କଣ୍ଡରା ସାପ୍ତାହିକ ହାଟରେ ବ୍ୟବଶାୟୀ କୁ ଭୁଜାଲି ରେ ହତ୍ୟା

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କାନପୁର ଡ୍ୟାମ ସ୍ତିତ କଣ୍ଡରା ହାଟ ରେ ଏକ ମୋବାଇଲ କୋଭର ବ୍ୟବସାୟି କୁ ଭୁଜାଲି ରେ ହାଣି ହତ୍ୟା କରି ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି।ତେବେ ମୃତକ ଙ୍କ ନାମ ସଦ୍ଦାମ ହୁସେନ ବୟସ (୨୬)ଏବଂ ତାଙ୍କ ଘର ଚମ୍ପୁଆ ସ୍ଥିତ ୩ ନମ୍ବର ୱାର୍ଡ ର ଅଲିନଗର ବୋଲି ଜଣାପଡିଛି।ତେବେ ଗତ ଗୁରୁବାର ଦିନ ସୁଦାମ ମୋବାଇଲ କୋଭର ସାମଗ୍ରୀ ବ୍ୟବସାୟ କରି ଦୋକାନ ବନ୍ଦ କରୁଥିବା ବେଳେ ୫,୬ ଜଣ ଦୁର୍ବୁତ୍ତ ଏକ ସ୍କୁଟି ଏବଂ ଗୋଟିଏ ବାଇକ ରେ ଆସି ତାଙ୍କୁ ମାଗଣାରେ ମୋବାଇଲ କୋଭର ମାଗିବାରୁ ସେ ମନା କରିଥିଲେ।
ସେଥିମଧ୍ୟରେ ସାମାନ୍ୟ ବଚସା ରୁ ତାଙ୍କ ଉପରେ ହଟାତ ଭୁଜାଲି ରେ ଆକ୍ରମଣ କରିଥିଲେ।ଯାହାଫଳରେ ଘଟଣା ସ୍ଥଳରେ ରେ ତାଙ୍କର ମୃତ୍ୟ ହୋଉଯାଇଛି।ତେବେ ଦୁର୍ବୁତ୍ତଙ୍କୁ କାବୁ କରିବାକୁ ପାଖରେ ଥିବା ଅଲି ଅଜଗର ନାମକ ବ୍ୟକ୍ତି ପ୍ରୟାସ କରୁଥିବା ବେଳେ ସେ ଆହତ ହୋଇଥିବା ଜଣାପଡିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ