July 1, 2025
Home » କନ୍ଧମାଳ ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ଟିକାବାଲି ରଥଯାତ୍ରା ସତର ବର୍ଷ ରେ

କନ୍ଧମାଳ ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ଟିକାବାଲି ରଥଯାତ୍ରା ସତର ବର୍ଷ ରେ

0
WhatsApp Image 2025-06-29 at 9.30.51 AM

ଫୁଲବାଣୀ ଇ ପି ଏ _କନ୍ଧମାଳ ଜିଲ୍ଲା ର ପୁର ପଲ୍ଲୀରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ରେ ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ମହାସମାରୋହରେ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିବା ବେଳେ ମହାପ୍ରଭୁ ବଳଭଦ୍ର, ସୁଭଦ୍ରା,ଜଗନ୍ନାଥ ମାଉସୀ ମା ମନ୍ଦିରରେ ପହଞ୍ଚିଛନ୍ତି। ଜଗତର ନାଥ ଜଗନ୍ନାଥ ଶ୍ରୀମନ୍ଦିର ରୁ ବାହାରି ମାଉସି ମା ଗୁଣ୍ଡିଚା ଦେବୀଙ୍କ ଘରକୁ ବିଜେ କରିସାରିଛନ୍ତି। ଏଥିପାଇଁ ସକାଳୁ ସକାଳୁ ସଜବାଜ ହୋଇ ରହିଥାଏ ରଥ ଓ ପଥ।ଆମ ଓଡ଼ିଆ ସଂସ୍କୃତିରେ ବାର ମାସରେ ତେର ପର୍ବ ଓ ତେର ପର୍ବ ମଧ୍ୟରେ ଶ୍ରୀ ମହାପ୍ରଭୁଙ୍କ ଦୁଇ ପର୍ବ ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଓ ବାହୁଡା଼ ଯାତ୍ରା। ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଆଷାଢ ମାସ ଶୁକ୍ଳପକ୍ଷ ଦ୍ଵିତୀୟତିଥିରେ ରୀତିନୀତି ଅନୁସାରେ ପୂଜା ଓ ଛେରାପହଁରା ପରେ ନନ୍ଦିଘୋଷ ରଥେ ବିଜେହୁଅନ୍ତି ଜଗନ୍ନାଥ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିର ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ସ୍ବଭାଗ୍ୟ ରଥରେ ତିନି ଠାକୁର ବିଜେ ପରେ ଛେରାପହଁରା କରିଥିଲେ ଜିଲ୍ଲାପାଳ। କନ୍ଧମାଳ ଜିଲ୍ଲା ଟିକାବାଲି ଜଗନ୍ନାଥ କମିଟି ପକ୍ଷରୁ ସତର ବର୍ଷ ହେଲା ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ମହାଆଡମ୍ବରରେ ପାଳିତ ହୋଇଆସୁଛି।୨୦୨୫ବର୍ଷରେପ୍ରତିବର୍ଷ ଠାରୁ ଅଧିକା ଭକ୍ତଙ୍କ ସମାଗମ ହୋଇଥିଲା ପ୍ରଥମେ ଦୁରଦୁରାନ୍ତରୁ ଆସିଥିବା ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା।ତାପରେ ଶ୍ରୀମନ୍ଦିର ରୁ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଙ୍କୁ ଘଣ୍ଟ ହୁଳହୁଳି,ନଦିଆକିତ୍ରନ ଦଳର ହରେକୃଷ୍ଣ ହରେରାମ ଜୟ ଜଗନ୍ନାଥ ଧୋନିରେକମ୍ପିଉଠୁଥିଲା ତିନି ଠାକୁର ଙ୍କ ପହଣ୍ଡି ବିଜେରେ ଦହିତାପତି ମାନେ ଏବଂ ଭକ୍ତମାନେ ରଥ ପାଖକୁ ପାଛୋଟି ଆଣି ରଥଚାରି ପଟେବୁଲା ହୋଇ ପ୍ରଥମେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଜଗନ୍ନାଥ ଙ୍କୁ ରଥ ଭିତରେ ବସାଇ ସଜବାଜ କରିଥିଲେ।

ପୁରୀ ରେ ମହାରାଜା ଙ୍କ ଛୋରାପହରାକୁ ଅପେକ୍ଷା ଠିକ ଟିକାବାଲି ରଥଯାତ୍ରା ରେ ମହାରାଜା ଙ୍କ ପହଞ୍ଚି ବାରେ କିଛି ସମୟ ବିଳମ୍ବ ହୋଇଥିଲେ ମଧ୍ୟ ଜଗନ୍ନାଥଙ୍କ ରଥଯାତ୍ରା ପରିଚାଳନା କମିଟିର ଧୋଯ୍ୟ ସହସନ୍ନମାନ ସହକାରେ ବଜାର ମଧ୍ୟରୁ ଟିକାବାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନାରାୟଣ ଦୀକ୍ଷିତ ଙ୍କୁ ନଦିଆକିତ୍ରନ ଦଳର ହରେକୃଷ୍ଣ ହରେରାମ ଜୟ ଜଗନ୍ନାଥ ଘଣ୍ଟ ହୁଳହୁଳି ଶବ୍ଦରେ ପାଛୋଟି ଆଣି ଥିଲେ ରଥ ପାଖକୁ ବି ଡି ଓଙ୍କ ଅଳ୍ପ ମାସର ଦାୟିତ୍ୱ ରେ ଏଭଳି ସୋଭାଗ୍ୟ ଦେଖିବା ବିରଳ ମହାପ୍ରଭୁ ଜଗନ୍ନାଥ ଙ୍କ ଆଶ୍ରିବାଦ ନାରାୟଣ ଦୀକ୍ଷିତ ଉପରେ ବିଜେ ତିନିଠାକୁର ଙ୍କ ରଥ ଉପରେ ଛେରାପହଁରା କଲେ ଓ ପୂଜାର୍ଚ୍ଚନା କଲେ ଓ ବିଡ଼ିଓ ଙ୍କୁ ଯେଉଁ ସ୍ଥାନ ରୁ ଆଡମ୍ବର ସହକାରେ ପାଛୋଟି ଆଣିଥିଲେ ସେହି ସ୍ଥାନକୁ ଆଡମ୍ବର ସହକାରେ ସେଠାରେ ବିଦାୟ ଦେଲେ। ଟିକାବାଲି ପୋଲିସ ର କଡ଼ା ସୁରକ୍ଷାରେ ଶାନ୍ତିପୂର୍ଣ୍ଣ ଭାବେ ମାଉସୀ ମା ମନ୍ଦିରରେ ପହଞ୍ଚିଛନ୍ତି ଏହି ଅବସରରେ ଟିକାବାଲି ତହସିଲଦାର ଶ୍ରୀହରିଶ ଚନ୍ଦ୍ର ପ୍ରଧାନ ଙ୍କ ସମେତ ବିଭିନ୍ନ ରାଜନୀତି ଦଳର ନେତାମାନେ ବୋହୁ ସଂଖ୍ୟା ରେ ଭକ୍ତମାନଙ୍କ ଭିଡ଼ରେ ରଥଯାତ୍ରା ଉପଲକ୍ଷେ ଆନନ୍ଦ ଉଲ୍ଲାସର ସହ ସମାପନ ହେଲା।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *