କଣ୍ଟାମାଳ ହାଇସ୍କୁଲରେ ମ୍ୟାଲେରିଆ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର– ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡ଼କ୍ରସ୍ ଆନୁକୁଲ୍ୟରେ ମ୍ୟାଲେରିଆ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷକ ସୁଜିତ୍ କୁମାର ତରିଆ ପରିଚାଳନା କରିଥିଲେ।ଏଡିସ୍ ମଶା କାମୁଡିବା ଦ୍ବାରା ଡେଙ୍ଗୁଜ୍ଵର ହୋଇଥାଏ ଓ ମାଈ ଏନୋଫୋଲିସ ମଶାଦ୍ୱାରା ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇଥାଏ ।ଏହାର ପ୍ରତିକାର ପାଇଁ କୁଲର ଓ ଫୁଲକୁଣ୍ଡର ପାଣିକୁ ୩ରୁ୪ ଦିନ ମଧ୍ୟରେ ସଫା କରିବା,ପାଣି ଜମିବାକୁ ଦେବାନାହିଁ । ନିଜ ଘର ଚାରିପାଖ ସଫା ରଖିବା। ପ୍ରତ୍ୟେକ ଦିନ ମଶାରୀ ଟାଙ୍ଗୀ ଶୋଇବା। ପ୍ରଥମେ ନିଜେ ସଚେତନ ହେବା ଓ ଆମ ପରିବାର ତଥା ସମାଜକୁ ସଚେତନ କରାଇବାକୁ ପ୍ରଧାନଶିକ୍ଷକ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ ଶିକ୍ଷକ ସତ୍ୟଜିତ ପଣ୍ଡା,ଆଲୋକ ପରଡ଼ିଆ, ସରୋଜ ସାହୁ ,ଶିକ୍ଷୟିତ୍ରୀ ମୀରାବାଇ ଧରୁଆ, ସୁଭଦ୍ରା ସାହୁ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ଜୁନିୟର ରେଡକ୍ରସ କାଉନସିଲର ତଥା ଶିକ୍ଷକ ବନମାଳୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…