August 22, 2026
Home » କଚ୍ଛପ ଗତିରେ ଚାଲିଛି ପୂର୍ତ୍ତ ବିଭାଗ ରାସ୍ତା କାମ:ପରିବାର ପାଣି ପାଇଁ ଡହଳବିକଳ ଠିକାଦାର ନିରବ ଦ୍ରଷ୍ଟା

କଚ୍ଛପ ଗତିରେ ଚାଲିଛି ପୂର୍ତ୍ତ ବିଭାଗ ରାସ୍ତା କାମ:ପରିବାର ପାଣି ପାଇଁ ଡହଳବିକଳ ଠିକାଦାର ନିରବ ଦ୍ରଷ୍ଟା

0
WhatsApp Image 2026-01-05 at 3.19.56 PM

କଚ୍ଛପ ଗତିରେ ଚାଲିଛି ପୂର୍ତ୍ତ ବିଭାଗ ରାସ୍ତା କାମ ପାଣି ପାଇପ ଫଟେଇ ପନ୍ଦର : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ବ୍ରାହ୍ମଣଧରା ଗ୍ରାମ ର ପୂର୍ତ୍ତବିଭାଗ ଜାଙ୍ଗୁ ଠାରୁ ବ୍ରାହ୍ମଣଧରା ଭାୟା କେନ୍ଦୁମୁଣ୍ଡା ରାସ୍ତାର ଘରୋଇ ଠିକା ସଂସ୍ଥା ଅତି ଧୀରେ ଧୀରେ କାର୍ଯ୍ୟ କରୁଅଛି!ଯାହା ଫଳରେ କ୍ରସର ଗୁଣ୍ଡ ବଦଳରେ ଚୋରା ମୋରମ ଆଣି ପକାଉଯାଉଛି ଯାହା ସରକାରଙ୍କ ରାଜସ୍ବ ହାନି ହେଉଛି!

ରାସ୍ତା କାମ କରିବା ସମୟ ରେ ପାଣି ପାଇପ ଫଟେଇ ମରାମତି କରାଯାଉନାହିଁ ଆଜକୁ ଦୁଇ ମାସରୁ ଉର୍ଦ୍ଧ ହେଲାଣି ଠିକାଦାର ଏବଂ ଯନ୍ତ୍ରୀ ମହୋଦୟ କୁ ବାରମ୍ବାର ଅବଗତ କଲେ କର୍ଣ୍ଣପାତ କରୁନାହାନ୍ତି ବ୍ରାହ୍ମଣଧରା ସାମଘନିଆ ସାହିର ପନ୍ଦର ପରିବାର ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଏହି ବ୍ରାହ୍ମଣଧରା ରାଜସ୍ବ ଗ୍ରାମ ବିଧାୟକ ପଂଚାୟତରେ ଅନ୍ତର୍ଭୁକ୍ତ!ପିଇବା ପାଇଁ ଏକ ନଳକୂପ ଥିଲେ ମଧ୍ୟ ପାଣି ପାଇଁ ସମ୍ଭବ ନୁହେଁ ଲୁହା ପାଣି ବାହାରୁଅଛି!ଯଦି ଶୀଘ୍ର ଠିକାଦାର ଏହାର ମରାମତି ନ କରନ୍ତି ଗ୍ରାମ ବାସୀ ଜିଲ୍ଲାପାଳ ନିକଟରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି

kankadahada ru subash pradhan nka report epa news

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।