କଟକ ରେଳ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ
କଟକ: ଇଷ୍ଟ କୋଷ୍ଟ ରେଲୱେ, ଭୁବନେଶ୍ୱର ର କିଛି ଅନୈତିକ କାର୍ଯ୍ୟକଳାପ ସଂକ୍ରାନ୍ତରେ ବିଭିନ୍ନ ସମୟରେ ରେଲୱେର ଉଚ୍ଚ ପଦାଧିକାରୀଙ୍କ ନିକଟରେ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥଲେହେ ବିଭାଗୀୟ ଅଧିକାରୀ ଅଭିଯୋଗ ଗୁଡ଼ିକର ତଦନ୍ତ ନକରି ନିରବ ରହିବା ଆଜି କଟକ ରେଲୱେ ଷ୍ଟେସନରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିବା ଭଳି ଘଟଣା ବିଭାଗୀୟ ଅଧିକାରୀ ମାନଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ପୂର୍ବରୁ ରେଲୱେ ବିଭାଗରେ ଯେକୌଣସି ଅଭିଯୋଗକୁ ଗୁରୁତ୍ବର ସହ ଗ୍ରାହଣ କରି ତାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଅଷୁଣ୍ଣି ବୈଷ୍ଣବ ଦାୟିତ୍ଵ ଗ୍ରହଣ କଲାପରେ ବିଭାଗୀୟ ଅଧିକାରୀ ମାନେ କୈାଣସି ଅଭିଯୋଗକୁ କର୍ଣ୍ଣପାତ ନକରିବା ଦୁର୍ନିତୀ ଗ୍ରସ୍ତ ଅଧିକାରୀଙ୍କ କାରନାମା ଫଳରେ ସାଧାରଣ ଜନସାଧାରଣ ତଥା ଇଷ୍ଟ କୋଷ୍ଟ ରେଲୱେ ବିଭାଗ କ୍ଷତିଗ୍ରସ୍ତ ହେବା ଦେଖିବାକୁ ମିଳିଛି।
କଟକ ରେଲୱେ ଷ୍ଟେସନରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଛି। ପ୍ଲାଟଫର୍ମ ନମ୍ବର ୧ରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଛି। ଉପର ସେଡ୍ର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି। ପ୍ରାୟ ୫୦୦ ମିଟରରରୁ ଅଧିକ ଲମ୍ବ ଛାତ ଭୁଶୁଡ଼ି ପଡ଼ିଛି।
ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସ୍ପଷ୍ଟ ହୋଇପାରି ନାହିଁ। ରେଳ ଲାଇନ ଉପରେ ଛାତ ପଡ଼ିଥିବାରୁ କିଛି ଟ୍ରେନ୍ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା ମିଳିଛି। ଭଗ୍ନାଶଂ ତଳେ ଶ୍ରମିକ ରହିଛନ୍ତି କି ନାହିଁ ତାହାର ସନ୍ଧାନ ଚାଲିଛି।
ତେବେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, କାମ କରୁଥିବା ଶ୍ରମିକଙ୍କ ଉପସ୍ଥାନ ନିଆଯାଇଛି। ସମସ୍ତ ଶ୍ରମିକ ସୁରକ୍ଷିତ ରହିଛନ୍ତି। ସେହିପରି ସିସିଟିଭି କ୍ୟାମେରାରୁ କେହି ଭୁଶୁଡ଼ି ପଡ଼ିଥିବା ଛାତ ଆଡ଼କୁ କେହି ଯାଇ ନଥିବା ଜଣାପଡ଼ିଛି। ତେବେ ଏନେଇ ଅଧିକ ସନ୍ଧାନ ଜାରି ରହିଛି।
ଏହି ଘଟଣାରେ ଜଣେ ଟେକ୍ନିକାଲ ଷ୍ଟୋପ୍ ଆହତ ହୋଇ ଚିକିତ୍ସା ଲାଗି ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିବା ଆସିଷ୍ଟାଣ୍ଟ ଡିଆରଏମ ସୂଚନା ଦେଇଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
