କନ୍ଧମାଳ ପାଞ୍ଚ ଘଣ୍ଟା ଧରି ପ୍ରଥମ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ _୨୦୨୫ –

ଫୁଲବାଣୀ ଇ ପି ଏ – କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ -୨୦୨୫ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆୟୋଜିତ ହୋଇସାରିଛି। ମାନ୍ୟବର ମନ୍ତ୍ରୀ. ଗୂହ ଓ ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ. ଓଡ଼ିଶା ସରକାର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର; ଜିଲ୍ଲା ଓ ଏହାର ସହରାଞ୍ଚଳ ର ପାନୀୟ ଜଳ ସମସ୍ୟା; ପରିମଳ ବ୍ୟବସ୍ଥାପରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସମିକ୍ଷା କରିଥିଲେ ଯେ ଆମ ସରକାର ଲୋକଙ୍କ ସରକାର।କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନା ତଳସ୍ତର ଲୋକ ଯେ ଯୋଜନାର ହକଦାର ତାଙ୍କ ପାଖରେ ବିନା ବାଟମାରଣାରେ ସଠିକ ଭାବରେ ପହଞ୍ଚିବ ସେଥିପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ଏଥିରେ ଖିଲାପକାରୀ ଦଣ୍ଡର ଭାଗିଦାରୀ ହେବେ। ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦି ମାନ୍ୟବର ମନ୍ତ୍ରୀ ଙ୍କୁ ଜିଲ୍ଲା ରେ ଚାଲିଥିବା ବିିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ଯେପରି ପ୍ରାଥମିକ ବିଦ୍ୟାଳୟ ରେ ଡିଜିଟାଲ କ୍ଲାସରୁମ; ଗେଣ୍ଡୁଫୁଲ ଚାଷ ଓ ବହୁ ସ୍ତରୀୟ ବହୁ ଫସଲ ଚାଷ ଆଦି ବିଷୟରେ ଅବଗତ କରାଇଥିଲେ ଏବଂ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ-୧୦୦୦ ଲୋକ ବସିବା କ୍ଷମତା ବିଶିଷ୍ଟ ଅଡିଟୋରିୟମ ପାଇଁ ଅନୁରୋଧ କରିଥିଲେ ଏହି ପରି ଭାବରେ ଅନ୍ୟ ଅଧିକାରୀ ମାନେ ନିଜ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ମାନ୍ୟବର ମନ୍ତ୍ରୀ ଙ୍କୁ ଅବଗତ କରାଇବା ସହିତ ସମୁଖୀନ ହେଉଥିବା ସମସ୍ୟା ବିଷୟରେ ମଧ୍ୟ ଅବଗତ କରାଇଥିଲେ। ଦୀର୍ଘ ପାଞ୍ଚ ଘଣ୍ଟା ଧରି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ମହାପାତ୍ର ଙ୍କ ପ୍ରଶ୍ନ ବାଣରେ ସମ୍ମିଳନୀ କକ୍ଷରେ ଅଫିସର ମାନଙ୍କ କୋକୁଆ ଭୟ ଉତ୍ତର ଦେବା ଜିଲ୍ଲା ରେ ପ୍ରଥମ ଥରପାଇଁ ୧୦ ମାସର ନୂତନ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର ଙ୍କ କନ୍ଧମାଳ ଜିଲ୍ଲା କୁ ପ୍ରଭାରୀ _ ପର୍ଯ୍ୟବେକ୍ଷକ ଦାୟିତ୍ୱ ରେ ମନ୍ତ୍ରୀ ଶ୍ରୀଯୁକ୍ତ ମହାପାତ୍ର ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଦୁର୍ନିତୀ ର ସମିକ୍ଷା ବୈଠକ କରିବା ସହିତ ଜିଲ୍ଲା ରେ ଅଫିସର ମାନଙ୍କ କବଳରେ ଗ୍ରାମାଞ୍ଚଳ ର ନିରିହ ଲୋକ ଯେଉଁ ମାନେ ଲେବର ଅଫିସ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ନିଶାନ୍ତ ହୋଇଫେରୁଥିଲେ ଓ ଯେଉଁ ଅଧିକାରୀ ଙ୍କୁ ଗୁହାରି ପାଣିରେ ଗାର ଏବେ କିନ୍ତୁ ନୂତନ ବିଜେପି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିଶୃତି ବଦ୍ଧ। ପରିତାପର ବିଷୟ କକ୍ଷ ଭିତରେ ବୈଠକ ପଞ୍ଚାୟତ ଭବନ ସମୁଖୀନ ରେ ଝାଡୁଦାର ମାନଙ୍କ ହାଜାରା ନିଆଯାଇଥିଲା ତୃଟିପୂର୍ଣ ମଧ୍ୟ ଥିଲା। ଅଧିକାରୀ ନିଲମ୍ବିତ ହୋଇଥିବା ସାଂସଦ ସୂଚନା ଦେଇଥିଲେ।
ଦୁଃଖ ର ବିଷୟ ଦୃନିତୀ ସମୀକ୍ଷା ବୈଠକ ବୈଠକରେ ସାମ୍ବାଦିକମାନଙ୍କୁ ସୂଚନା ପାଇଁ ଫୋଲଡର କିମ୍ବା ବିଭିନ୍ନ ବିଭାଗର ବର୍ଷକର ବିବରଣୀ ପ୍ରଦାନ କରିଥିଲେ ଭଲ ହୋଇଥାନ୍ତା କିନ୍ତୁ କାହା ଚାପରେ ବୋଲି ଚର୍ଚ୍ଚା; ସାଂସଦ ଆହୁରି ମଧ୍ୟ କହିଲେ ଏହା ଆରମ୍ଭ ମାତ୍ର ଆଗକୁ ଆମ ସରକାର କେମିତି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ଏହି ଅବସରରେ ମାନ୍ୟବର ସାଂସଦ କନ୍ଧମାଳ ଶ୍ରୀ ଯୁକ୍ତ ସୁକାନ୍ତ ପାଣିଗ୍ରାହୀ; ମାନନୀୟ ଅଧ୍ୟକ୍ଷ ଜିଲ୍ଲା ପରିଷଦ କନ୍ଧମାଳ ସୁଶ୍ରୀ ନନ୍ଧୀନୀ ମଲିକ; ମାନ୍ୟବର ବିଧାୟକ ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ ଓ ମାନ୍ୟବର ବିଧାୟକ ଘୁଉଦୟଗିରି ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ବିଭିନ୍ନ ଗ୍ରାମଗସ୍ତ ସମୟରେ ପାଇଥିବା ଲୋକଙ୍କ ଅଭିଯୋଗ ଓ ସମସ୍ୟା ଗୁଡ଼ିକୁ ଅଧିକାରୀ ମାନଙ୍କୁ ଅବଗତ କରାଇବା ସହ ଏହାର ଶ୍ରୀର୍ଘ ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ହେଲେ ୧୦ ମାସରେ କେଉଁ ବିଧାୟକ କେଉଁ ସାଂସଦ ଗ୍ରାମାଞ୍ଚଳ ର ସମସ୍ୟା ପାଇଁ ଅଞ୍ଚଳ ଗସ୍ତରେ ସାଂସଦ; ବିଧାୟକ; ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ଲୋକଙ୍କ ଗହଣରେ ପହଞ୍ଚି ସଚେତନ ସଭା କାର୍ଯ୍ୟକ୍ରମ ଦେଖିବା ବହୁତ ବିରଳ। ଭାଷଣ ବାଦିରେ ନୁହଁ ବରଂ କାର୍ଯ୍ୟ ରେ ଦେଖାଅ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ସରକାର ଙ୍କ ପାଖରେ ପହଞ୍ଚିବ ସେଥିପାଇଁ ମନ୍ତ୍ରୀ ଶ୍ରୀ ମହାପାତ୍ର ସଚେତନ କରାଇଥିଲେ। ଚାରିକାନ୍ଥ ବାଧ୍ୟ ସମ୍ମିଳନୀ କକ୍ଷରେ ବିଭାଗିୟ ଅଧିକାରୀ ମାନେ ସତରେ ଗ୍ରାମାଞ୍ଚଳ ଲୋକଙ୍କ ଗୁହାରି ଶୁଣିବାକୁ ଓ ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳ ର ସମସ୍ୟା ମନ୍ତ୍ରୀଙ୍କ ପାଖରେ ଉପସ୍ଥାପନା କରିବେ ନାଁ ମନ୍ତ୍ରୀ ଙ୍କ ସଚେତନ ବାର୍ତ୍ତା ବେଦରେ ଗାର ବଦଳରେ ପାଣିରେ ଗାର ସଦୃଶ୍ୟ ନ ହେଉ।କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା।ଏହି ବୈଠକ ରେ ଜିଲ୍ଲାପାଳ କନ୍ଧମାଳ ଶ୍ରୀ ଅତ୍ମିତ ଋତୁରାଜ୍; ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ ) କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା; ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ; ଉପଜିଲ୍ଲାପାଳ ବାଲିଗୁଡା ଡା଼ ରିନା ପ୍ରଧାନ; ଉପଜିଲ୍ଲାପାଳ ଫୁଲବାଣୀ ଶ୍ରୀ ଭିକାରୀ ସାହୁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ ଦଳିୟ କର୍ମୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ