February 10, 2026
Home » କନିଷ୍ଠ ଶିକ୍ଷକ ରୁ ନିୟମିତ ମାନ୍ୟତା ପାଇଲେ 26 ଶିକ୍ଷକ ,ଶିକ୍ଷୟିତ୍ରୀ, ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଲେ ବି ଇ ଓ l

କନିଷ୍ଠ ଶିକ୍ଷକ ରୁ ନିୟମିତ ମାନ୍ୟତା ପାଇଲେ 26 ଶିକ୍ଷକ ,ଶିକ୍ଷୟିତ୍ରୀ, ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଲେ ବି ଇ ଓ l

0
WhatsApp Image 2024-12-25 at 12.15.15 PM

ସୁବର୍ଣ୍ଣପୁର –ଗତକାଲି (ତା ୨୪/୧୨/୨୦୨୪) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ର 26 ଜଣ ଶିକ୍ଷକ 6 ବର୍ଷ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଭାବରେ କାମ କରିବା ପରେ ତା 21/12/24 ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦ୍ଦେଶ ଆଧାରରେ କଣ୍ଟାମାଳ ସ୍ଥିତ ହାଇସ୍କୁଲ ଠାରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସନୋଜ କୁମାର ସେଠୀ ସମସ୍ତ ଶିକ୍ଷକ ଙ୍କୁ ନିୟମିତ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି l ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ପ୍ରଧାନ ଓ ଶ୍ରୀମତୀ ଲକ୍ଷ୍ମୀ ମଲ୍ଲିକ ଓ ବରିଷ୍ଠ କିରାଣୀ ଶ୍ରୀଯୁକ୍ତ ସୁଦାମ ମିଶ୍ରଙ୍କ ଉପସ୍ଥିତ ରେ ନୂତନ ଭାବେ ନିଯୁକ୍ତି ପାଇ ଥିବା ଶିକ୍ଷକଙ୍କୁ ଅଭିନନ୍ଦନ ଦେବା ସହ ଶିକ୍ଷକତା ଏକ ଏମିତି ପରିଚୟ ବା ବୃତ୍ତି ଯାହା ଆମେ ନିଜେ ନିଜର ପରିଶ୍ରମ ଓ ଯୋଗ୍ୟତା ବଳରେ ସମାଜ ଠାରୁ ପାଇଥାଉ ଏବଂ ଶିକ୍ଷକର ପ୍ରଭାବ ସିଧା ସଳଖ ସମାଜ ଉପରେ ପଡୁଥିବାରୁ ଏହି ବୃତ୍ତି ପ୍ରତି ସବୁବେଳେ ନିଷ୍ଠାପର ରହିବାକୁ ଶ୍ରୀ ସେଠୀ ପରାମର୍ଶ ଦେଇଥିଲେ l ଏହାପରେ କନିଷ୍ଠ ଶିକ୍ଷକ ସଂଘ ତରଫରୁ ସଭାପତି ଶ୍ରୀ ପ୍ରଣବ କୁମାର ବାଘ, ସମ୍ପାଦକ ଶ୍ରୀ ଶିବନାଥ ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ଦେବପ୍ରସାଦ ସାହୁ, ସହସମ୍ପାଦିକା ଶ୍ରୀମତୀ ଭାଗ୍ୟଶ୍ରୀ ବିଶ୍ୱାଳ,ସୁଷମା ମାଝୀ, ରାଜୀବ ସାହୁ, ଦୁଷ୍ମନ୍ତ ସାହୁ ତଥା ଅନ୍ୟାନ୍ୟ ଶିକ୍ଷକ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରି ଆଗାମୀ ଦିନରେ ଶିକ୍ଷା ର ଉନ୍ନତି ରେ ନିଜକୁ ସାମିଲ କରି ନିଜର ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିବେ ବୋଲି ପ୍ରକାଶ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *