July 1, 2025
Home » କଇ଼ଁଝର ପଞ୍ଚାୟତ ରେ ବିକାଶ ବାହନ ରଥ ଗାଁ ଗାଁରେ ପରିକ୍ରମା ଓ ସଚେତନତା କାର୍ଯ୍ୟକ୍ରମ

କଇ଼ଁଝର ପଞ୍ଚାୟତ ରେ ବିକାଶ ବାହନ ରଥ ଗାଁ ଗାଁରେ ପରିକ୍ରମା ଓ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2025-06-20 at 3.51.38 PM

ଫୁଲବାଣୀ ଇ ପି ଏ: ରାଜ୍ୟ ରେ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ଙ୍କୁ ଏକ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ରେ ବିଜେପି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ସରକାର ଙ୍କ ଏଗାର ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ରେ ପ୍ରତ୍ୟେକ ପଞ୍ଚାୟତ ରେ ବିକାଶ ବାହନରଥ ପରିକ୍ରମା କରୁଛି। ପ୍ରବଳ ବର୍ଷା ସତ୍ବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଟିକାବାଲି ବ୍ଲକ ଅର୍ନ୍ତଗତ କଇ଼ଁଝର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁନିତା କହଁର ଙ୍କ ଅଧ୍ୟକ୍ଷତାରେ ବିକାଶ ବାହନ ରଥ କୁ ସ୍ବାଗତ କରାଯାଇଛି।

ଏହି କାର୍ଯ୍ୟକ୍ରମ ଅବସରରେ ଅତିଥି ରୂପେ ଟିକାବାଲି ବ୍ଲକ ବିଡ଼ିଓ ଶ୍ରୀ ନାରାୟଣ ଦୀକ୍ଷିତ, ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୀଲିପ କହଁର, ABDOଶ୍ରୀ ସୁନିଲ ମଲିକ,APO ଅନୁରାଧା ମଲିକ,DPC ଅର୍ଜୁନ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୁର୍ଗାଚରଣ ସାହୁ,ADED ମାମୁନୀ ରଥ,ଯୋଗାଣ ସହାୟକ ଶ୍ରୀ ସୁକାନ୍ତ ଦିଗାଳ, ପୂର୍ବତନ ସରପଞ୍ଚ ଶ୍ରୀ ପ୍ରକାଶ କହଁର, ଟିକାବାଲି ବ୍ଲକ ବିଜେପି ମଣ୍ଡଳ ସଭାପତି କପିଳାସ କହଁର,ଯୁବ ପ୍ରତିଭା ଶ୍ରୀ ରବି ବିଷୋୟୀ, ଜୀବିକା ମିଶନ ରୁ ମିଥୁନ ମଲିକ,ରାଜସ୍ବ ବିଭାଗ ଅଧିକାରୀ ଶ୍ରୀ ସତୀ ରୁନୀମା ମଲିକ, ବିକାଶ ବାହନ ରଥ ନୋଡାଲ ଅଫିସର ଶ୍ରୀ ରାଜେନ୍ଦ୍ର ଦିଗାଳ , ସମିତି ସଭ୍ୟା ଶ୍ରୀମତୀ ମିନତୀ ପ୍ରଧାନ,ଶିକ୍ଷା ବିଭାଗରୁ ସମସ୍ତ ଙ୍କର ପ୍ରିୟ ଦୀର୍ଘ ବର୍ଷ ଧରି କଇ଼ଁଝର ନୋଡାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମୋନଜ ଦିଗାଳ,CRCଶ୍ରୀ ପାତ୍ର ବାବୁ, ଟିକାବାଲି ବ୍ଲକ କୃଷି ଅଧିକାରୀ ଶ୍ରୀ ସୁବାସ ଦଳବେହେରା, ଜଙ୍ଗଲ ବିଭାଗ ରୁ କେହି ଅଧିକାରୀ ଉପସ୍ଥିତ ନଥିଲେ। ଏହି ବିକାଶ ବାହନ ରଥ ପରିକ୍ରମା ଓ ସଚେତନତା କାର୍ଯ୍ୟକ୍ରମ ରେ ଟିକାବାଲି ବ୍ଲକ ବିଡ଼ିଓ ଶ୍ରୀ ନାରାୟଣ ଦୀକ୍ଷିତ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କୁ ଲୋକାଭିମୁଖୀ କରାଇବା ଦିଗରେ ଆଲୋଚନା କରି ସଚେତନତା ଆବଶ୍ୟକ ବୋଲି ବୁଝାଇଥିଲେ।


ଏହି ଅବସରରେ ୧୨ ଜଣ ଜମି ପଟ୍ଟା,୮ ଜଣ ଅନ୍ତୋଦୟ ଗୃହ,୭ ଜଣ ବର୍ଦ୍ଧିତ ଭତା,୫ ଜଣ ଜବକାଡ,୪ ଜଣ ରାସନ୍ କାର୍ଡ,୮ ଜଣ କୃତି ଛାତ୍ର ଛାତ୍ରୀ ଙ୍କୁ ମେଧାବୃତ୍ତି ପୁରସ୍କାର ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମହିଳା ସ୍ବାସ୍ଥ୍ୟକର୍ମୀ ଓ କେତେ ହାତଗଣତି ଆଶାକର୍ମୀ, ସ୍ବୟଂ ସହାୟିକା ଗୋଷ୍ଠୀ,ବରିଷ୍ଠ ନାଗରିକ ଙ୍କୁ ସରପଞ୍ଚ ଶ୍ରୀମତୀ ସୁନିତା କହଁର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅତି ସୁନ୍ଦର ଭାବରେ ସଭାକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୁର୍ଗାଚରଣ ସାହୁ ପରିଚାଳନା କରିଥିଲେ ବହୁ ଆଡମ୍ବର ସହକାରେ ବିକାଶ ବାହନ ରଥ କୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ଏହି ରଥ ପ୍ରତେକ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ ବିଷୟରେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି ।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *