କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁବାବୁ ଜୟନ୍ତୀ ପଳିତ

କଟକ, ତା.୨୮-୪-୨୫ରିଖ ଉତ୍କଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମବାର୍ଷିକୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିର୍ଦ୍ଧିଷ୍ଟ କାର୍ଯ୍ୟସୂଚୀ ଅନୁଯାଇ ସକାଳ ୭ଟା ସମୟରେ ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧିପୀଠ ଓ ସେଠାରେ ଅବସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଓଡ଼ିଶା ଇତିହାସରେ ତାଙ୍କର ଅଭୁଲା ଛାପ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଅଟଳ ସମର୍ପଣ ତଥା ଓଡିଶାର ପରିଚୟ ଏବଂ ବିକାଶ ପ୍ରତି ମଧୁସୂସନ ଦାସଙ୍କ ଅବଦାନ ପିଢ଼ିକୁ ପ୍ରେରଣା ଦେଇ ଆସୁଛି। ଶିକ୍ଷା, ଶିଳ୍ପ ଏବଂ ସମାଜ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ଅକ୍ଳାନ୍ତ ପ୍ରୟାସ ଏକ ଇତିହାସ ବୋଲି ଜିଲ୍ଲାପାଳ ଏହି ଅବସରରେ ସମ୍ବୋଧନ କରିଥଲେ।ପରେ ପରେ ନିକଟସ୍ଥ ମଧୁସୂଦନ ପାର୍କ ଏବଂ କ୍ୟାଣ୍ଟନମେଣ୍ଟ ଛକଠାରେ ଅବସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥି ସହ ପଢ଼ିହାରୀ ପାଠାଗାର ଓ ସୂଚନା କେନ୍ଦ୍ରଠାରେ ମଧୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଯାଇଥିଲା।
ଅନୁରୂପ ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ ମଧୁସୂଦନ ସାଂସ୍କୃତିକ ପରିଷଦ, ସତ୍ୟଭାମାପୁ୍ର, ମିଳିତ ଆନୁକୁଲ୍ୟରେ ସତ୍ୟଭାମାପୁର ଠାରେ ମଧୁବାବୁଙ୍କ ଜନ୍ମପୀଠରେ ଶ୍ରଦ୍ଧାଞ୍ଜଳି ପୂର୍ବକ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସନ୍ଧ୍ୟାରେ ଏକ ସଭା ଆୟୋଜନ କରାଯାଇଥିଲା।
ସନ୍ଧ୍ୟାରେ ଅତିଥି ମାନଙ୍କ ଦ୍ଵାରା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାପରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କସ୍ତୁରବା ଗାନ୍ଧୀ ଟ୍ରଷ୍ଟ ପକ୍ଷରୁ “ବନ୍ଦେ ଉତ୍କଳ ଗାନ” ସହ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ଉଚ୍ଚ ନ୍ୟାାଳୟର ନ୍ୟାୟମୂର୍ତ୍ତି, ଶ୍ରୀଯୁକ୍ତ ମୁରାହରି ଶ୍ରୀ ରମଣ, ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ, ମୁଖ୍ୟବକ୍ତା ଭାବେ ପ୍ରଫେସର ଡ଼ଃ ସନ୍ତୋଷ ତ୍ରିପାଠୀ, ପ୍ରମୁଖ ଯୋଗଦେଇ, ମଧବାବୁଙ୍କ ଓଡିଆ ଜାତି ଓ ଭାଷା ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ଓଡ଼ିଶାର ଏହି ମହାନ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଦ୍ୱାରା ଆଦରଣ କରାଯାଇଥିବା ଆଦର୍ଶକୁ ବଜାୟ ରଖିବା ପାଇଁ ଦୃଢ ପ୍ରତିବଦ୍ଧତାର ଆବଶ୍ୟକତା ଅଛି। ତାଙ୍କର ଐତିହ୍ୟ ଆମକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ମାର୍ଗଦର୍ଶନ କରିବା ଏବଂ ତାଙ୍କ ଅବଦାନ ସମସ୍ତଙ୍କ ପାଇଁ ପ୍ରେରଣାର ଏକ ଚିରନ୍ତନ ଉତ୍ସ ହୋଇ ରହୁ ବୋଲି ଆଜିର ଜନ୍ମ ଜୟନ୍ତୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଆୟୋଜିତ ସଭାରେ
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ସ୍ଵାଗତ ଭାଷଣ ଦେଇଥିବା ବେଳେ ମଧୁସୂଦନ ସାଂସ୍କୃତିକ ପରିଷଦର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ରାଉତ ସଭା ପରିଚାଲାନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପରିଷଦର ସମ୍ପାଦକ ଶ୍ରୀ ଦିଲୀପ କୁମାର ସାମଲ ବିବରଣୀ ପାଠ କରିଥଲେ।ଏହି ପରିପ୍ରେକ୍ଷୀରେ ସେଠାରେ ବିଭିନ୍ନ ଅନୁଷ୍ଠାନ ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା ।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )