July 5, 2025
Home » କନ୍ୟା ଭୂର୍ଣ ହତ୍ୟାକୁ ରୋକିବା ପାଇଁ ପଦକ୍ଷେପ

କନ୍ୟା ଭୂର୍ଣ ହତ୍ୟାକୁ ରୋକିବା ପାଇଁ ପଦକ୍ଷେପ

0
WhatsApp Image 2025-03-13 at 3.22.23 PM

ଛତ୍ରପୁର: : ଆମ ଦେଶରେ କନ୍ୟା ଭୂର୍ଣ ହତ୍ୟାକୁ ରୋକିବା ପାଇଁ ନାନା ପଦକ୍ଷେପ ସରକାର ନେଇଛନ୍ତି । କନ୍ୟା ସନ୍ତାନକୁ ବୋଝ ଭାବି ଦୁନିଆ ଦେଖିବା ପୁର୍ବରୁ ହତ୍ୟା କରାଯାଉଥିବା ଅନେକ ଘଟଣା ନଜର ରହିଛି । କିନ୍ତୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଲକ୍ଷ୍ମଣନଗର ଅଞ୍ଚଳର ଜଣେ ମାଁ ନିଜ ୪ ବର୍ଷର କନ୍ୟା ସନ୍ତାନକୁ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ସାଙ୍ଗକୁ ନିଜ କିଡନୀ ଦେବାକୁ ମନସ୍ଥ କରିଛନ୍ତି, ହେଲେ କିଡନୀ ପ୍ରତିରୋପଣ ପାଇଁ ୩୦ ଲକ୍ଷ ଟଙ୍କା ବାଧକ ସାଜିଛି ଚମାଖଣ୍ଡି ଛକର ଲକ୍ଷ୍ମଣନଗର ଏନ. କ୍ରିଷ୍ଣା ରେଡ୍ଡୀ ଓ ଉର୍ମିଳା ରେଡ୍ଡୀ ଦମ୍ପତି ବାସ କରନ୍ତି । ସେମାନଙ୍କର ଜଣେ ୧୨ ବର୍ଷର ପୁତ୍ର ସନ୍ତାନ ଓ ଜଣେ ୪ ବର୍ଷର କନ୍ୟା ସନ୍ତାନ ଅନୁଷ୍କା ରେଡ୍ଡୀ ରହିଛନ୍ତି । କ୍ରିଷ୍ଣା ରେଡ୍ଡୀ ଡ୍ରାଇଭର କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ହେଲେ ଏବେ ପରିବାର ଉପରେ କଳା ବାଦଲ ଢାଙ୍କି ହୋଇଯାଇଛି । କାରଣ ନିଜ ୪ ବର୍ଷର ଝିଅ ଅନୁଷ୍କାକୁ ୯ ମାସରୁ ବ୍ରହ୍ମପୁର , ଭୁବନେଶ୍ଵର, କଟକ ଓ ଶ୍ରିକାକୁଲମ୍ ହସ୍ପିଟାଲ୍ରେ ଚିକିତ୍ସା କରି ସର୍ବସାନ୍ତ ହୋଇଯାଇଥିଲେ ସୁଦ୍ଧା ରୋଗ ଚିହ୍ନଟ ହୋଇପାରିନଥିଲା । କିନ୍ତୁ ୨୦୨୫ ଜାନୁଆରୀ ମାସ ଶେଷରେ କଟକ ଶିଶୁ ଭବନରେ ଦୁଇଟି କିଡନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଚିହ୍ନଟ ହୋଇଥିଲା । ତୁରନ୍ତ କିଡନୀ ପ୍ରତିରୋପଣ କରିବାକୁ ପଡ଼ିବ ନଚେତ ଛୁଆର ଜୀବନ ବିପଦ ରହିଛି । ଏଥି ନିମନ୍ତେ ଅନୁମାନିକ ୩୦ ଲକ୍ଷ ଖର୍ଚ୍ଚ ହେବ ତାହା ମଧ୍ୟ ଓଡିଶାରେ ହେବନି ସୁଦୁର ବାଙ୍ଗାଲୋରରେ ଚିକିତ୍ସା ହେବ । ଏତିକି ଶୁଣିଲା ପରେ ଦମ୍ପତିଙ୍କ ପାଦ ତଳୁ ମାଟି ଖସିଯାଇଛି । କାରଣ ଜଣେ ଡ୍ରାଇଭର କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତି ପାଇଁ ୩୦ ଲକ୍ଷ ଟଙ୍କା ସଂଗ୍ରହ କରିବା ଅସମ୍ଭବ ହୋଇପଡିଛି । ତେଣୁ ଦମ୍ପତିଙ୍କ ମଧ୍ୟରୁ ଝିଅକୁ ମାଁ ଦେବେ କିଡନୀ ନିଷ୍ପତି ହୋଇଯାଇଛି କିନ୍ତୁ ୩୦ ଲକ୍ଷ ଟଙ୍କା ସାଜିଛି ବାଧକ, ତେଣୁ ଝିଅର ଚିକିତ୍ସା ନିମନ୍ତେ ମା ଉର୍ମିଳା ରେଡ୍ଡୀ ଅର୍ଥ ସାହାଯ୍ୟ ଭିକ୍ଷା କରିଛନ୍ତି ଅନୁଷ୍କାଙ୍କ ଏଭଳି ଘଟଣା ଶୁଣିଲା ପରେ ଛତ୍ରପୁର ବିଧାୟକଙ୍କ ପ୍ରତନିଧି ବନୋଜ ନାହାକ ସହ ଏକ ପ୍ରତିନିଧି ଦଳ ପହଂଚି ତିରିଶି ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ ଏବଂ ଛତ୍ରପୁର ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ସେ ପ୍ରତିଶୃତି ଦେଇଥିଲେ ଅନ୍ୟପଟେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଓ ମୁନ୍ସୀପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧକ୍ଷ ଡ଼ଃ ସ୍ୱାଧୀନ ରଥଙ୍କ ନେତୃରେ ଏକ ଡାକ୍ତରୀ ଦଳ ଅନୁଷ୍କାଙ୍କ ଘରେ ପହଂଚି ଅନୁଷ୍କାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ତାଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚରେ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବି ଯେ ପି ନେତା ପଦ୍ମ ସାହୁ, ଶ୍ରମିକ ନେତା ଦୁର୍ଯ୍ୟେଧନ ରେଡ୍ଡୀ,ସରୋଜ କୁମାର ଦାସ, ଯୁବ ନେତା ସନ୍ତୋଷ ସେଠି, ଯୁବ ନେତା ରଘୁରେଡ୍ଡୀ ପ୍ରମୁଖ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *