July 5, 2025
Home » କନ୍ଧମାଳ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ କର୍ମଶାଳା -୨୦୨୫

କନ୍ଧମାଳ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ କର୍ମଶାଳା -୨୦୨୫

0
WhatsApp Image 2025-05-07 at 7.57.06 AM

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ କର୍ମଶାଳା ସ୍ଥାନୀୟ ପଞ୍ଚାୟତ ଭବନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କ୍ଷୁଦ୍ର ଜଳସେଚନ ବିଭାଗ ଫୁଲବାଣୀ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀ ଯୁକ୍ତ ଉମାଚରଣ ମଲିକ ଯୋଗ ଦେଇ ପାଣିପଞ୍ଚାୟତ ହେଉଛି.କୃଷକ ମାନଙ୍କ ଏକ ସ୍ବାଧୀନ ବ୍ୟକ୍ତି ଙ୍କ ସାମୂହିକ ପରିଚାଳନା ଅମଳ ଏବଂ ବଣ୍ଟନ ଏଣୁ ସମସ୍ତ କୃଷକ ମାନେ ନିଜନିଜ ଜମି ପଡ଼ିଆ ନରଖି ଧାନ ଅମଳର ପରେ ଅନ୍ୟ କିଛି କୃଷି କରିବାକୁ ପରାମର୍ଶ ଦେଇଥିଲେ।ଏଥି ସହିତ ଜମିରେ ରାସାୟନିକ ସାର ପ୍ରୟୋଗ ନ କରି ଜୈବିକ ସାର ପ୍ରୟୋଗ କରିବା ପାଇଁ କହିଥିଲେ।ପହଲଗା ରେ ମୃତ୍ୟୁ ପରିବାର ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ସଂଯୋଜକ ତଥା ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଗ ଇ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ଙ୍କ ତତ୍ବାବଧାନରେ ଆୟୋଜିତ ପାଣିପଞ୍ଚାୟତ କର୍ମଶାଳା _୨୦୨୫ ପାଳନ ଅବସରରେ ମୂଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ପାରିଲେ ନାହଁ,କୃଷକ କର୍ମଶାଳା ରେ ତେଣୁ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ କର୍ମଶାଳା ରେ କୃଷକ ମାନଙ୍କ ମଧ୍ୟରେ ଦୁଃଖ,କାରଣ ଆମ କନ୍ଧମାଳ ଏମ. ପି ସମସ୍ତ ବୈଠକ ରେ ଯୋଗଦେଲେ ଉପସ୍ଥିତ ଭାଇଭଉଣୀ ମାନଙ୍କୁ ଅଧିକା ଜାଗ୍ରତ ଆଣିପାରିବ ବୋଲି ଆଶା , କୃଷି ଦିଏ ଆହାର ରୁ ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ ଇ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ନିଜର ମନ୍ତବ୍ୟ ରେ କୃଷକ ମାନଙ୍କୁ ପାୟତର କରିଥିଲେ।ଏହି ଅବସରରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଶ୍ରୀ ଯୁକ୍ତ ତୁଷାରକାନ୍ତ ତୁଙ୍ଗ, ସାମାଜିକ କରନ୍ତି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସ୍ମୃତି ନ୍ୟାସ ଇ ଅଶୋକ କୁମାର ପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଜିଲ୍ଲା ରେ ଜୈବିକ କୃଷି ତଥା ଫସଲ ବିବିଧିକରଣ ଉପରେ ଉପସ୍ଥିତ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ୨୦୨୫ ପାଣିପଞ୍ଚାୟତ କର୍ମଶାଳା ରେ ପ୍ରଥମ ଥର ପାଈଁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗୀତ ଗାନ କରି ଅତି ସୁନ୍ଦର ଭାବରେ ଲେଖାଯାଇଥିବା ଗୀତ କୃଷକ ମାନଙ୍କୁ ସହୃଦୟ ଶୁଭେଚ୍ଛା ଜଣାଇଲେ ଫୁଲବାଣୀ ବିଧାୟକ ଶ୍ରୀ ଯୁକ୍ତ ଉମାଚରଣ ମଲିକ ଙ୍କୁ ଏହି କାର୍ଯ୍ୟକ୍ରମ ରେ କ୍ଷୁଦ୍ର ଜଳସେଚନ ବିଭାଗ ଫୁଲବାଣୀ ସହକାରୀ ଯନ୍ତ୍ରୀ ଶ୍ରୀ ଯୁକ୍ତ ନିରଞ୍ଜନ ପ୍ରଧାନ ଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀଙ୍କ ସହଭାଗିତା ଭିତ୍ତିରେ ଏହି କାର୍ଯ୍ୟକ୍ରମ କୁ ଅତିଥି ମାନଙ୍କ ଙ୍କ ଗହଣ ,କୃଷକ ମାନଙ୍କ ମନକିଣିଲାଭଳି ଅତି ସୁନ୍ଦର୍ ରେ ସଭା ପରିଚାଳନା କରିଥିଲେ ଉପ ବିଭାଗ ଅଧିକାରୀ ଶ୍ରୀ ଯୁକ୍ତ ଗୋଲକ ବିହାରୀ ସାହାଣୀ।ଏହି କାର୍ଯ୍ୟକ୍ରମ ରେ ଶତାଧିକ କୃଷକ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, ପାଣିପଞ୍ଚାୟତ ର ସଦସ୍ୟ, ଚାଷୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

କନ୍ଧମାଳ ଜିଲ୍ଲା ଇ ପି ଏ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *