍ଦର ହାତ ତିଆରି ଦୀପ ତଥା ଗୃହ ସଜା ଉପକରଣ ଜିଲ୍ଲା ବାସୀଙ୍କୁ ଆକୃଷ୍ଟ କରିବ ବୋଲି ଓରମାସ ର ଡେପୁଟି ସି ଇ ଓ ମତପ୍ରକାଶ କରିଥିଲେ।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *