କଣ୍ଟାମାଳ ହାଇସ୍କୁଲରେ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ

l
ସୁବର୍ଣ୍ଣପୁର–ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଂଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜୁନିୟର ରେଡକ୍ରସ କାଉନସିଲର ତଥା ଶିକ୍ଷକ ବନମାଳୀ ମେହେର ସଂଯୋଜନା ଓ ପରିଚାଳନା କରିଥିଲେ।ସାମ୍ପ୍ରତିକ ସମାଜରେ ବାଳିକା ମାନଙ୍କ ଅବଦାନ ଅତୁଳନୀୟ।ସମାଜର ସୃଷ୍ଟି ରୁ ଆରମ୍ଭ କରି ଶିକ୍ଷା,ବିଜ୍ଞାନ,ରାଜନୀତି, କ୍ରୀଡା, ସାହିତ୍ୟ,ପ୍ରଶାସନ ସମସ୍ତ କ୍ଷେତ୍ରରେ ଆଜି ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ନିଜର ସ୍ବାସ୍ଥ୍ୟ ର ଯତ୍ନ ନେବା ସହ ପରିବେଶ ପ୍ରତି ସଚେତନ ରହିବା,ଶିକ୍ଷା ଲାଭ କରି ସମାଜକୁ ସୁଧାରିବା,ଓ କୁପୋଷଣର ଶିକାର ନ ହେବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଅତିଥି ଗଣ ମତବ୍ୟକ୍ତ କରିଥିଲେ ।କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଏମ.ମାଧୁରୀ ଦୋରା,ଶିକ୍ଷକ ଆଲୋକ ପରଡିଆ,ସତ୍ୟଜିତ ପଣ୍ଡା, ଶିକ୍ଷୟିତ୍ରୀ ମୀରାବାଇ ଧାରୁଆ ଓ ନବ ସାହୁ, ନିଳିମା ପ୍ରଧାନ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।ପରିଶେଷରେ ଶିକ୍ଷକ ସୁଜିତ୍ କୁମାର ତରିଆ ଧନ୍ୟବାଦ ଅର୍ପଣ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.